Advertisment

ରାହୁଲ ଗାନ୍ଧିଙ୍କ ଦାବି: ଏହି କାରଣ ପାଇଁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ମୋଦି

ଯୁବ କଂଗ୍ରେସର କର୍ମୀମାନଙ୍କୁ ଭର୍ଚ୍ୟୁଆଲ ମୋଡରେ ସମ୍ବୋଧନ କରି ରାହୁଲ ଗାନ୍ଧି ବିଜେପି ଓ ଆରଏସଏସ୍‌ କେବଳ କ୍ଷମତା ଉପରେ ଫୋକସ କରନ୍ତି। ସେମାନେ ଲୋକଙ୍କ ଯନ୍ତ୍ରଣାକୁ ଆଦୌ ବୁଝି ପାରନ୍ତି ନାହିଁ ବୋଲି କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ମଣିପୁରରେ ଜାରି ରହିଥିବା ଭୟଙ୍କର ହିଂସା ଘଟଣାରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଥିବା ବେଳେ ଏଯାଏ ସୁଫଳ ମିଳିନି। ମଣିପୁର ପ୍ରସଙ୍ଗରେ ମୋଦି ଚୁପ ରହିଥିବାରୁ ବିରୋଧୀ ଉଭୟ ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏସବୁ ଭିତରେ ଆଜି ରାହୁଲ ଗାନ୍ଧି ମଣିପୁର ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି-ଆରଏସଏସ୍ ବିରୋଧରେ ଗର୍ଜିଛନ୍ତି।

Advertisment

ଏଥିସହ ମୋଦି କାହିଁକି ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି, ତା’ର ଆକଳନ ମଧ୍ୟ କରିଛନ୍ତି। କ୍ଷମତା ପାଇଁ ଶାସକ ଦଳ ଯେଉଁ କୌଣସି ରାଜ୍ୟକୁ ଜଳିବାକୁ ଛାଡ଼ି ଦେଇପାରେ ବୋଲି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଯୁବ କଂଗ୍ରେସର କର୍ମୀମାନଙ୍କୁ ଭର୍ଚ୍ୟୁଆଲ ମୋଡରେ ସମ୍ବୋଧନ କରି ରାହୁଲ ଗାନ୍ଧି ବିଜେପି ଓ ଆରଏସଏସ୍‌ କେବଳ କ୍ଷମତା ଉପରେ ଫୋକସ କରନ୍ତି। ସେମାନେ ଲୋକଙ୍କ ଯନ୍ତ୍ରଣାକୁ ଆଦୌ ବୁଝି ପାରନ୍ତି ନାହିଁ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି, “ସେମାନେ କ୍ଷମତା ଚାହାନ୍ତି ଓ ଏଥିପାଇଁ ସେମାନେ କିଛି ବି କରିପାରନ୍ତି। ସେମାନେ ମଣିପୁର, ହରିଆଣା, ପଞ୍ଜାବ ଓ ଉତ୍ତର ପ୍ରଦେଶ ମଧ୍ୟ ଜଳିବାକୁ ଛାଡ଼ି ଦେବେ। କାରଣ ସେମାନେ କେବଳ କ୍ଷମତା ଚାହାନ୍ତି।

ଯୁବ କଂଗ୍ରେସର କର୍ମୀମାନେ ମଣିପୁର ଭଳି ଘଟଣା ଘଟିବା ବେଳେ ବ୍ୟକ୍ତିଗତ ସ୍ତରରେ ଯନ୍ତ୍ରଣା ଅନୁଭବ କରନ୍ତି। କିନ୍ତୁ ବିଜେପି-ଆରଏସଏସ କେବେ ହେଲେ ସେଭଳି ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ। ଏହାର କାଣର ହେଲା, ସେମାନେ ଦେଶକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏପରି କାମ ବର୍ଷବର୍ଷ ଧରି କରି ଆସୁଛନ୍ତି।”

