Advertisment

ବର୍ଷିଲେ ରାହୁଲ ଗାନ୍ଧି: ବିଜେପି ପାଇଁ ମଣିପୁର ଭାରତର ଅଂଶ ନାହିଁ

ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରି ପ୍ରବଳ ବର୍ଷିଛନ୍ତି ରାହୁଲ ଗାନ୍ଧି।

Rahul Gandhi

Rahul Gandhi

Advertisment

ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ହିଂସାଗ୍ରସ୍ତ ମଣିପୁରର ଥୋବାଲ ଠାରୁ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି। ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ସେ ପ୍ରବଳ ବର୍ଷିଛନ୍ତି।

Advertisment

ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆରମ୍ଭ କରି ରାହୁଲ କହିଛନ୍ତି, 'ଜୁନ ୨୯ ପରଠାରୁ ମଣିପୁରରେ ଶାସନ ପୂରା ଢ଼ାଞ୍ଚା ନଷ୍ଟ ହୋଇଯାଇଛି। ପୂରା ରାଜ୍ୟରେ ଘୃଣା ବ୍ୟାପି ଯାଇଛି। ଲଜ୍ଜାଜନକ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଯାଏଁ ମଣିପୁର ଯିବାକୁ ସମୟ ମିଳିନାହିଁ। ସେ ମଣିପୁରକୁ ଥରଟିଏ ବି ଗସ୍ତ କରିନାହାଁନ୍ତି। ବିଜେପିର ରାଜନୀତି ଯୋଗୁଁ ମଣିପୁର ଯାହା ପାଇବା ଆବଶ୍ୟକ ତାହା ହରାଇଛି।'

ଓ୍ୱାଇନାଡ ସାଂସଦ ଆହୁରି କହିଛନ୍ତି, ମଣିପୁର ହିଂସାରେ ଏତେ ଲୋକ ମରିଲେ। ଲୋକେ ଦୁଃଖ ଭୋଗିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ହାତ ଧରିବାକୁ ଆସିଲେ ନାହିଁ। ବୋଧହୁଏ ବିଜେପି ଓ ଆର ଏସ୍‌ ଏସ୍‌ ପାଇଁ ମଣିପୁର ଭାରତର ଅଂଶ ନୁହେଁ। ସେମାନେ ମଣିପୁରକୁ ଭଲ ପାଆନ୍ତି ନାହିଁ। ଆମେ ମଣିପୁରବାସୀଙ୍କ ଦୁଃଖ ବୁଝୁଛୁ। ପ୍ରତିଶ୍ରୁତି ଦେଉଛୁ ଯେ ଆମେ ପୁନର୍ବାର ମଣିପୁରକୁ ଶାନ୍ତି ଫେରାଇ ଆଣିବୁ।

Advertisment

ଆଜି ମଣିପୁରର ରାଜଧାନୀ ଇମ୍ଫାଲରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପତାକା ଦେଖାଇ ଏହି ଯାତ୍ରା ଶୁଭାରମ୍ଭ କରିଥିଲେ। ରାହୁଲ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ ବହୁ ବରିଷ୍ଠ ନେତା ମଧ୍ୟ ଏହି ଯାତ୍ରାରେ ଭାଗ ନେଉଛନ୍ତି। ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରର ଥବୌଲଠାରେ ଖୋଙ୍ଗଜୋମ ଯୁଦ୍ଧ ମେମୋରିଆଲ ପରିଦର୍ଶନ କରିଥିଲେ। କଂଗ୍ରେସର ଏହି ଜନସମ୍ପର୍କ ଅଭିଯାନ ସମୟରେ ରାହୁଲ ଗାନ୍ଧି ଏବଂ ଅନ୍ୟ କଂଗ୍ରେସ ନେତାମାନେ ଆଗାମୀ ୬୭ ଦିନ ମଧ୍ୟରେ ୧୧୦ଟି ଜିଲା ଦେଇ ଯିବେ। ମାର୍ଚ୍ଚ ୨୦ରେ ମୁମ୍ବାଇରେ ଯାତ୍ରା ଶେଷ ହେବ। ଏହି ଯାତ୍ରା ଜରିଆରେ ସମୁଦାୟ ୬,୭୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବାକୁ ଯୋଜନା ରହିଛି।

Congress PM Modi Rahul Gandhi Manipur Bharat Jodo Nyay Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe