Advertisment

ବିଶ୍ୱକପରେ ହାରିଲା ଭାରତ: ମୋଦିଙ୍କୁ ପରୋକ୍ଷରେ ‘ପନୌତି’ କହିଲେ ରାହୁଲ

ଉକ୍ତ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ  ପ୍ରଧାମନ୍ତ୍ରୀ ମୋଦି ଷ୍ଟାଡିୟମରେ ପହଞ୍ଚିଥିଲେ। ଭାରତ ଚଳିତ ବିଶ୍ୱକପରେ ଲଗାତାର ୧୦ ମ୍ୟାଚ୍‌ ଜିତିଥିବା ବେଳେ ଫାଇନାଲରେ ହାରିବା ସମସ୍ତଙ୍କୁ ସ୍ତବ୍ଧ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ପନୌତି କହି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବିଶ୍ୱକପ ଫାଇନାଲରେ ଭାରତ ହାରିବା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଛନ୍ତି। ରବିବାର ବିଶ୍ୱକପ ଫାଇନାଲରେ ଅପରାଜେୟ ଭାରତ ଆଶ୍ଚର୍ଯ୍ୟଜନକ ଭାବେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରିଥିଲା।

Advertisment

ଉକ୍ତ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ  ପ୍ରଧାମନ୍ତ୍ରୀ ମୋଦି ଷ୍ଟାଡିୟମରେ ପହଞ୍ଚିଥିଲେ। ଭାରତ ଚଳିତ ବିଶ୍ୱକପରେ ଲଗାତାର ୧୦ ମ୍ୟାଚ୍‌ ଜିତିଥିବା ବେଳେ ଫାଇନାଲରେ ହାରିବା ସମସ୍ତଙ୍କୁ ସ୍ତବ୍ଧ କରିଛି। ଏହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ରାହୁଲ ଗାନ୍ଧି ନିଜର ରାଜନୀତିକ ସଭାରେ ମୋଦିଙ୍କୁ ଏଥିପାଇଁ ପରୋକ୍ଷରେ ଦାୟୀ କରିଛନ୍ତି।

Advertisment

ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଏହି ସମୟରେ ଫାଇନାଲ ମ୍ୟାଚ୍‌ କଥା ଉଠିଥିଲା। ଏତିକି ବେଳେ ଭିଡ଼ ଭିତରୁ ଜଣେ କେହି ପନୌତି, ପନୌତି କହି ଚିତ୍କାର କରିଥିଲେ। ପନୌତିମାନେ ଅଶୁଭ।

ଏହା ଶୁଣି ରାହୁଲ ଗାନ୍ଧି ସ୍ମିଥ ହାସ୍ୟ ଦେଇଥିଲେ ଓ କହିଥିଲେ, “ହଁ, ପନୌତି, ପନୌତି। ଆମ ପିଲାମାନେ ବେଶ ଆରାମରେ ବିଶ୍ୱକପ ଜିତି ଯାଇଥାଆନ୍ତେ, କିନ୍ତୁ ସେଠାରେ ପନୌତି ହରାଇ ଦେଲା। ଟିଭିବାଲା ଏହା କେବେ ହେଲେ କହିବେ ନାହିଁ। ହେଲେ ସାଧାରଣ ଜନତା ସବୁ ଜାଣିଛନ୍ତି।”

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରି ନାହାନ୍ତି। କିନ୍ତୁ ସେ ଫାଇନାଲ ଦିନ ଷ୍ଟାଡିୟମରେ ଉପସ୍ଥିତି ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ପନୌତି ଶବ୍ଦର ବ୍ୟବହାର କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।

ତେବେ ରାହୁଲଙ୍କ ଏପରି ସମାଲୋଚନାକୁ ବିଜେପି ସହଜରେ ଗ୍ରହଣ କରିନାହିଁ। ଏଥିସହ ଦଳ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି କହିଛି। ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, “ଆପଣଙ୍କୁ କ’ଣ ହେଇଛି ରାହୁଲ ଗାନ୍ଧି? ଆପଣ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ଶବ୍ଦ ପ୍ରୟୋଗ କରୁଛନ୍ତି। ଆମ ପ୍ରଧାନମନ୍ତ୍ରୀ ମ୍ୟାଚ ପରେ ଖେଳାଳିଙ୍କୁ ଭେଟିଥିଲେ ଓ ସେମାନଙ୍କ ମନୋବଳ ବଢ଼ାଇଥିଲେ। ଜିତିବା ଓ ହାରିବା ଖେଳର ଗୋଟିଏ ଅଂଶ। ରାହୁଲ ଗାନ୍ଧି ନିଜର ଶବ୍ଦ ପାଇଁ କ୍ଷମା ମାଗନ୍ତୁ।

ଆପଣ ନିଜର ଅତିତରୁ କିଛି ଶିଖନ୍ତୁ। ଆପଣଙ୍କ ମା’(ସୋନିଆ ଗାନ୍ଧି) ମୃତ୍ୟୁର ସଉଦା ଗର ଶବ୍ଦ ନରେନ୍ଦ୍ର ମୋଦିଙ୍କ ପାଇଁ ବ୍ୟବହାର କରିଥିଲେ। ଏହାପରେ କଂଗ୍ରେସ ଏବେ କେଉଁଠି ଥରେ ଦେଖନ୍ତୁ।”

ରବିବାର ଭାରତୀୟ ଟିମ ଫାଇନାଲରେ ହାରିବା ପରେ ପୂରା ଭାଙ୍ଗି ପଡ଼ିଥିଲା। ସବୁ ଖେଳାଳିଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ମ୍ୟାଚ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟିମର ଡ୍ରେସିଂ ରୁମରେ ପହଞ୍ଚିଥିଲେ। ଏହାପରେ ସେ ସବୁ ଖେଳାଳିଙ୍କୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ମହମ୍ମଦ ଶାମିଙ୍କୁ ମୋଦି ନିଜ ଛାତିରେ ଲଗାଇ ଶୁଭେଚ୍ଛା ଜଣାଇଥିଲେ।

PM Modi Rahul Gandhi ICC Men’s Cricket World Cup 2023 CWC Final