Advertisment

'ମ୍ୟାଚ୍ ଫିକ୍ସିଂ ହୋଇଛି, ନହେଲେ ୪୦୦ ପାର୍ ନାରା ସମ୍ଭବ ନୁହେଁ'

'ମ୍ୟାଚ୍ ପୂର୍ବରୁ ଆମ ଦଳର ଦୁଇ ଜଣ ଖେଳାଳିଙ୍କୁ ଗିରଫ କରାଯାଇଛି...'

ଅଦ୍ୟତନ ହୋଇଛି
undefined

Rahul Gandhi

Advertisment

ବିଜେପିର ୪୦୦ ପାର୍ ନାରାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମ୍ୟାଚ୍ ଫିକ୍ସିଂ ବିନା ଦଳର '୪୦୦ ପାର୍ ନାରା ସମ୍ଭବ ନୁହେଁ' ବୋଲି ରାହୁଲ ଗାନ୍ଧୀ କଟାକ୍ଷ କରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, '୪୦୦ ପାର୍' କରିବା ପାଇଁ ପ୍ରଧାନମନ୍ତ୍ରୀ 'ଅମ୍ପାୟାର' ମଧ୍ୟ ଚୟନ କରି ରଖିଛନ୍ତି।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆୟୋଜନ ହୋଇଥିବା ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି, "ଇଭିଏମ୍, ମ୍ୟାଚ୍ ଫିକ୍ସିଂ, ସୋଶାଲ୍ ମିଡିଆ ଏବଂ ଗଣମାଧ୍ୟମ ଉପରେ ଚାପ ନପକାଇ ସେମାନେ (ବିଜେପି) ୧୮୦ରୁ ଅଧିକ ସିଟ୍ ଜିତି ପାରିବେ ନାହିଁ।"

ଏବେ ଆଇପିଏଲ୍ ମ୍ୟାଚ୍ ଚାଲିଛି। ଯେତେବେଳେ ଅମ୍ପାୟାରଙ୍କ ଉପରେ ଚାପ ପଡ଼େ, ଖେଳାଳି କିଣାଯାଏ ଏବଂ ଅଧିନାୟକଙ୍କୁ ମ୍ୟାଚ୍ ଜିତିବାକୁ ଧମକ ଦିଆଯାଏ, ଏହାକୁ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ କୁହାଯାଏ। ଆମ ଆଗରେ ଲୋକସଭା ନିର୍ବାଚନ ଅଛି; ଅମ୍ପାୟାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଚୟନ କରାଯାଇଛି। ମ୍ୟାଚ୍ ପୂର୍ବରୁ ଆମ ଦଳର ଦୁଇ ଜଣ ଖେଳାଳିଙ୍କୁ ଗିରଫ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, କଂଗ୍ରେସ ହେଉଛି ପ୍ରମୁଖ ବିରୋଧୀ ଦଳ। କିନ୍ତୁ ନିର୍ବାଚନ ସମୟରେ ଆମର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଆମକୁ ଅଭିଯାନ ଚଳାଇବାକୁ, ରାଜ୍ୟକୁ କର୍ମୀ ପଠାଇବାକୁ, ପୋଷ୍ଟର ଲଗାଇବାକୁ ପଡିବ, କିନ୍ତୁ ଆମର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ। ଏ କେଉଁ ପ୍ରକାର ନିର୍ବାଚନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ।

କଂଗ୍ରେସ ନେତା ଆହୁରି କହିଛନ୍ତି, ଗରିବଙ୍କଠାରୁ ସମ୍ବିଧାନ ଛଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ୩-୪ ଜଣ ଘନିଷ୍ଠ ପୁଞ୍ଜିପତିଙ୍କ ଦ୍ୱାରା ମ୍ୟାଚ୍ ଫିକ୍ସିଂ କରାଯାଉଛି। ଏଥର ନିର୍ବାଚନ ସାଧାରଣ ନିର୍ବାଚନ ନୁହେଁ, ଏହା ଦେଶ ତଥା ସମ୍ବିଧାନକୁ ବଞ୍ଚାଇବାର ନିର୍ବାଚନ। ଯଦି ଆପଣ ବିଚାର-ବିମର୍ଶ ନକରି ଭୋଟ୍ ନ ଦିଅନ୍ତି, ତେବେ ସେମାନଙ୍କ ମ୍ୟାଚ୍ ଫିକ୍ସିଂ ସଫଳ ହେବ; ଯଦି ଏହା ସଫଳ ହୁଏ ତେବେ ସମ୍ବିଧାନ ନଷ୍ଟ ହୋଇଯିବ। ସମ୍ବିଧାନ ହେଉଛି ଲୋକଙ୍କ ସ୍ୱର। ଯେଉଁ ଦିନ ଏହି ସ୍ୱର ବନ୍ଦ ହୋଇଯିବ, ସେଦିନ ରାଷ୍ଟ୍ରର ସମାପ୍ତି ଘଟିବ।"

ଜଣେ ବିଜେପି ସାଂସଦ କହିଥିଲେ ୪୦୦ରୁ ଅଧିକ ସିଟ୍ ପାଇବା ପରେ ଆମେ ସମ୍ବିଧାନ ପରିବର୍ତ୍ତନ କରିବୁ। ଯଦି ଏପରି ହୁଏ ତେବେ ଦେଶରେ ହିଂସା ସୃଷ୍ଟି ହେବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। 

ପ୍ରକାଶ ଥାଉକି, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ଆପ୍ ସମେତ ଅନେକ ବିରୋଧୀ ଦଳ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଗିରଫଦାରୀ ବିରୋଧରେ ଏକଜୁଟ ହୋଇଛନ୍ତି। ଆଜି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ 'ଲୋକତନ୍ତ୍ର ବଞ୍ଚାଅ' ରାଲି କରିଛନ୍ତି।  

ଦିଲ୍ଲୀର ରାମଲଲା ମୈଦାନରେ ଏହି ରାଲି ଅନୁଷ୍ଠିତ ହୋଇଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ, ପିଡିପି ମୁଖ୍ୟ ମେହବୁବା ମୁଫତି, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ସମାଜବାଦି ପାର୍ଟି ସଭାପତି ଅଖିଳେଶ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଓ ଅନ୍ୟମାନ ଉପସ୍ଥିତ ଥିଲେ। 

Bjp Rahul Gandhi Lok Sabha Election 400 Paar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe