Advertisment

କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି

କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।

Rahul Gandhi

Rahul Gandhi

Advertisment

୨୦୦୪ରୁ ୨୦୧୪ ଯାଏ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଭୁଲ କରିଥିଲା। କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।

Advertisment

କିନ୍ତୁ ଏବେ ଦଳ ନିଜର ତ୍ରୁଟିକୁ ସୁଧାରିବା ଆରମ୍ଭ କରିଛି। କଂଗ୍ରେସ ଏବେ କ୍ଷମତାରେ ଥିବା କର୍ଣ୍ଣାଟକା ଓ ତେଲଙ୍ଗାନାରେ ଜାତି ଭିତ୍ତିକ ଜନଗଣନା ଆରମ୍ଭ କରିଛି। କଂଗ୍ରେସ-ଜେଏମଏମ ଝାରଖଣ୍ଡରେ କ୍ଷମତାକୁ ଆସିଲେ ଏଠାରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ ବୋଲି ରାହୁଲ କହିଛନ୍ତି।

ଝାରଖଣ୍ଡର ରାଞ୍ଚିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି, “ୟୁପିଏ ଓ କଂଗ୍ରେସ ଜାତି ଭିତ୍ତିକ ଜନଗଣନାର ଚିନ୍ତାଧାରା ନେଇ ଆସିଥିଲା। କିନ୍ତୁ ସେତେବେଳେ ଆମେ ଏହାକୁ ଲାଗୁ କରିପାରି ନଥିଲୁ। ଏହା ଏକ ଭୁଲ ଥିଲା ବୋଲି ମୁଁ ବିଚାର କରୁଛି।

Advertisment

ଏବେ ଦଳ କର୍ଣ୍ଣାଟକା ଓ ତେଲଙ୍ଗାନାରେ ଏହା ଉପରେ ବିସ୍ତୃତ ନକ୍ସା ପ୍ରସ୍ତୁତ କରିଛି। ବିଭିନ୍ନ ଅଂଶିଦାରଙ୍କ ସହ ଆଲୋଚନା କରି ଲୋକଙ୍କ ମତାମତ ଆଧାରରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରଶ୍ନ ତିଆରି ହୋଇଛି। ଜାତି ଭିତ୍ତିକ ଜନଗଣନା ପାଇଁ କଂଗ୍ରେସର ସ୍ପଷ୍ଟ ମତାମତ ରହିଛି।

ପଛୁଆ ବର୍ଗର ଲୋକଙ୍କ ତଥ୍ୟ ନଥିବାରୁ ଉପଯୁକ୍ତ ନୀତି ଓ ସମାନତା ରହୁନାହିଁ। ଥରେ ତଥ୍ୟ ଚାଲି ଆସିଲେ ଆମେ ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ନୀତି ପ୍ରଣୟନ କରିବୁ।

ମୁଁ ଆପଣଙ୍କୁ ଗ୍ୟାରେଣ୍ଟୀ ଦେଉଛି ଯେ ଆମେ ଜାତି ଭିତ୍ତିକ ଜନଗଣନା କରିବୁ। ଲୋକସଭା ନିର୍ବାଚନ ବେଳେ ମୁଁ ଏକଥା କହିଥିଲି। ଆମେ ଝାରଖଣ୍ଡରେ ଜାତି ଭିତ୍ତିକ ଜନଗଣନା କରିବୁ। ଏହା ଦେଶର ବିକାଶ ଓ ସଂସ୍କାରରେ ବଡ଼ ଭୂମିକା ଗ୍ରହଣ କରିବ। ଏପରି କରିବାକୁ ବିଜେପି ପାଖରେ ବୁଦ୍ଧି ନାହିଁ। ସେମାନେ ଚାହିଁଲେ ବି କିଛି କରିପାରିବେ ନାହିଁ।” 

ଜାତି ଭିତ୍ତିକ ଜନଗଣନା ପରେ କଂଗ୍ରେସ ୫୦% ସଂରକ୍ଷଣ ସୀମାକୁ ଉଠାଇ ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି।

Rahul Gandhi Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe