Advertisment

ମହିଳାଙ୍କ ୧ ଲକ୍ଷ ଟଙ୍କାରୁ ପୁରୁଷମାନେ କିଛି ନେଇ ଯିବେ: କାହିଁକି ଏମିତି କହିଲେ ରାହୁଲ ଗାନ୍ଧି

ଆଦିବାସୀ ମହିଳାମାନେ ୧୬ରୁ ୧୮ ଘଣ୍ଟା କାମ କରୁଛନ୍ତି। ସମ୍ଭବତଃ ପୁରୁଷମାନେ ମୋର ଏକଥାକୁ ପସନ୍ଦ କରି ନପାରନ୍ତି ବୋଲି ରାହୁଲ କହିଛନ୍ତି।

Rahul Gandhi

Rahul Gandhi

Advertisment

କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତିଟି ଗରିବ ପରିବାର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବ ବୋଲି କରିଥିବା ଘୋଷଣାକୁ ଆଜି ରାହୁଲ ଗାନ୍ଧି ପୁଣି ଦୋହରାଇଛନ୍ତି। ଏକଥା କହିବା ବେଳେ ସେ ଗୋଟିଏ ବଡ଼ ଆକଳନ ବି କରିଛନ୍ତି। କଂଗ୍ରେସ ମହିଳାମାନଙ୍କୁ ୧ ଲକ୍ଷ ଟଙ୍କା ଦେବ। କିନ୍ତୁ ସେମାନଙ୍କ ପରିବାରରେ ଥିବା ପୁରୁଷମାନେ ଉକ୍ତ ଟଙ୍କାରୁ କିଛି ନିଜ ପାଇଁ ନେଇଯିବେ ବୋଲି ରାହୁଲ ଗାନ୍ଧି କହିଛନ୍ତି।

Advertisment

ଝାରଖଣ୍ଡର ଚାଇବାସରେ ଆୟୋଜିତ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି କହିଛନ୍ତି ଯେ “୨୧ତମ ଶତାବ୍ବୀରେ ଉଭୟ ପୁରୁଷ ଓ ମହିଳା କାମ କରିବାକୁ ବାହାରକୁ ଯାଉଛନ୍ତି। ସେମାନେ ପ୍ରତିଦିନ ୮ରୁ ୧୦ ଘଣ୍ଟା କାମ କରୁଛନ୍ତି। ଏହାପରେ ସେମାନେ ଘରକୁ ଫେରୁଛନ୍ତି ଓ ମହିଳାମାନେ ଆଉ ୮ ଘଣ୍ଟା କାମ କରୁଛନ୍ତି।

ପୁରୁଷମାନେ ୮ରୁ ୧୦ ଘଣ୍ଟା କାମ କରନ୍ତି। ୨୧ତମ ଶତାବ୍ବୀରେ ଆଦିବାସୀ ମହିଳାମାନେ ୧୬ରୁ ୧୮ ଘଣ୍ଟା କାମ କରୁଛନ୍ତି। ସମ୍ଭବତଃ ପୁରୁଷମାନେ ମୋର ଏକଥାକୁ ପସନ୍ଦ କରି ନପାରନ୍ତି। କିନ୍ତୁ ଏହା ସତ। ଖାସ ଏହି କାରଣ ପାଇଁ ଆମେ ମହିଳାଙ୍କ ଆକାଉଣ୍ଟରେ ସିଧା ୧ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛୁ।

Advertisment

ଏକଥା ମୁଁ ଜାଣିଛି ଯେ ପୁରୁଷମାନେ ଉକ୍ତ ଟଙ୍କାରୁ କିଛି ଦେବାକୁ ମହିଳାଙ୍କ ଉପରେ ଚାପ ପକାଇବେ। ଏହା ସତ ଯେ ସେମାନଙ୍କର ମଧ୍ୟ ଆବଶ୍ୟକତା ରହିଛି।”

ରାହୁଲ ଗାନ୍ଧି ଘୋଷଣା କରିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ ତା’ହେଲେ ଆଦିବାସୀ, ଦଳିତ, ଓବିସି ଓ ଅନ୍ୟ ପଛୁଆ ବର୍ଗର ତାଲିକା ପ୍ରସ୍ତୁତ କରିବ। ଗରିବୀ ରେଖା ତଳେ ରହୁଥିବା ଲୋକଙ୍କୁ ଚିହ୍ନଟ କରାଯିବ। ବିପିଏଲ ତଳେ ରହିଥିବା ପରିବାରର ଜଣେ ମହିଳାଙ୍କୁ ମାସିକ ୮ ହଜାର ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ରାହୁଲ କହିଛନ୍ତି।

Congress Rahul Gandhi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe