Advertisment

ଯୁଦ୍ଧ ରୋକି ପାରୁଛନ୍ତି, କିନ୍ତୁ ପ୍ରଶ୍ନପତ୍ର ଲିକକୁ ରୋକି ପାରୁନାହାନ୍ତି ପ୍ରଧାନମନ୍ତ୍ରୀ- ରାହୁଲ ଗାନ୍ଧି

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ଲିକକୁ ରୋକିବାରେ ବିଫଳ ହୋଇଛନ୍ତି। ସେ ଲିକ ରୋକିବାକୁ ମଧ୍ୟ ଚାହୁଁ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ-ରୁଷ ଯୁଦ୍ଧକୁ ରୋକି ଦେଇଥିଲେ। କିନ୍ତୁ ପେପର ଲିକ୍‌କୁ ରୋକି ପାରୁ ନଥିବା ରାହୁଲ କଟାକ୍ଷ କରି କହିଛନ୍ତି।

Rahul Gandhi

Rahul Gandhi

Advertisment

ନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଅଭିଯୋଗ ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ବିବାଦ ଘନଉଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ଲିକକୁ ରୋକିବାରେ ବିଫଳ ହୋଇଛନ୍ତି। ସେ ଲିକ ରୋକିବାକୁ ମଧ୍ୟ ଚାହୁଁ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ-ରୁଷ ଯୁଦ୍ଧକୁ ରୋକି ଦେଇଥିଲେ। କିନ୍ତୁ ପେପର ଲିକ୍‌କୁ ରୋକି ପାରୁ ନଥିବା ରାହୁଲ କଟାକ୍ଷ କରି କହିଛନ୍ତି।

ନିଟ ପ୍ରସଙ୍ଗରେ ଆଜି ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେପି ନିୟନ୍ତ୍ରଣରେ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ଯାଏ ଦେଶରେ ପେପର ଲିକ ଜାରି ରହିବ। ପେପର ଲିକ ଗୋଟିଏ ଦେଶଦ୍ରୋହୀ କାମ। କାରଣ ଏହା ଦେଶର ଯୁଗଗୋଷ୍ଠୀଙ୍କୁ ଆଘାତ ଦେଉଛି। ଯୁବଗୋଷ୍ଠୀ ହେଉଛନ୍ତି, ଦେଶର ଭିବଷ୍ୟତ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଏହାର କୁଳପତିମାନେ ବିଜେପି ନିୟନ୍ତ୍ରଣରେ ରହିଛନ୍ତି। ବିଜେପି ଓ ଏହାର ମୂଳ ସଂଗଠନ ଏଗୁଡ଼ିକୁ ପରିଚାଳନା କରୁଛନ୍ତି।

Advertisment

ବ୍ୟାପମ ମଧ୍ୟପ୍ରଦେଶରେ ହୋଇଥିଲା। ଏହାକୁ ଏବେ ସରକାର ପୂରା ଦେଶରେ ବିସ୍ତାର କରିଛନ୍ତି। ସରକାର ପେପର ଲିକକୁ ରୋକିବା ପାଇଁ ଚାହୁଁ ନଥିବାରୁ ପିଲାମାନେ ଅନେକ ସମସ୍ୟା ଭୋଗୁଥିବା ରାହୁଲ କହିଛନ୍ତି।

ସେ ଆହୁରି କହିଛନ୍ତି, “ଦେଶର କେହି ବି ତାଙ୍କୁ(ପ୍ରଧାନମନ୍ତ୍ରୀ ମୋଦି) ଡରୁ ନାହାନ୍ତି। ପୂର୍ବରୁ ଛାତି ୫୬ ଇଞ୍ଚର ଥିଲା। କିନ୍ତୁ ଏବେ ପ୍ରକୃତ ସଂଖ୍ୟା କହିପାରିବି ନାହିଁ। ତଥାପି ଏହା ୩୦ରୁ ୩୨ ହୋଇଯାଇଥିବ। ତାଙ୍କ କାମ କରିବାର ଶୈଳୀ ହେଲା ଲୋକଙ୍କୁ ଡରାଇବା ଓ ଧମକାଇବ। କିନ୍ତୁ ଏବେ ସେ ଭୟ ଚାଲି ଯାଇଛି।

ଆପଣମାନେ ଦେଖିଛନ୍ତି କି ନାହିଁ, ମୁଁ ଜାଣିନି। କିନ୍ତୁ କେହି ଜଣେ ତାଙ୍କୁ ବାରାଣସୀରେ ଚପଲରେ ମାରିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କୁ ମାଡ଼ ମାରିବାକୁ ଚାହୁଁଥିବା କେହି ଜଣେ ନିଶ୍ଚିତ ଡରୁଥିବେ। ଏବେ ସେ ଭୟ ଆଉ ନାହିଁ। ଏବେ ଆଭ୍ୟନ୍ତରୀଣ ସମସ୍ୟା ରହିଛି। ଦଳରେ ବି ସମସ୍ୟା ସୃଷ୍ଟି ହୋଇଛି। ମୂଳ ସଂଗଠନ ସହ ମଧ୍ୟ ତିକ୍ତତା ରହିଛି। ତେଣୁ ମୁଁ କହିବାକୁ ଚାହୁଁଛି ଯେ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରାକୁ ବିରୋଧୀ ଧରାଶାୟୀ କରିଛନ୍ତି। ଏହା ଶେଷ ହୋଇଯାଇଛି। ଏବେ ଗୋଟିଏ ଶକ୍ତିଶାଳୀ ବିରୋଧୀ ରହିଛନ୍ତି। ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ।”

ନିଟ ପ୍ରସଙ୍ଗରେ ରାହୁଲ କହିଛନ୍ତି, “ନିଟ୍‌ ପରୀକ୍ଷାରେ ଏନଟିଏକୁ ଶିକ୍ଷା ମନ୍ତ୍ରୀ କ୍ଲିନଚିଟ ଦେବାର ଅର୍ଥ ସେମାନଙ୍କର ଏ ପ୍ରସଙ୍ଗରେ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ନାହିଁ। ଯଦି ସେମାନେ କ୍ଲିନଚିଟ ଦେଉଛନ୍ତି, ତା’ହେଲେ ସେମାନଙ୍କର ଉତ୍ତରଦାୟିତ୍ୱ ଶୂନ। ସମସ୍ତେ ଜାଣିଛନ୍ତି ଯେ ପୂରା ଘଟଣାର ମୂଳ ହେଉଛି ମଧ୍ୟପ୍ରଦେଶ, ଗୁଜରାଟ ଓ ଉତ୍ତର ପ୍ରଦେଶ।”

Congress Rahul Gandhi NEET NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe