Advertisment

ଆୟକର ନୋଟିସ ପରେ ଆସିଲା ରାହୁଲ ଗାନ୍ଧିଙ୍କ ‘ଗ୍ୟାରେଣ୍ଟି’

ବିଜେପି ମୋଦି କି ଗ୍ୟାରେଣ୍ଟୀ ନାରା ଦେଇ ପ୍ରଚାର କରୁଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟୀ ସାମ୍ନାକୁ ଆସିଛି।

Rahul Gandhi

Rahul Gandhi

Advertisment

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଆୟକର ବିଭାଗ ପୁଣି ୧୮୨୩ କୋଟି ଟଙ୍କାର ନୋଟିସ ପଠାଇଛି। ଏହି ନୋଟିସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଉପରେ ଜୋରଦାର ହମଲା କରିଛନ୍ତି।

Advertisment

ବିଜେପି ମୋଦି କି ଗ୍ୟାରେଣ୍ଟୀ ନାରା ଦେଇ ପ୍ରଚାର କରୁଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟୀ ସାମ୍ନାକୁ ଆସିଛି। ଯେତେବେଳେ କଂଗ୍ରେସ ସରକାର କ୍ଷମତାକୁ ଫେରିବ, ସେତେବେଳେ ଗଣତନ୍ତ୍ରର ଧଜିଆ ଉଡ଼ାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାହୁଲ କହିଛନ୍ତି।

ସେ ଏକ୍ସରେ ଗୋଟିଏ ପୋଷ୍ଟ କରି କହିଛନ୍ତି, “ଯେବେ ସରକାର ବଦଳିଯିବ ସେତେବେଳେ ଗଣତନ୍ତ୍ରର ଚରିତ୍ର ହରଣ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯେମିତି ହେଲେ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ଏମିତି ଗ୍ରହଣ କରାଯିବ ଯେମିତି ଆଗକୁ କେହି ବି ଏପରି କାମ କରିବାକୁ ସାହାସ କରିବେ ନାହିଁ। ଏହା ମୋର ଦେଶବାସୀଙ୍କୁ ଗ୍ୟାରେଣ୍ଟୀ।” ସେ ଏହି ପୋଷ୍ଟ ସହ ବିଜେପି ଟିକସ ଆତଙ୍କବାଦ କରୁଥିବା ମଧ୍ୟ ହ୍ୟାଶଟ୍ୟାଗ ବ୍ୟବହାର କରିଛନ୍ତି।

Advertisment

ଏହାପୂର୍ବରୁ ଆୟକର ନୋଟିସ ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ନିର୍ବାଚନୀ ବଣ୍ଡ ସ୍କାମରୁ ବିଜେପି ୮,୨୦୦ କୋଟି ଟଙ୍କା ପାଇଛି।

ପ୍ରି-ପେଡ, ପୋଷ୍ଟ ପେଡ, ପୋଷ୍ଟ ରେଡ ଲାଞ୍ଚ ଓ ଶେଲ କମ୍ପାନୀ ଦ୍ୱାରା ଟଙ୍କା ହାସଲ କରିଛି। ବିଜେପି ଟିକସ ଆତଙ୍କବାଦରେ ସାମିଲ ରହିଛି। କଂଗ୍ରେସକୁ ଆର୍ଥିକସ୍ତରରେ ପଙ୍ଗୁ କରି ଦେବାକୁ ଉଦ୍ୟମ ଚାଲିଛି। ହେଲେ ଆମେ କେବେ ହେଲେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସେ କହିଛନ୍ତି।

Bjp Rahul Gandhi PM Modi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe