Advertisment

ରାହୁଲ ଗାନ୍ଧିଙ୍କ ସୀମାରେ ଚୀନ୍ ଅନୁପ୍ରବେଶ ଅଭିଯୋଗ ସତ: ସଞ୍ଜୟ ରାଉତ

ଚୀନ୍ ସେନା ଲଦାଖ ସୀମାରେ ଅନୁପ୍ରବେଶ କରିଥିବା ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସମର୍ଥନ। ରାହୁଲ ଗାନ୍ଧୀ ସତ କହୁଥିବା କହିଛନ୍ତି ସଞ୍ଜୟ ରାଉତ।

author-image
Debibandita Barick
ଅଦ୍ୟତନ ହୋଇଛି
Sanjay Raut

Sanjay Raut

ଚୀନ୍ ସେନା ଲଦାଖ ସୀମାରେ ଅନୁପ୍ରବେଶ କରିଥିବା ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସମର୍ଥନ। ସଞ୍ଜୟ ରାଉତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି କହିଛନ୍ତି ଯେ, ଚୀନ୍ ସେନାର ଅନୁପ୍ରେବଶକୁ ନେଇ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ କରିଛନ୍ତି ତାହା ସତ। କିନ୍ତୁ ଆମ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସତ କହୁନାହାନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବା ପରିବର୍ତ୍ତେ ସତ କହିବା ଉଚିତ୍। ଏପରି କରିବା ଦ୍ୱାରା ଆମେ ଭାରତ ମାତା ପ୍ରତି ଅନ୍ୟାୟ କରୁଛୁ ବୋଲି ସେ କହିଛନ୍ତି।

Advertisment

ରାହୁଲ ଗାନ୍ଧିଙ୍କ ବିବୃତ୍ତି ଉପରେ ରାଉତ କହିଛନ୍ତି, 'ଯଦି ଚୀନ୍ ଜମି ଦଖଲ କରିଥିବା ନେଇ ରାହୁଲ ଗାନ୍ଧି କହୁଛନ୍ତି ତେବେ, ଏହା ଉପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଲୋକଙ୍କୁ ମିଛ-ସତ କହିବାର ଆବଶ୍ୟକ ନାହିଁ। ଏହାକୁ ତ ମୁଁ ବେଇମାନି ବୋଲି କହିବିନି, କିନ୍ତୁ ନିଶ୍ଚୟ ଭାରତ ମାତା ପ୍ରତି ଅନ୍ୟାୟ ହୋଇଛି ବୋଲି କହିବି। ରାହୁଲ ଗାନ୍ଧି ଦେଶର ଜଣେ ପ୍ରମୁଖ ନେତା, ସେ ଜଣେ ସାଂସଦ, କଂଗ୍ରେସର ପୂର୍ବତନ ସଭାପତି ମଧ୍ୟ। ଯଦି ସେ ଲଦାଖ ସୀମାକୁ ନେଇ କିଛି ବିବୃତ୍ତି ରଖିଛନ୍ତି, ତେବେ ନିଶ୍ଚୟ ଭାବି-ଚିନ୍ତି ରଖିଥିବେ।' ଲୋକ ସତ ଜାଣନ୍ତୁ ବୋଲି ରାହୁଲ ଗାନ୍ଧୀ ଚାହୁଁଥିବା କହିଛନ୍ତି ସଞ୍ଜୟ ରାଉତ।

ସେପଟେ ରାହୁଲ ଗାନ୍ଧିଙ୍କ ବିବୃତ୍ତି ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପଟେଲ କହିଛନ୍ତି ଯେ, ଅଗଷ୍ଟ 15 ରେ ପତାକା ଉତ୍ତୋଳନ କରିବା ସମୟରେ ପ୍ରଧାନମନ୍ତ୍ରୀ ମିଥ୍ୟା ଭାଷଣ ଦେଉଥିଲେ। ରାହୁଲ ଗାନ୍ଧୀ ନିଜେ ସେଠାକୁ ଯାଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ଅରୁଣାଚଳ ପ୍ରଦେଶ ଏବଂ ଲେହ-ଲଦାଖ ସୀମାରେ ଚୀନ୍ ଅନୁପ୍ରବେଶ କରିଥିବା ନେଇ କଂଗ୍ରେସ ମଧ୍ୟ ବାରମ୍ୱାର ଅଭିଯୋଗ କରିଛି। ରାହୁଲ ଗାନ୍ଧୀ ମଧ୍ୟ ସମାନ କଥା କହିଛନ୍ତି ଏବଂ ପୂରା ଦୁନିଆକୁ ମଧ୍ୟ ଏହା ଜଣା ବୋଲି ନାନା ପଟେଲ କହିଛନ୍ତି।

Advertisment

ସୂଚନା ଅନୁସାରେ, ଶୁକ୍ରବାରରୁ ଲଦାଖ ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧି। ଗତକାଲି ସେ ଲଦାଖର ପାଂଗଙ୍ଗ ହ୍ରଦକୁ ବାଇକରେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ଆଜି ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କୁ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଥିଲେ, ଲଦାଖ ସୀମାରେ ଚୀନ୍ ଅନୁପ୍ରବେଶକୁ ନେଇ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି। ବାସ୍ତବରେ ସୀମାରେ ଚୀନ ଜମି ଅକ୍ତିଆର କରିସାରିଛି। ଏଠାରେ ଯାହାଙ୍କୁ ପଚାରିବେ ସେ ମଧ୍ୟ ଏହା କହିବେ। ଭାରତ ଯୋଡୋ ଯାତ୍ରା ସମୟରେ ଆମେ ଏଠାକୁ ଆସିଥାନ୍ତୁ, ମାତ୍ର କିଛି ସମସ୍ୟା କାରଣରୁ ଆସିପାରି ନଥିଲୁ। ସେଥିପାଇଁ ଏବେ ଲଦାଖ ଆସିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

Sanjay Rout India-china Border Tension Ladakh Rahul Gandhi