Advertisment

ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କଲେ କୋର୍ଟ

୫ ବର୍ଷ ତଳର ଗୋଟିଏ ମାମଲାରେ ଉତ୍ତର ପ୍ରଦେଶର ସୁଲତାନପୁର କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ପୁଣି ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ। ୫ ବର୍ଷ ତଳର ଗୋଟିଏ ମାମଲାରେ ଉତ୍ତର ପ୍ରଦେଶର ସୁଲତାନପୁର କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ରାହୁଲ ଗାନ୍ଧି ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।

Advertisment

ସୁଲତାନପୁରରେ ଥିବା MP-MLA କୋର୍ଟ ତାଙ୍କୁ ଆଜି ହାଜର ହେବାକୁ କହିଥିଲେ। ହେଲେ ରାହୁଲ ଗାନ୍ଧି ହାଜର ହୋଇ ନଥିଲେ। ତେଣୁ ତାଙ୍କୁ ଜାନୁଆରୀ ୬ ତାରିଖରେ ହାଜର ହେବାକୁ କୋର୍ଟ ପୁଣି ସମନ କରିଛନ୍ତି।

ରାହୁଲ ଗାନ୍ଧି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ନେତା ବିଜୟ ମିଶ୍ରା ୨୦୧୮ ମସିହା ଅଗଷ୍ଟ ୪ରେ ଗୋଟିଏ ଆବେଦନ କୋର୍ଟରେ ଦାଖଲ କରିଥିଲେ।

Advertisment

ମିଶ୍ରାଙ୍କ ଓକିଲ ସନ୍ତୋଷ ପାଣ୍ଡେ କହିଛନ୍ତି, ସୁଲତାନପୁରର ଏମପି-ଏମଏଲଏ କୋର୍ଟ ଅଭିଯୁକ୍ତ ରାହୁଲ ଗାନ୍ଧିଙ୍କୁ ଡିସେମ୍ବର ୧୬ରେ ହାଜର ହେବାକୁ ସମନ କରିଥିଲେ। କିନ୍ତୁ ସେ ଆଜି ହାଜର ହୋଇ ନଥିଲେ। ତେଣୁ ତାଙ୍କୁ ଜାନୁଆରୀ ୬ରେ ହାଜର ହେବାକୁ କୁହାଯାଇଛି।

ନଭେମ୍ବର ୧୮ରେ ବିଚାରପତି ଯୋଗେଶ ଯାଦବ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ନଭେମ୍ବର ୨୭ରେ ମାମଲାର ଶୁଣାଣି କରି ଡିସେମ୍ବର ୧୬ରେ ରାହୁଲଙ୍କୁ ହାଜର ହେବାକୁ କହିଥିଲେ। ସେ ହାଜର ନ ହେବା ତାଙ୍କୁ ପୁଣି ସମନ କରାଯାଇଥିବା ପାଣ୍ଡେ କହିଛନ୍ତି।

ରାହୁଲ ଗାନ୍ଧି ଗୋଟିଏ ଜନସଭାରେ ଅମିତ ଶାହଙ୍କୁ ଟାର୍ଗେଟ କରିଥିଲେ। ସେତେବେଳେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ରାହୁଲ ଗାନ୍ଧି କହିଥିଲେ ଯେ ବିଜେପି ସବୁବେଳେ ସ୍ୱଚ୍ଛ ଓ ସଚ୍ଚୋଟ ରାଜନୀତିର କଥା କହୁଛି। ହେଲେ ଦଳର ସଭାପତି ଜଣେ ହତ୍ୟା ଅଭିଯୁକ୍ତ। ବାସ୍‌ ଏହି ବୟାନ ପାଇଁ ରାହୁଲଙ୍କ ନାଁରେ ମାମଲା କରାଯାଇଥିଲା।

Bjp Congress Rahul Gandhi Amit Shah