Advertisment

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା: ଗୋଟିଏ ଝଟକାରେ ଦେଶରୁ ହଟିବ ଗରିବୀ, ଲାଗୁ ହେବ ‘ଲକ୍ଷେ ଟଙ୍କିଆ’ ଯୋଜନା

କଂଗ୍ରେସ ସରକାର ଏମିତି ଏକ ଯୋଜନା ଲାଗୁ କରିବ, ଯାହା ଗୋଟିଏ ଥରରେ ଦେଶରୁ ଗରିବୀକୁ ହଟାଇ ଦେବ। ଦେଶରେ ଲକ୍ଷେ ଟଙ୍କିଆ ଯୋଜନା ଲାଗୁ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ବଡ଼ ଘୋଷଣା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସ ଯଦି ଲୋକସଭା ନିର୍ବାଚନରେ କ୍ଷମତା ଦଖଲ କରିବ, ତା’ହେଲେ ଗୋଟିଏ ଝଟକାରେ ଦେଶରୁ ଦୂର ହେବ ଗରିବୀ। କଂଗ୍ରେସ ସରକାର ଏମିତି ଏକ ଯୋଜନା ଲାଗୁ କରିବ, ଯାହା ଗୋଟିଏ ଥରରେ ଦେଶରୁ ଗରିବୀକୁ ହଟାଇ ଦେବ। ଦେଶରେ ଲକ୍ଷେ ଟଙ୍କିଆ ଯୋଜନା ଲାଗୁ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

Advertisment

ରାଜସ୍ଥାନର ଅନୁପଗଡ଼ରେ ଆୟୋଜିତ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ରାହୁଲ ଦେଶରୁ ଦାରିଦ୍ର୍ୟ ବା ଗରିବୀ ହଟାଇବା ଉପରେ ଫୋକସ କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ସରକାର ଦେଶର ପ୍ରତିଟି ଗରିବ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ୧ ଲକ୍ଷ ଟଙ୍କା ପଠାଇବ।

ଯଦି ଆପଣ ଗରିବୀ ରେଖା ତଳେ ଅଛନ୍ତି, ତା’ହେଲେ ପ୍ରତିବର୍ଷ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ଖଟାଖଟ ଖଟାଖଟ ୧ ଲକ୍ଷ ଟଙ୍କା ଲେଖାଏ ଯିବ। ଟଙ୍କା ସେହି ଯାଏ ଯିବ, ଯେଉଁ ପର୍ଯ୍ୟନ୍ତ ପରିବାର ଗରିବ ରେଖା ଉପରକୁ ଉଠି ନାହିଁ।

Advertisment

ଶ୍ରମିକ ଠାରୁ ଆରମ୍ଭ କରି ଚାଷ କାମ କରୁଥିବା ପ୍ରତିଟି ବିପିଏଲ ବର୍ଗଙ୍କୁ ଏହି ଯୋଜନାର ଫାଇଦା ମିଳିବ। ମାସକୁ ୮ ହଜାର ୫୦୦ ଅର୍ଥାତ ବର୍ଷକୁ ୧ ଲକ୍ଷ ଟଙ୍କା ପଠାଇ ଆମେ ହିନ୍ଦୁସ୍ତାନୀ ଗୋଟିଏ ଝଟକାରେ ଗରିବୀକୁ ହଟାଇବାକୁ ସକ୍ଷମ ହେବା।”

ରାହୁଲ ଗାନ୍ଧି ଆଜି କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ବା ନ୍ୟାୟ ପତ୍ରରେ ଉଲ୍ଲେଖ କରିଥିବା ମହାଲକ୍ଷ୍ମୀ ଯୋଜନା ସମ୍ପର୍କରେ ବୁଝାଇବା ବେଳେ ଏପରି କଥା କହିଛନ୍ତି। ମହାଲକ୍ଷ୍ମୀ ଯୋଜନା ଅଧୀନରେ କଂଗ୍ରେସ କ୍ଷମତାକୁ ଫେରିଲେ ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଲେଖାଏ ଦେବ ବୋଲି କହିଛି। ଆର୍ଥିକ ସ୍ଥିରତା ଓ ସମର୍ଥନ ପାଇଁ ଦଳ ଏହି ଯୋଜନା ଲାଗୁ କରିବ।

ଆଜିର କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଚାଷୀମାନେ ଏମଏସ୍‌ପି ପାଇଁ କରୁଥିବା ଦାବି ପ୍ରସଙ୍ଗରେ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି। ଏହାବାଦ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ନେଇ ମଧ୍ୟ ସେ ଗର୍ଜିଛନ୍ତି। ସେ କହିଛନ୍ତି, “ଦେଶର ୭୦ କୋଟି ଲୋକଙ୍କ ତୁଳନାରେ ୨୨ ଜଣ ଅଧିକ ଧନୀ। ଚାଷୀମାନେ ଏମଏସ୍‌ପି ପାଇଁ ଦାବି କରୁଥିବା ବେଳେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦରକାର।

ମହିଳମାନେ ଦର ବୃଦ୍ଧିରୁ ମୁକ୍ତି ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଚାଷୀମାନଙ୍କୁ ଆତଙ୍କବାଦୀ କହି ଏମଏସ୍‌ପି ଦେବାକୁ ମନା କରି ଦେଇଛନ୍ତି। ଦେଶ ଇତିହାସରେ ଚାଷୀମାନେ ପ୍ରଥମଥର ପାଇଁ ଟିକସ ଦେଉଛନ୍ତି।

ଦେଶରେ ଏବେ ଦୁଇଟି ବଡ଼ ପ୍ରସଙ୍ଗ ହେଲା ବେକାରୀ ଓ ଦର ବୃଦ୍ଧି। ବିଜେପି ଏହା ଉପରେ ଆଲୋଚନା କରୁ ନାହିଁ। ସେମାନେ କେବଳ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହୁଁଛନ୍ତି।”

Congress Rahul Gandhi Lok Sabha Election 2024