Advertisment

ଲୋକସଭାରେ ନିଟ୍‌ ପ୍ରସଙ୍ଗ ଉଠାଇବାରୁ ବନ୍ଦ ହୋଇଗଲା ରାହୁଲ ଗାନ୍ଧିଙ୍କ ମାଇକ୍‌!

କଂଗ୍ରେସ ପକ୍ଷରୁ ଏକ୍ସରେ ଗୋଟିଏ ଭିଡିଓ ଶେୟାର କରାଯାଇଛି। ଏଥିରେ ରାହୁଲ ଗାନ୍ଧି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସିଟରେ ଲାଗିଥିବା ମାଇକ୍ରୋଫୋନ ସଚଳ କରିବାକୁ କହୁଛନ୍ତି।

undefined

Rahul Gandhi

Advertisment

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ନିଟ୍‌ ପେପର ଲିକ୍‌ ପ୍ରସଙ୍ଗ ଉଠାଇଛନ୍ତି। ତେବେ ସେ ନିଟ୍‌ ଉପରେ କିଛି କହୁଥିବା ବେଳେ ତାଙ୍କ ମାଇକ୍‌କୁ ବନ୍ଦ କରି ଦିଆଯାଇଥିବା ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

କଂଗ୍ରେସ ପକ୍ଷରୁ ଏକ୍ସରେ ଗୋଟିଏ ଭିଡିଓ ଶେୟାର କରାଯାଇଛି। ଏଥିରେ ରାହୁଲ ଗାନ୍ଧି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସିଟରେ ଲାଗିଥିବା ମାଇକ୍ରୋଫୋନ ସଚଳ କରିବାକୁ କହୁଛନ୍ତି। ରାହୁଲ ନିଟ୍‌ ବିବାଦ ଉପରେ ବିତର୍କ ପାଇଁ ଦାବି କରିବା ସହ ସରକାର ବିବୃତି ରଖନ୍ତୁ ବୋଲି କହିଛନ୍ତି।

ଏହା ଉପରେ ସ୍ପଷ୍ଟୀକରଣ ଦେଇ ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ସାଂସଦମାନଙ୍କ ମାଇକର ସୁଇଚ ଅଫ ସେ କରନ୍ତି ନାହିଁ କିମ୍ବା ତାଙ୍କ ଚେୟାର ପାଖରେ କୌଣସି ନିୟନ୍ତ୍ରଣ କରିବାର ସୁଇଚ ନାହିଁ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଆଲୋଚନା ହେବା ଦରକାର। ଏହାବାଦ ଆଉ କିଛି ରେକର୍ଡକୁ ଯିବ ନାହିଁ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ କଂଗ୍ରେସ ଉକ୍ତ ଭିଡିଓକୁ ଶେୟାର କରି କହିଛି ଯେ “ଗୋଟିଏ ପକ୍ଷରେ ନରେନ୍ଦ୍ର ମୋଦି ନିଟ୍‌ ପ୍ରସଙ୍ଗରେ କିଛି ବି କହୁ ନଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଗୃହରେ ଯୁବଗୋଷ୍ଠୀର ସ୍ୱର ଉଠାଉଛନ୍ତି। କିନ୍ତୁ ଏପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯୁବଗୋଷ୍ଠୀର ସ୍ୱରକୁ ଚାପି ଦେବାକୁ ସାଂଘାତିକ ଷଡ଼ଯନ୍ତ୍ର କରାଯାଉଛି। ମାଇକ ବନ୍ଦ କରାଯିବା ଭଳି ଶସ୍ତା ପଦକ୍ଷେପ ନିଆଯାଉଛି।”

ନିଟ୍‌ ୟୁଜି ୨୦୨୪ରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ଏଥିପାଇଁ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଛି। ଏବେ ଏହାର ତାତି ଗୃହରେ ମଧ୍ୟ ଅନୁଭୂତ ହୋଇଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର କ୍ଷଣି କଂଗ୍ରେସ ସାଂସଦ କେସି ଭେନୁଗୋପାଲ ଗୋଟିଏ ମୁଲତବୀ ନୋଟିସ୍‌ ଦେଇ ପେପର ଲିକ୍‌ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ବାଚସ୍ପତି ଓମ ବିଲା ଏହାକୁ ଗ୍ରହଣ କରି ନଥିଲେ। ସେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହିଁ ଆଲୋଚନା ହେବ ବୋଲି କହିଥିଲେ। ଏହାକୁ ନେଇ ହଙ୍ଗାମା ହେବାରୁ ଗୃହକୁ ଜୁଲାଇ ୧ ଯାଏ ମୁଲତବୀ କରି ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟସଭାରେ କଂଗ୍ରେସ ବସ୍‌ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ସେ ନିଟ୍‌ ପ୍ରସଙ୍ଗ ଉଠାଇବାରୁ ତାଙ୍କ ମାଇକ ବନ୍ଦ କରି ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି। 

Rahul Gandhi Lok Sabha Session Lok Sabha Speaker Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe