ସାଂସଦ ପଦ ଫେରିବା ପରେ ୱାୟନାଡରେ ରାହୁଲ ଗାନ୍ଧି, ମଣିପୁର ହିଂସାକୁ ନେଇ ପୁଣି ଗର୍ଜିଲେ

ୱାୟନାଡରେ ଗୋଟିଏ ସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧି କହିଛନ୍ତି ଯେ ରାଜନୀତିରେ ସେ ୧୯ ବର୍ଷ ହେଲା ଥିଲେ ମଧ୍ୟ କେବେ ହେଲେ ମଣିପୁର ଭଳି ସ୍ଥିତି ଦେଖିବାକୁ ପାଇ ନଥିଲେ।

Rahul Gandhi

ୱାୟନାଡରେ ରାହୁଲ ଗାନ୍ଧି

Hemant Lenka
  • Published: Saturday, 12 August 2023
  • Updated: 12 August 2023, 09:08 PM IST

ସାଂସଦ ପଦ ଫେରି ପାଇବା ପରେ ପ୍ରଥମଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। କେରଳର ୱାୟନାଡରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧି ମାନହାନୀ କେସ୍‌ରେ ଫସି ସାଂସଦ ପଦ ହରାଇଥିଲ।

ତେବେ ପ୍ରାୟ ୧୩୩ ଦିନ ପରେ ଗତ ସୋମବାର ସେ ପୁଣି ସାଂସଦ ପଦ ଫେରି ପାଇଥିଲେ। ସାଂସଦ ପଦ ଫେରି ପାଇବା ପରେ ରାହୁଲ ଗାନ୍ଧି ୱାୟନାଡ ଯିବା ସହ ସେଠାରେ ମଣିପୁରରେ ଜାରି ରହିଥିବା ଭୟଙ୍କର ହିଂସା ପ୍ରସଙ୍ଗ ଉଠାଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

Also Read

ୱାୟନାଡରେ ଗୋଟିଏ ସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧି କହିଛନ୍ତି ଯେ ରାଜନୀତିରେ ସେ ୧୯ ବର୍ଷ ହେଲା ଥିଲେ ମଧ୍ୟ କେବେ ହେଲେ ମଣିପୁର ଭଳି ସ୍ଥିତି ଦେଖିବାକୁ ପାଇ ନଥିଲେ। ରାହୁଲ ଗାନ୍ଧି ମଣିପୁର ଯାଇଥିବା ବେଳେ ସେଠାରେ ମହିଳାମାନଙ୍କ ଠାରୁ ଶୁଣିଥିବା ଛାତି ଥରାଇ ଦେବା ଭଳି ଘଟଣା ସବୁ ଲୋକଙ୍କୁ କହିଥିଲେ। ସେ ଜଣେ ମା’ କେମିତି ତାଙ୍କ ପୁଅକୁ ହରାଇ ପାଗଳପ୍ରାୟ ଅବସ୍ଥାରେ ରହିଛି, ସେକଥା ମଧ୍ୟ କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି, “ସେଠାରେ ଚାରିଆଡ଼େ କେବଳ ରକ୍ତ ହିଁ ରକ୍ତ। ସେଠାରେ ଚାରିଆଡ଼େ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଘଟି ଚାଲିଛି। ମଣିପୁର ସ୍ଥିତି ଏବେ ଭୟଙ୍କର ରହିଛି ଓ ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟ ଭାଷଣ ଦେଲେ। କିନ୍ତୁ ସେ ମଣିପୁର ପ୍ରସଙ୍ଗରେ କେବଳ ୨ ମିନିଟ କହିଥିଲେ। ସେ ହସୁଥିଲେ, ଥଟ୍ଟା ପରିହାସ କରୁଥିଲେ। ତାଙ୍କ କ୍ୟାବିନେଟ ସଦସ୍ୟମାନେ ବି ହସୁଥିଲେ।

ମଣିପୁରରେ କାହାର ଘର ଜଳି ଯାଇଛି ତ ଆଉ କାହାର ଭଉଣୀଙ୍କୁ ଦୁଷ୍କର୍ମ କାରାଯାଇଛି। କାହାର ଭାଇ ଓ ବାପା ମା’ଙ୍କୁ ହତ୍ୟା କରାଯାଇଛି। କେହି ଜଣେ ମଣିପୁରରେ କିରାସିନ ଢାଳିଛି ଓ ନିଆଁ ଲଗାଇ ଦେଇଛି।”

ବିଜେପି ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା କରୁ ନଥିବାରୁ ରାହୁଲ ଗାନ୍ଧି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ମଣିପୁର ଆଲୋଚନା ବେଳେ ଅନେକ ପ୍ରକାରର ପରିହାସ କରିଥିଲେ। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଗୃହରେ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିଲେ। ସେ କଂଗ୍ରେସ ବିଷୟରେ, ମୋ ବିଷୟରେ ଓ ଇଣ୍ଡିଆ ମେଣ୍ଟ ସମ୍ପର୍କରେ କହିଲେ। କିନ୍ତୁ ସେ ମଣିପୁର ପ୍ରସଙ୍ଗରେ କେବଳ ୨ ମିନିଟ ମତ ରଖିଥିଲେ।”

ରାହୁଲ ଗାନ୍ଧି ଆହୁରି କହିଛନ୍ତି, “ବିଜେପି ଭାବୁଛି ସେମାନେ ମଣିପୁରକୁ ଧ୍ୱଂସ କରି ଦେଇଛନ୍ତି। ଆମେ ମିଳିତ ଭାବେ ମଣିପୁରକୁ ଫେରାଇ ଆଣିବୁ। ଆମେ ୫ ବର୍ଷ ସମୟ ନେଇପାରୁ, କିନ୍ତୁ ମଣିପୁରରେ ଶାନ୍ତି ଓ ପ୍ରେମକୁ ଫେରାଇବାକୁ ସକ୍ଷମ ହେବୁ। ଏହା ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ।

ବିଜେପି ଓ ଆରଏସଏସ ଗୋଟିଏ ପରିବାର କ’ଣ ବୁଝନ୍ତି ନାହିଁ। ସେମାନେ ଆପଣମାନଙ୍କୁ ଓ ମୋତେ ଯେତେ ଅଲଗା କରିବାକୁ ଚେଷ୍ଟା କରିବେ, ଆମେ ସେତେ ପାଖକୁ ଆସିବା।

ସେମାନେ ଭାବିଥିଲେ ଯେ ଯଦି ସେମାନେ ରାହୁଲ ଗାନ୍ଧିକୁ ଅଯୋଗ୍ୟ ଘୋଷଣା କରିଦେବେ, ତା’ହେଲେ ୱାୟନାଡ ସହ ତାଙ୍କର ସମ୍ପର୍କ ଭାଙ୍ଗିଯିବ। କିନ୍ତୁ ସେମାନେ ମନେ ରଖିବା ଦରକାର ଯେ ଯଦି ଆପଣମାନେ ରାହୁଲ ଗାନ୍ଧିକୁ ଅଯୋଗ୍ୟ ଘୋଷଣା କରିବେ, ୱାୟନାଡ ସହ ସମ୍ପର୍କ ସେତେ ଶକ୍ତିଶାଳୀ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story