ବର୍ତ୍ତମାନ ଦେଶରେ କଂଗ୍ରେ ଓ ବିଜେପି-ଆରଏସଏସ ମଧ୍ୟରେ ବିଚାରଧାରାର ଲଢ଼େଇ ଚାଲିଥିବା ସେ ଦାବି କରିଛନ୍ତି। ରାହୁଲ କହିଛନ୍ତି, “କଂଗ୍ରେସ ସବୁବେଳେ ସମ୍ବିଧାନ ଉପରେ ବିଶ୍ୱାସ କରେ। ଦେଶକୁ ଏକାଠି କରିବା ଓ ଅସମାନ ସାମାଜିକ ବ୍ୟବସ୍ଥା ବିରୋଧରେ ଦଳ କାମ କରେ। ବିଜେପି-ଆରଏସଏସ ଚାହୁଁଛନ୍ତି ଯେ କେବଳ କିଛି ନିର୍ଦ୍ଦିଷ୍ଟ ଲୋକ ଦେଶକୁ ଚଳାନ୍ତୁ ଓ ସେମାନେ ସବୁ ସମ୍ପତ୍ତିରେ ମାଲିକ ହୁଅନ୍ତୁ। ନ୍ୟାପାଳିକା, ଆର୍ମି, ନିର୍ବାଚନ କମିଶନ ଓ ସ୍କୁଲ ଠାରୁ ଆରମ୍ଭ କରି ସବୁ ପ୍ରତିଷ୍ଠାନ ସେମାନଙ୍କ ଅଧୀନରେ ରହୁ ବୋଲି ଚାହାନ୍ତି।”

ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମଣିପୁରରେ କ’ଣ ସବୁ ଘଟୁଛି ଆପଣମାନେ ସମସ୍ତେ ଦେଖୁଛନ୍ତି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ହେଲେ ଶବ୍ଦ କହୁ ନଥିବା ଘଟଣାରେ ଆପଣ ଆଦୌ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଆପଣମାନେ ଭାବିନେବା ଦରକାର ଯେ ଯଦି ଭାରତରେ କୌଣସି ଗୋଟିଏ ରାଜ୍ୟ ଜଳୁଛି, ତା’ହେଲେ ଭାରତର ପ୍ରଧାନମନ୍ତ୍ରୀ ସବୁ ଠାରୁ ଶେଷରେ ପ୍ରତିକ୍ରିୟା ଦେବେ।

ପ୍ରଧାନମନ୍ତ୍ରୀ ଇମ୍ଫାଲ ଯାଇ ଲୋକଙ୍କ ସହ କଥା ହେବା ଉଚିତ ବୋଲି ଆପଣମାନେ ଭାବୁଛନ୍ତି କି? ମଣିପୁର ପ୍ରସଙ୍ଗରେ ସେ ଚୁପ ରହିବାର କାରଣ କ’ଣ? ଏହାର କାରଣ ହେଲା ସେ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପ୍ରଧାନମନ୍ତ୍ରୀ। ସେ ଆରଏସଏସର ପ୍ରଧାନମନ୍ତ୍ରୀ।

ତାଙ୍କର କୌଣସି କାମ ମଣିପୁର ସହ ନାହିଁ। ସେ ଭଲ ଭାବେ ଜାଣିଛନ୍ତି ଯେ ତାଙ୍କ ବିଚାରଧାରା ଯୋଗୁ ମଣିପୁରରେ ହିଂସା ସୃଷ୍ଟି ହୋଇଛି। କିନ୍ତୁ ତୃଣମୂଳ ସ୍ତରରେ ଘଟୁଥିବା ଘଟଣା ଓ ମହିଳା ଏବଂ ଛୋଟ ପିଲାଙ୍କ ଯନ୍ତ୍ରଣା ଦ୍ୱାରା ସେ ଆଦୌ ପ୍ରଭାବିତ ନୁହନ୍ତି।”

PM Modi Rahul Gandhi Manipur Violence Manipur Incident