ରାହୁଲଙ୍କ ଭାରତଯୋଡୋ ଯାତ୍ରା : ଓଡ଼ିଶାର କିଛି ଜିଲ୍ଲାରେ କରିପାରନ୍ତି ପଦଯାତ୍ରା

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାଂଗଠନିକ ପ୍ରସଙ୍ଗ ଓ ଆଗାମୀ ନିର୍ବାଚନ ପ୍ରସ୍ତୁତିକୁ ନେଇ ବୈଠକ ହୋଇଥିଲା । ରାଜ୍ୟରେ ୨୦୧୯ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ ।

Rahul

କଂଗ୍ରେସ ନେତା ରାହୁଲ ଗାନ୍ଧି(ଫାଇଲ ଫଟୋ)

Ordigital Desk
  • Published: Friday, 22 December 2023
  • Updated: 22 December 2023, 10:10 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ଓଡ଼ିଶାରେ ସଫଳତା ଦେବା ପାଇଁ କଂଗ୍ରେସ ଏବେ ପୁରା ଜୋସରେ । ୨୦ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବୈଠକ କରି ଫେରିଥିବା ଦଳର ନେତା ଓ ବିଧାୟକମାନେ  ଏଭଳି ଇସାରା ଦେଇଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ପରବର୍ତ୍ତୀ ପର୍ଯ୍ୟାୟ ‘ଭାରତଯୋଡ଼ୋ’ ଯାତ୍ରାରେ ଓଡ଼ିଶାର କିଛି ଜିଲ୍ଲା ସାମିଲ ହେବାର ସମ୍ଭାବନା ରହିଛି ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି । ଏହାସହିତ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ନିମନ୍ତେ ଖୁବଶୀଘ୍ର ଓଡ଼ିଶାକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଆସିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାଂଗଠନିକ ପ୍ରସଙ୍ଗ ଓ ଆଗାମୀ ନିର୍ବାଚନ ପ୍ରସ୍ତୁତିକୁ ନେଇ ବୈଠକ ହୋଇଥିଲା । ରାଜ୍ୟରେ ୨୦୧୯ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ । ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ଅଛି ବୋଲି ରାଜ୍ୟବାସୀ ଭଲଭାବେ ଅବଗତ ଅଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ପ୍ରତାରଣା କରୁଛନ୍ତି। ଉଭୟ ଦଳର ସରକାର ଡଜନ ଡଜନ ଜନକଲ୍ୟାଣମୂଳକ ଯୋଜନା ଘୋଷଣା କରୁଛନ୍ତି । ମାତ୍ର ସାଧାରଣ ଲୋକର ଅବସ୍ଥାରେ ସୁଧାର ଆସୁନି ।  ବିଜେପି ଓ ବିଜେଡି ଉଭୟ କିଭଳି କ୍ଷମତାରେ ରହିବେ ସେ ନେଇ ଚିନ୍ତିତ । ସେମାନେ ରାଜ୍ୟବାସୀଙ୍କ କଲ୍ୟାଣ କିମ୍ବା ରାଜ୍ୟର ବିକାଶ କଥା ଭୁଲି ଯାଇଛନ୍ତି ।

Also Read

କଂଗ୍ରେସର କର୍ମୀମାନେ ଏବେ ତୃଣମୂଳସ୍ତରରେ ଲୋକଙ୍କ ସହ ଅଛନ୍ତି । ବିଜେଡି ସରକାରର ଦୁର୍ନୀତି ବିରୁଦ୍ଧରେ ଲୋକଙ୍କୁ ଅବଗତ କରାଉଛନ୍ତି । ବ୍ଲକସ୍ତରରେ ଦଳର ପ୍ରଚାର ଅଭିଯାନ ଖୁବଶୀଘ୍ର ଆରମ୍ଭ ହେବ । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇ ଏଆଇସିସି ଅଧ୍ୟକ୍ଷ ଖଡଗେଙ୍କ ସମେତ ରାହୁଲ ଗାନ୍ଧି ମଧ୍ୟ ଖୁବଶୀଘ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ନୂଆଦିଲ୍ଲୀରେ କଂଗ୍ରେସ ନେତୃତ୍ୱଙ୍କ ସହ ବୈଠକରେ ଓଡ଼ିଶାରୁ ଯାଇଥିବା ସମସ୍ତ ୩୦ଜଣ ନେତାଙ୍କୁ ସାମିଲ ହେବାର ସୁଯୋଗ ମିଳିନଥିଲା । କଂଗ୍ରେସ ନେତାମାନଙ୍କର ଶାସକ ଦଳ ସହ ସାଲିସଯୁକ୍ତ ରାଜନୀତିକୁ ନେଇ ମଧ୍ୟ କଂଗ୍ରେସ ନେତୃତ୍ୱ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାହୁଲଙ୍କ ପରବର୍ତ୍ତୀ ପର୍ଯ୍ୟାୟ ଭାରତଯୋଡ଼ୋ ଯାତ୍ରାରେ ଓଡ଼ିଶାର କିଛି ଜିଲ୍ଲାକୁ ସାମିଲ ପାଇଁ ରାଜ୍ୟର ନେତାମାନେ ଦେଇଥିବା ପ୍ରସ୍ତାବ ଉପରେ ରାହୁଲ ସମ୍ମତି ଦେଇଥିବା ଜଣାପଡ଼ିଛି । ସୀମାବର୍ତ୍ତୀ ୫-୬ଟି ଜିଲ୍ଲାରେ ରାହୁଲଙ୍କ ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story