Advertisment

ଶେୟାର ବଜାର କ୍ରାଶ ଘଟଣା: ମୋଦିଙ୍କୁ ଟାର୍ଗେଟ କରି ତଦନ୍ତ ଦାବି କଲେ ରାହୁଲ ଗାନ୍ଧି

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କାହିଁକି ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବରିଷ୍ଠ ବିଜେପି ନେତାମାନେ ଷ୍ଟକ ମାର୍କେଟ ଉପରେ ମନ୍ତବ୍ୟ ରଖିଥିଲେ ବୋଲି ମଧ୍ୟ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏଥିସହ ରେଜଲ୍ଟ ଘୋଷଣା ଦିନ ଅର୍ଥାତ ଜୁନ ୪ରେ ଷ୍ଟକ ମାର୍କେଟ ଭୁଶୁଡ଼ିବା ଘଟଣାର ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ କରିବାକୁ ଦାବି କରିଛନ୍ତି।

Advertisment

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କାହିଁକି ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବରିଷ୍ଠ ବିଜେପି ନେତାମାନେ ଷ୍ଟକ ମାର୍କେଟ ଉପରେ ମନ୍ତବ୍ୟ ରଖିଥିଲେ ବୋଲି ମଧ୍ୟ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ପ୍ରଥମଥର ପାଇଁ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଷ୍ଟକ ମାର୍କେଟ ସମ୍ପର୍କରେ ବୟାନ ଦେଇଛନ୍ତି। ମୋଦି କହିଥିଲେ ଷ୍ଟକ ମାର୍କେଟ ଜୋରରେ ଉପରକୁ ଉଠୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଜୁନ ୪ରେ ଷ୍ଟକ ମାର୍କେଟ ବୃଦ୍ଧି ପାଇବ ଓ ଆପଣମାନେ ଏଥିରେ ପୁଞ୍ଜିନିବେଶ କରିବା ଉଚିତ।

Advertisment

ସମାନ ଦାବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କରିଥିଲେ। ଜୁନ ୪ ପୂର୍ବରୁ ଶେୟାର କଣିବାକୁ ମଧ୍ୟ ଅମିତ ଶାହ ପରାମର୍ଶ ଦେଇଥିଲେ। ମେ’ ୧୯ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଜୁନ ୪ରେ ଷ୍ଟକ ମାର୍କେଟ ସବୁ ରେକର୍ଡ ଭାଙ୍ଗିବ।”

ଜୁନ ୪ରେ ଭୋଟ ଗଣତି ଆରମ୍ଭ ହେବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ଫଳରେ ବିଏସ୍‌ଇ ସେନସେକ୍ସ ୬% ହ୍ରାସ ପାଇଥିଲା। ଏଥିଯୋଗୁ ଗୋଟିଏ ଝଟକାରେ ନିବେଶକମାନେ ଷ୍ଟକ ମାର୍କେଟରେ ୩୧ ଲକ୍ଷ କୋଟି ଟଙ୍କାର କ୍ଷତି ସହି ଥିଲେ। ବିଜେପି ଜିତିବା ସହ ଗୋଟିଏ ସ୍ଥିର ସରକାର ହେବା ଆଶାରେ ଷ୍ଟକ ମାର୍କେଟରେ ଟଙ୍କା ଲଗାଇଥିବା ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଛି।

ଏହାର କ୍ରୋନୋଲୋଜିକୁ ବୁଝାଇବାକୁ ଯାଇ ରାହୁଲ ଗାନ୍ଧି କହିଛନ୍ତି, “ବିଜେପିର ଇଣ୍ଟରନାଲ ଏଜେନ୍ସି ସର୍ଭେ କରି ଜାଣିବାକୁ ପାଇଥିଲା ଯେ ବିଜେପି ୨୦୦ରୁ ୨୨୦ ଆସନ ପାଇବ। ଏହାପରେ ଷ୍ଟକ ମାର୍କେଟ ଜୁନ ୩ରେ ଅଭିବୃଦ୍ଧିର ସବୁ ରେକର୍ଡ ଭାଙ୍ଗି ଥିଲା।

ଜୁନ ୪ରେ ଏହା ପୂରା ତଳକୁ ଖସି ଯାଇଥିଲା। କାହିଁକି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ନିବେଶ ପାଇଁ ପରାମର୍ଶ ଦେଇଥିଲେ? ନିବେଶ ପାଇଁ ପରାମର୍ଶ ଦେବା ସେମାନଙ୍କର କାମ କି?

ଷ୍ଟକ ମୂଲ୍ୟରେ ହେରଫେର କରିବା ଅଭିଯୋଗ ନେଇ ଯେଉଁ ବ୍ୟବସାୟିକ ଗ୍ରୁପ ବିରୋଧରେ ସେବି ତଦନ୍ତ କରୁଛି, ତା’ର ମାଲିକାନାରେ ଥିବା ଟିଭି ଚ୍ୟାନେଲକୁ ମୋଦି ଓ ଶାହ ଉଭୟ କାହିଁକି ସାକ୍ଷାତକାର ଦେଇଥିଲେ?

ଆମେ ପୂରା ଘଟଣାର ଜେପିସି ତଦନ୍ତ ଚାହୁଁଛୁ। ଆମେ ହୃଦୟଙ୍ଗମ କରୁଛୁ ଯେ ଏହା ଏକ ଯୋଜନାବଦ୍ଧ ଦୁର୍ନୀତି। ଭାରତୀୟ ଖୁଚୁରା ନିବେଶକଙ୍କ ଠାରୁ କେହି ଜଣେ ହଜାର ହଜାର କୋଟି ଟଙ୍କା ହାସଲ କରୁଛି ଓ ମୋଦି-ଶାହ ଏହାକୁ କିଣିବାକୁ ସଙ୍କେତ ଦେଉଛନ୍ତି। ତେଣୁ ଏହାର ତଦନ୍ତ ପାଇଁ ଆମେ ଦାବି କରୁଛୁ।”

PM Modi Rahul Gandhi Lok Sabha Election Results