Advertisment

୨୦ କୋଟି ଟଙ୍କାର ମାଲିକ ରାହୁଲ ଗାନ୍ଧି; ହେଲେ ଗୋଟିଏ ବି ଗାଡ଼ି କି ଫ୍ଲାଟ୍ ନାହିଁ

ନାମାଙ୍କନ ଭରିବା ସମୟରେ ସତ୍ୟପାଠରେ ସମ୍ପତ୍ତି ତାଲିକା ଦେଇଛନ୍ତି ରାହୁଲ ଗାନ୍ଧି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ସାଧାରଣ ନିର୍ବାଚନ ପାଇଁ ୱାୟନାଡ଼ ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ସମୟରେ ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ତାଙ୍କ ମାଲିକାନାରେ ଗୋଟିଏ ହେଲେ ଗାଡି କି ଫ୍ଲାଟ୍ ନଥିବା ଦର୍ଶାଇଛନ୍ତି।ନ

Advertisment

ରାହୁଲଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ, ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥି ମଧ୍ୟରୁ ୯.୨୪ କୋଟି ମୂଲ୍ୟର ସ୍ଥାବର ଏବଂ ୧୧.୧୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ୫୫,୦୦୦ ନଗଦ ଟଙ୍କା, ୨୬.୨୫ ଲକ୍ଷ ବ୍ୟାଙ୍କ ଡିପୋଜିଟ, ବଣ୍ଡ ଏବଂ ଶେଆରରେ ୪.୩୩ କୋଟି, ମ୍ୟୁଚୁଆଲ ଫଣ୍ଡରେ ୩.୮୧ କୋଟି, ଗୋଲ୍ଡ ବଣ୍ଡରେ ୧୫.୨୧ ଲକ୍ଷ ଏବଂ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି।

ଏହା ବ୍ୟତୀତ ଦିଲ୍ଲୀର ମେହେରୁଲିରେ କୃଷି ଜମି ରହିଛି, ଯାହା ସେ ତାଙ୍କ ଭଉଣୀ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ-ମାଲିକାନାରେ ବୋଲି ରାହୁଲ ଗାନ୍ଧି ଉଲ୍ଲେଖ କରିଛନ୍ତି। ତାଙ୍କର ମଧ୍ୟ ଗୁରୁଗ୍ରାମରେ ୯ କୋଟିରୁ ଅଧିକ ମୂଲ୍ୟର ଅଫିସ ରହିଛି। କିନ୍ତୁ କୃଷି ଜମିକୁ ପୈତୃକ ସମ୍ପତ୍ତି ଭାବରେ ଉଲ୍ଲେଖ କରାଯାଏ ନାହିଁ।

Advertisment

ସେହିପରି ତାଙ୍କ ନାଁରେ ଚାଲିଥିବା ମାଲିମକଦ୍ଦମା ବାବଦରେ ମଧ୍ୟ ବିସ୍ତୃତ ବିବରଣୀ ଦେଇଛନ୍ତି ରାହୁଲ ଗାନ୍ଧି। ସୋଶାଲ ମିଡିଆ ପୋଷ୍ଟରେ ଦୁଷ୍କର୍ମ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ତାଙ୍କ ନାଁରେ ପୋକ୍ସ ଅଧୀନରେ ଶିଶୁ ସୁରକ୍ଷା ମାମଲା ଥିବା କହିଛନ୍ତି। 

ଏହି ମାମଲା ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିଲ୍ କଭରରେ ଅଛି। ତେଣୁ ଏଫଆଇଆରର ସବିଶେଷ ତଥ୍ୟ ବାବଦରେ ଅବଗତ ନାହିଁ ବୋଲି ରାହୁଲ ଗାନ୍ଧି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, "ମୁଁ ଏଫଆଇଆରରେ ଜଣେ ଅଭିଯୁକ୍ତ ଭାବରେ ଅଛି କି ନାହିଁ ସେକଥା ମଧ୍ୟ ଜାଣିନାହିଁ। ତଥାପି ମୋ ବିରୁଦ୍ଧରେ ଏହି ଅଭିଯୋଗ ଆସିଥିବାରୁ ମୁଁ ଉଲ୍ଲେଖ କରୁଛି।"

ସେହିପରି ବିଜେପି ନେତାଙ୍କ ମାନହାନୀ ଅଭିଯୋଗ, ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ସହିତ ଜଡିତ ଅପରାଧିକ ଷଡଯନ୍ତ୍ର ମାମଲା ବାବଦରେ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧି। 

୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏଥର ଏହି ଆସନରେ ହାଇ ପ୍ରୋଫାଇଲ ଫାଇଟ୍ ହେବାକୁ ଯାଉଛି। ତାଙ୍କ ବିପକ୍ଷରେ ସିପିଆଇ ନେତା ଆନ୍ନି ରାଜା ଏବଂ ରାଜ୍ୟ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୱାୟନାଡ ଆସନରେ ଏପ୍ରିଲ ୨୬ରେ ନିର୍ବାଚନ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।  

Rahul Gandhi Rahul Gandhi Affidavit Wayanad Lok Sabha Seat Rahul Gandhi Assets Lok Sabha Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe