Advertisment

ବଲାଙ୍ଗିରରେ ବିଜେପି ଉପରେ ଗର୍ଜିଲେ; ବିଜେଡି ନାଁ ଧରିଲେନି

‘ଜୁନ୍ ୪ ତାରିଖରେ ଇଣ୍ଡି ମେଣ୍ଟ ସରକାର ହେଲେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା’

ଅଦ୍ୟତନ ହୋଇଛି
undefined

Rahul Gandhi

Advertisment

ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବଲାଙ୍ଗିରର କୋଶଳ କଳାମଣ୍ଡଳରେ ଜନ ଆଶୀର୍ବାଦ ସଭାରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ହେଲେ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ କି ବିଜେଡି ବିରୋଧରେ ପଦେ ବି କହିନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ କି ବିଜେଡି ନାଁ ମଧ୍ୟ ଧରିଲେନି ରାହୁଲ ଗାନ୍ଧି। ପୂରା ଭାଷଣରେ କେବଳ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ବର୍ଷିଛନ୍ତି।

Advertisment

ରାହୁଲ କହିଛନ୍ତି, ଏବେ ଯେଉଁ ଲଢେଇ ଚାଲିଛି, ତାହା ୨ଟି ବିଚାରଧାରା ମଧ୍ୟରେ। କିନ୍ତୁ ପ୍ରଥମ ଥର କୌଣସି ରାଜନୈତିକ ଦଳ କହିଛି ଯେ, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବ। ଏହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଯଦି ଏହି ସମ୍ବିଧାନକୁ ଚିରିବାକୁ କେହି ଚେଷ୍ଟା କରେ ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି।

ରାହୁଲ ନିଜ ଅଭିଭାଷଣରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଜୁନ୍ ୪ ତାରିଖରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିବା କ୍ଷଣି ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ। ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ। ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ। ଜୁଲାଇ ୪ ତାରିଖରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ। କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରି ଦିଆଯିବ।

Advertisment

ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ। ଚାଷୀମାନଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମଏସ୍‌ପି ଲାଗୁ ହେବ। ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ। ବେକାର ଯୁବବର୍ଗଙ୍କୁ ବର୍ଷକ ଯାଏଁ ମାସିକ ୮୫୦୦ ଟଙ୍କା ମିଳିବ ବୋଲି ସେ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ। ଚାଷୀ ଆତ୍ମହତ୍ୟା କଲେ ଏହାକୁ ଗଣମାଧ୍ୟମ ଦେଖାଉନାହିଁ। କିନ୍ତୁ ଅମ୍ବାନୀ ପରିବାରର ବାହାଘର ନଚେତ ଅନ୍ୟାନ କାର୍ଯ୍ୟକ୍ରମ ଦେଖାଯାଉଛି। ଗଣମାଧ୍ୟମରେ ପଛୁଆବର୍ଗର ବ୍ୟକ୍ତି କେହି ନାହାନ୍ତି। ଯେଉଁଥିପାଇଁ ୯୦% ଭାରତୀୟଙ୍କ ସ୍ୱର ଗଣମାଧ୍ୟରେ ଦେଖାଯାଉନାହିଁ ।

Congress Lok Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe