Advertisment

ମହିଳାଙ୍କୁ ଜୁଲାଇ ୧ରୁ ୮,୫୦୦ ଟଙ୍କା ଲେଖାଏ ମିଳିବ : ରାହୁଲ ଗାନ୍ଧି

ରାଏବରେଲୀରେ ରାହୁଲ ଗାନ୍ଧି ବିଶାଳ ଜନସଭାକୁ ସମ୍ବୋଧନ କରି ୧ ଲକ୍ଷ ଟଙ୍କିଆ ଯୋଜନା ବିଷୟରେ କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ବିରୋଧୀ ମେଣ୍ଟ ଇଣ୍ତିଆ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବର୍ଷକ ମିଳିବ ବୋଲି ପୁଣିଥରେ ଦୋହରାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ଏଥର ୱାୟନାଡ ସହ ରାଏବରେଲୀରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।

Advertisment

ରାଏବରେଲୀରେ ରାହୁଲ ଗାନ୍ଧି ବିଶାଳ ଜନସଭାକୁ ସମ୍ବୋଧନ କରି ୧ ଲକ୍ଷ ଟଙ୍କିଆ ଯୋଜନା ବିଷୟରେ କହିଛନ୍ତି। ଏଥିସହ ନିଜର ମ୍ୟାଜିକ ଫର୍ମୁଲା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ଜୁଲାଇ ୧ ତାରିଖ ସକାଳୁ ସକାଳୁ ଗରିବ ପରିବାରର ମହିଳାମାନେ ଯେତେବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ କରିବେ ସେତେବେଳେ ୮,୫୦୦ ଟଙ୍କା ଯାଦୁ ଭଳି ସେଥିରେ ଜମା ହୋଇ ସାରିଥିବ।

ଏପରି ଯାଦୁ ପ୍ରତି ମାସର ପ୍ରଥମ ତାରିଖରେ ହିଁ ହେବ। ଇଣ୍ଡିଆ ସରକାର ପ୍ରତି ମାସରେ ଟଙ୍କା ପଠାଇବ। ଏପରି ଭାବେ ଆମେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଆକାଉଣ୍ଟକୁ ବର୍ଷକୁ ୧ ଲକ୍ଷ ଟଙ୍କା ଲେଖାଏ ଦେବୁ। ଦେଶର ସବୁ ପ୍ରାନ୍ତର ମହିଳା ଏଥିରୁ ଲାଭବାନ ହେବେ। ଏହା ଆପଣମାନଙ୍କର ଗୋଟିଏ ଭୋଟର ଶକ୍ତି।”

Advertisment

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ କ୍ଷମତାକୁ ଆସିବା ପରେ ମହାଲକ୍ଷ୍ମୀ ଯୋଜନା ଲାଗୁ କରିବ। ଏହି ଯୋଜନା ଅଧୀନରେ ବିପଏଲ ପରିବାର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଲେଖାଏ ଦେବ। ଉକ୍ତ ପରିବାର ଗରିବୀ ରେଖା ତଳୁ ନ ବାହାରିବା ଯାଏ କଂଗ୍ରେସ ସରକାର ଟଙ୍କା ପଠାଇ ଚାଲିଥିବ ବୋଲି ଇସ୍ତାହାରରେ କୁହାଯାଇଛି।

ରାହୁଲ ଗାନ୍ଧି କହିଥିଲେ ଯେ “ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଲେଖାଏ ଖଟାଖଟ ଆସୁଥିବ ଓ ଗୋଟିଏ ଝଟକାରେ ଆମେ ହିନ୍ଦୁସ୍ତାନରୁ ଗରିବୀକୁ ହଟାଇ ଦେବୁ।” ତେବେ ପରବର୍ତ୍ତୀ ଅବସ୍ଥାରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ରାହୁଲ ଗାନ୍ଧି କହିଥିଲେ ଯେ ସେ ଗୋଟିଏ ଥରରେ ଗରିବୀ ହଟିଯିବ ବୋଲି କହି ନଥିଲେ। ବରଂ ଗରିବୀ ମୁକ୍ତ ଦେଶ ଗଠନ ଦିଗରେ ଏହା ଏକ ପଦକ୍ଷେପ ବୋଲି ସେ ସଫେଇ ଦେଇଥିଲେ।

Congress Rahul Gandhi Lok Sabha Election 2024