Advertisment

ବେଙ୍ଗଲରେ ରାହୁଲ ଗାନ୍ଧିଙ୍କ କାର ଉପରକୁ ପଥର ମାଡ଼

ପଥର ମାଡ଼ରେ ରାହୁଲଙ୍କ କାର୍‌ର ପଛ କାଚ ଭାଙ୍ଗି ଯାଇଛି। କିନ୍ତୁ ପଥର ମାଡ଼ରେ ରାହୁଲ ଆହତ ହୋଇନାହାନ୍ତି।

Rahul Gandhi

Rahul Gandhi

Advertisment

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ତେବେ ମାଲଦାରେ ରାହୁଲଙ୍କ ଯାତ୍ରା ପହଞ୍ଚିବା ମାତ୍ରେ ଏହା ଉପରେ ପଥର ମାଡ଼ ହୋଇଛି।

Advertisment

ପଥର ମାଡ଼ରେ ରାହୁଲଙ୍କ କାର୍‌ର ପଛ କାଚ ଭାଙ୍ଗି ଯାଇଛି। କିନ୍ତୁ ପଥର ମାଡ଼ରେ ରାହୁଲ ଆହତ ହୋଇନାହାନ୍ତି। ଆକ୍ରମଣରେ ରାହୁଲ କାରରୁ ବାହାରି ଚାଲି ଚାଲି ଯାଉଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

କଂଗ୍ରେସ ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ ସିଟ ଶେୟାରିଂକୁ ନେଇ ତିକ୍ତତା ଚାଲିଛି। ମମତା ବାନାର୍ଜୀଙ୍କ ଟିଏମସି ଇଣ୍ଡିଆ ମେଣ୍ଟର ସଦସ୍ୟ ଥିଲେ ହେଁ କଂଗ୍ରେସ ସହ ସିଟ ଶେୟାରିଂ କରିବା ମୁଡରେ ନାହିଁ। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ଆଜି ସକାଳୁ ବିହାର ଦେଇ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର ମାଲଦାରେ ପହଞ୍ଚିଥିଲା। ତାଙ୍କ କନଭୟ ମାଲଦାରେ ପ୍ରବେଶ କରିବା କ୍ଷଣି ଏହା ଉପରେ ଆକ୍ରମଣ ହୋଇଛି।

Advertisment

କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, “ଭିଡ଼ ଭିତରୁ ସମ୍ଭବତଃ କେହି ପଥର ମାଡ଼ କରିଛନ୍ତି। ଏହା ଗୋଟିଏ ଛୋଟିଆ ଘଟଣା। କିନ୍ତୁ ଏଥିରେ କିଛି ବି ହୋଇପାରିଥାଆନ୍ତା।”

ରାହୁଲ ଆଜି ମାଲଦାରେ ପହଞ୍ଚିଥିବା ବେଳେ ମମତା ବାନାର୍ଜୀ ମଧ୍ୟ ସେଠାରେ ନିଜର ଜନସଂଯୋଗ ଯାତ୍ରା କରିଛନ୍ତି। ମାଲଦାରେ ଲୋକଙ୍କୁ ସମ୍ବୋଧନ କରି ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁଁ ଖୁବ କମ ସମୟ ରାଜନୀତି ପାଇଁ ଏଠାକୁ ଆସେ। କିନ୍ତୁ ଏମିତି କିଛି ରାଜନୀତିକ ଦଳ ଅଛନ୍ତି ଯେଉଁମାନେ ନିର୍ବାଚନ ସମୟରେ ପକ୍ଷୀଙ୍କ ଭଳି ବୋବାନ୍ତି। ବିଜେପି ସହ ଆମର ଲଢ଼େଇ ଜାରି ରହିବ। ଆମେ ଏକାକୀ ଲଢ଼ିବୁ। ଯଦି କେହି ବିଜେପିକୁ ହରାଇ ପାରିବ, ତା’ହେଲେ ସେ ହେଉଛି ତୃଣମୂଳ କଂଗ୍ରେସ।”

ମାଲଦା ଓ ମୁର୍ଶିଦାବାଦ ହେଉଛି କଂଗ୍ରେସର ଗଡ଼। ଏବେ ଏଠାରେ କଂଗ୍ରେସକୁ ମାତ ଦେବାକୁ ଦିଦି ରଣନୀତି କରୁଛନ୍ତି।

Congress West Bengal Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe