Advertisment

ମ୍ୟୁଜିୟମ ନାଁ ପରବିର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ରାହୁଲ ଗାନ୍ଧି

ମ୍ୟୁଜିୟମର ନାଁ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଜବାହରଲାଲ ନେହରୁ ସେ କରିଥିବା କାମ ପାଇଁ ପରିଚିତ। କେବଳ ନିଜ ନାଁ ପାଇଁ ସେ ପରିଚିତ ନୁହେଁ ରାହୁଲ କହିଛନ୍ତି।

Rahul Gandhi

Rahul Gandhi

Advertisment

ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ନାଁ ପରିବର୍ତ୍ତନକୁ ନେଇ ରାଜନୀତିକ ବୟାନବାଜୀ ଜାରି ରହିଛି। ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି।

Advertisment

ଏସବୁ ଭିତରେ ମ୍ୟୁଜିୟମର ନାଁ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଜବାହରଲାଲ ନେହରୁ ସେ କରିଥିବା କାମ ପାଇଁ ପରିଚିତ। କେବଳ ନିଜ ନାଁ ପାଇଁ ସେ ପରିଚିତ ନୁହେଁ ରାହୁଲ କହିଛନ୍ତି।

ସେ ନିଜର ଧାଡ଼ିକା ପ୍ରତିକ୍ରିୟାରେ କହିଛନ୍ତି, “ନେହରୁଜୀ ନିଜର କାମ ପାଇଁ ପରିଚିତ। ତାଙ୍କ ନାଁ ପାଇଁ ସେ କେବଳ ପରିଚିତ ନୁହନ୍ତି।” 

Advertisment

କେନ୍ଦ୍ର ସରକାର ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ନାଁକୁ ବଦଳାଇ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟି କରିଛନ୍ତି। ୭୭ତମ ସ୍ୱାଧୀନତା ଦିବସରେ ବିଧିବଦ୍ଧ ଭାବେ ଏହାର ନାଁ ବଦଳି ଥିଲା।

ତେବେ କଂଗ୍ରେସ ଏହାକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଶୁଣି ନେହରୁବାଦୀ ଲିଗାସିକୁ ଧ୍ୱଂସ ଓ ହଟାଇବା ପାଇଁ ନାଁ ବଦଳାଇବାରେ ଲାଗିଥିବା କହିଥିଲା। ତେବେ ବିଜେପି ପରିବାରବାଦ କଥା କହି ଏହାକୁ କାଉଣ୍ଟର କରିଥିଲା।

PM Modi Rahul Gandhi Jawaharlal Nehru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe