Advertisment

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ରୋକିଲା ଆସାମ ପୁଲିସ

ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ପ୍ରବଳ ହଙ୍ଗାମା।

author-image
Debibandita Barick
ଅଦ୍ୟତନ ହୋଇଛି
Bharat Jodo Nyay Yatra

Bharat Jodo Nyay Yatra

ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ପ୍ରବଳ ହଙ୍ଗାମା। ଗତକାଲି ରାହୁଲ ଗାନ୍ଧିଙ୍କୁ ମନ୍ଦିରକୁ ପ୍ରବେଶ କରାଇ ନଦେବାରୁ ରାସ୍ତାରେ ବସିଥିଲେ ଶତାଧିକ କର୍ମୀ। ଆଜି ପୁଣି ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ଏହି ଯାତ୍ରାକୁ ବନ୍ଦ କରିଛି। 

Advertisment

ଆଜି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନରେ ଆୟୋଜିତ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ବନ୍ଦ କରିଛି। ରାଜଧାନୀ ଗୌହାଟି ଜନପୂର୍ଣ୍ଣ ମାର୍ଗ ହୋଇଥିବାରୁ ରାଲିକୁ ଅନୁମତି ଦେଇନଥିଲା ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର। ଆଜି କାର୍ଯ୍ୟ ଦିବସ ଥିବାରୁ ସହରର ପ୍ରମୁଖ ରାସ୍ତା ଦେଇ ଯାତାୟାତକୁ ଅନୁମତି ଦେବା ଦ୍ୱାରା ଟ୍ରାଫିକ୍ ଅଡୁଆରେ ପଡିପାରେ ବୋଲି ରାଜ୍ୟ ପ୍ରଶାସନ ଏହି ସମାବେଶକୁ ଅନ୍ୟ ଏକ ମାର୍ଗରେ ଯିବାକୁ କହିଥିଲା। କିନ୍ତୁ ହଜାର ହଜାର କଂଗ୍ରେସ କର୍ମୀ ରାଜଧାନୀର ଏହି ମୁଖ୍ୟ ମାର୍ଗରେ ହିଁ ପ୍ରବେଶ କରିଥିଲେ।

ଭିଡ ନିୟନ୍ତ୍ରଣ କରିବା ପାଇଁ ଆସାମ ପୁଲିସର ବ୍ୟାପକ କର୍ମଚାରୀ ସେଠାରେ ପହଞ୍ଚିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟ ପ୍ରଶାସନ ଅଯଥା କାରଣରୁ ସହରକୁ ପ୍ରବେଶ ପାଇଁ ବାରଣ କରୁଛି ବୋଲି କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ଆମ ନେତା ରାହୁଲ ଗାନ୍ଧିଙ୍କୁ ବାରମ୍ବାର ବିରୋଧ କରି ଆସୁଛନ୍ତି। ରାହୁଲ ଗାନ୍ଧି ଆସାମକୁ ପ୍ରବେଶ କରିବା ପରଠାରୁ ଜାଣିଶୁଣି ଏପରି କରାଯାଉଛି। 

ଗତକାଲି ମଧ୍ୟ ଏହି ଯାତ୍ରା ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଆସାମରେଏକ ମନ୍ଦିରକୁ ପ୍ରବେଶ କରିବା ସମୟରେ ରାହୁଲ ଗାନ୍ଧିଙ୍କୁ କିଛି ସ୍ଥାନୀୟ ବାସିନ୍ଦା ରୋକିଥିଲେ। ଏହାପରେ ରାସ୍ତା ଉପରେ ବସିଥିଲେ ରାହୁଲ। 'ମୋତେ କାହିଁକି ମନ୍ଦିର ପ୍ରବେଶକୁ ଅନୁମତି ଦିଆଯାଉ ନାହିଁ, ମୋର କି ଦୋଷ' ବୋଲି ସେ ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧି।

Bharat Jodo Nyay Yatra Rahul Gandhi Himanta Sarma Assam Police