Advertisment

ରାହୁଲ ଗାନ୍ଧିଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷାକ

ରାଲିରେ ରାହୁଲ ଗାନ୍ଧି କହିଛନ୍ତି, “ଗୋଟିଏ ଦିନରେ ସେ(ପ୍ରଧାନମନ୍ତ୍ରୀ ମୋଦି) ଅତିକମରେ ୧/୨ଟି ସୁଟ ପିନ୍ଧୁଛନ୍ତି। ସୁଟର ଦାମ ଲକ୍ଷାଧିକ ଟଙ୍କା। ମୋଦିଜୀ ଗୋଟିଏ ପୋଷାକକୁ ଦୁଇ ଥର ପିନ୍ଧିବା ଆପଣମାନେ କେବେ ଦେଖିଛନ୍ତି କି? ମୁଁ କେବଳ ଏହି ଗୋଟିଏ ଧଳା ଟି-ଶାର୍ଟ ପିନ୍ଧି ବିଭିନ୍ନ ସ୍ଥାନକୁ ଯାଉଛି।”

Rahul Gandhi

Rahul Gandhi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷାଧିକ ତଥା ଦାମୀ ସୁଟ ପିନ୍ଧୁ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏଥିସହ ସେ ମୋଦିଙ୍କ ପୋଷାକକୁ ନେଇ ମଧ୍ୟ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶର ସତନାରେ ଆୟୋଜିତ ଗୋଟିଏ ରାଲିରେ ରାହୁଲ ଗାନ୍ଧି କହିଛନ୍ତି, “ଗୋଟିଏ ଦିନରେ ସେ(ପ୍ରଧାନମନ୍ତ୍ରୀ ମୋଦି) ଅତିକମରେ ୧/୨ଟି ସୁଟ ପିନ୍ଧୁଛନ୍ତି।

Advertisment

ସୁଟର ଦାମ ଲକ୍ଷାଧିକ ଟଙ୍କା। ମୋଦିଜୀ ଗୋଟିଏ ପୋଷାକକୁ ଦୁଇ ଥର ପିନ୍ଧିବା ଆପଣମାନେ କେବେ ଦେଖିଛନ୍ତି କି? ମୁଁ କେବଳ ଏହି ଗୋଟିଏ ଧଳା ଟି-ଶାର୍ଟ ପିନ୍ଧି ବିଭିନ୍ନ ସ୍ଥାନକୁ ଯାଉଛି।”

ସେ ଆହୁରି କହିଛନ୍ତି, “ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଶୁଣିଛି। ସେ ପ୍ରତିଟି ଭାଷଣରେ ଓ ପ୍ରତିଟି ସ୍ଥାନରେ କୁହନ୍ତି ଯେ ‘ମୁଁ ଓବିସି ସଂପ୍ରଦାୟରୁ ଆସିଛି।’ ସେ ବାରମ୍ବାର ଏକଥା କହି ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Advertisment

କିନ୍ତୁ ଆପଣମାନେ ଜାଣିଛନ୍ତି କି କାହିଁକି ତାଙ୍କ ଭାଷଣରୁ ଏବେ ଜାତି କଥା ଉଭାନ ହୋଇଯାଇଛି? କାରଣ ମୁଁ ଏବେ ଜାତି ଭିତ୍ତିକ ଜନଗଣନା ଆରମ୍ଭ କରିବା ସପକ୍ଷରେ କହିବାରେ ଲାଗିଛି। ଯେବେ ଠାରୁ ମୁଁ ଏ ବିଷୟରେ କହିବା ଆରମ୍ଭ କରିଛି ସେବେଠାରୁ ମୋଦିଜୀ ଭାରତରେ କୌଣସି ଜାତି ନାହିଁ ବୋଲି କହିବା ଆରମ୍ଭ କରିଛନ୍ତି।

ଜାତି ଭିତ୍ତିକ ଜନଗଣନା ଗୋଟିଏ ବୈପ୍ଳିବ ପରିବର୍ତ୍ତନ। ଏହା ଲୋକଙ୍କ ଜୀବନର ଗତିପଥ ବଦଳାଇ ଦେବ। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ମଧ୍ୟପ୍ରଦେଶ ସମେତ ଜାତୀୟ ସ୍ତରରେ ଜାତି ଭିତ୍ତିକ ଜନଗଣନା କରିବ।”

ଆସନ୍ତା ୧୭ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଆଜି ରାହୁଲ ନିଜ ଦଳ ପାଇଁ ପ୍ରଚାର କରିଛନ୍ତି। ପ୍ରଚାର କରିବା ବେଳେ ବେକାରୀ ସମସ୍ୟାକୁ ନେଇ ନେଇ ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ରାହୁଲ କହିଛନ୍ତି, “ରାଜ୍ୟରେ କ୍ଷମତାକୁ ଆସିବା ପରେ ଆମର ପ୍ରଥମ କାମ ହେଲା ଜାତି ଭିତ୍ତିକ ଜନଗଣନା କରିବୁ। ମଧ୍ୟପ୍ରଦେଶରେ କେତେ ଓବିସି ରହୁଛନ୍ତି, ତା’କୁ ନିଶ୍ଚିତ କରାଯିବ। ଏହା ଏକ ଏକ୍ସରେ ଭଳି। ସର୍ଭେ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ। ଏହାପରେ ସେମାନଙ୍କ କଲ୍ୟାଣ ପାଇଁ ନୀତି ନିର୍ଦ୍ଧାରଣ କରାଯିବ। କଂଗ୍ରେସ ଜାତୀୟସ୍ତରରେ ମଧ୍ୟ ଜାତି ଭିତ୍ତିକ ଜନଗଣନା କରିବ।”

PM Modi Rahul Gandhi Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe