Advertisment

Rahul Gandhi In Colombia: ବିଦେଶ ମାଟିରୁ ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଚାଇନା ଯାହା କରୁଛି, ଆମେ ସେମିତି କରିପାରିବୁ ନାହିଁ। ଚାଇନା ଲୋକଙ୍କ ସ୍ୱରକୁ ଚାପି ଦେଇ ଏକଛତ୍ରବାଦୀ ଶାସନ ଚଳାଇଛି। ଆମ ପରମ୍ପରା ଏହାକୁ ଆଦୌ ଗ୍ରହଣ କରିବ ନାହିଁ ବୋଲି ରାହୁଲ ଗାନ୍ଧି ମତ ରଖିଛନ୍ତି।

Rahul-Gandhi

ରାହୁଲ ଗାନ୍ଧି

Advertisment

ବିଦେଶ ମାଟିରୁ ଭାରତର ନରେନ୍ଦ୍ର ମୋଦି ସରକାର(PM Modi)ଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଗଣତନ୍ତ୍ର ଉପରେ ଆକ୍ରମଣ ଭାରତ ପ୍ରତି ସବୁଠାରୁ ବଡ଼ ବିପଦ ବୋଲି ସେ କହିଛନ୍ତି। 

Advertisment

କଲୋମ୍ବିଆର ଇଆଇଏ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଗୋଟିଏ ଆଲୋଚନା ଚକ୍ରରେ ରାହୁଲ ଗାନ୍ଧି(Rahul Gandhi) କହିଛନ୍ତି ଯେ “ଭାରତରେ ଅନେକ ଧର୍ମ, ଅନେକ ପରମ୍ପରା ଓ ଅନେକ ଭାଷା ରହିଛି। ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥା ସମସ୍ତଙ୍କ ସ୍ଥାନ ନିର୍ଦ୍ଧାରଣ କରିଛି। କିନ୍ତୁ ବର୍ତ୍ତମାନ ସବୁ ପକ୍ଷରୁ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ କରାଯାଉଛି।” 

ବିଶ୍ୱ ମାନଚିତ୍ରରେ ଭାରତର ବର୍ଦ୍ଧିତ ପ୍ରାସଙ୍ଗିକତା ସମ୍ପର୍କରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତରେ ରାହୁଲ ଗାନ୍ଧି କହିଛନ୍ତି, “୧୪୦ କୋଟି ଲୋକଙ୍କ ଦେଶ ଭାରତ ପାଖରେ ଅନେକ ଦକ୍ଷତା ରହିଛି। କିନ୍ତୁ ଚାଇନା ତୁଳନାରେ ଭାରତର ଗୋଟିଏ ସଂପୂର୍ଣ୍ଣ ଭିନ୍ନ ବ୍ୟବସ୍ଥା ରହିଛି। ଚାଇନା ହେଉଛି ଅତ୍ୟନ୍ତ କେନ୍ଦ୍ରିତ ଓ ୟୁନିଫର୍ମ। ଭାରତ ହେଉଛି ବିକେନ୍ଦ୍ରୀତ ଓ ଦେଶରେ ଅନେକ ଭାଷା, ସଂସ୍କୃତି, ପରମ୍ପରା ଓ ଧର୍ମ ରହିଛି। ଭାରତ ପାଖରେ ଅଧିକ ଜଟିଳ ବ୍ୟବସ୍ଥା ରହିଛି।”

Advertisment

ରାହୁଲ ଗାନ୍ଧିଙ୍କ କହିବା କଥା ଯେ ଭାରତ ଅନେକ କିଛି ବିଶ୍ୱକୁ ଦେଇ ପାରିବ। ସେ କହିଛନ୍ତି, “ଭାରତ ପାଖରେ ଅନେକ ସମ୍ଭାବନା ରହିଛି। କିନ୍ତୁ ସମାନ ସମୟରେ ଭାରତୀୟ ସରଞ୍ଚନା ବା ଷ୍ଟ୍ରକଚରରେ ଅନେକ ତ୍ରୁଟି ରହିଛି। ଅନେକ ବିପଦ ରହିଛି, ଯାହାକୁ ଅତିକ୍ରମ କରିବାକୁ ପଡ଼ିବ।

ସବୁଠାରୁ ବଡ଼ ବିପଦ ହେଲା ଗଣତନ୍ତ୍ର ଉପରେ ଏବେ ଚାଲିଥିବା ଆକ୍ରମଣ। ଭାରତ ତା’ର ସବୁ ଲୋକଙ୍କ ପାଇଁ ଜଣାଶୁଣା। ଭିନ୍ନ ସଂସ୍କୃତି, ଧର୍ମ ଓ ବିଚାରଧାରା ପାଇଁ ସ୍ୱତନ୍ତ୍ର ସ୍ଥାନ ଆବଶ୍ୟକ। ଏହି ସ୍ଥାନ ସୃଷ୍ଟି କରିବାର ଉପଯୁକ୍ତ ଶୈଳୀ ହେଲା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା। ବର୍ତ୍ତମାନ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ନିୟମିତ ଆକ୍ରମଣ ଚାଲିଛି। 

ଆଉ ଏକ ବିପଦ ହେଲା ଦେଶର ବିଭିନ୍ନ ପ୍ରାନ୍ତ ମଧ୍ୟରେ ଚାଲିଥିବା ତିକ୍ତତା। ଭାରତରେ ୧୬ରୁ ୧୭ ଭିନ୍ନ ଭାଷା ଓ ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକ ରହିଛନ୍ତି। ଏହି ଭିନ୍ନ ପରମ୍ପରାକୁ ପ୍ରୋତ୍ସାହିତ କରିବା ଓ ସେମାନଙ୍କୁ ନିଜ ଭାବନାକୁ ପ୍ରଦର୍ଶନ କରିବାକୁ ଉପଯୁକ୍ତ ସ୍ଥାନ ଯୋଗାଇ ଦେବା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

ଚାଇନା ଯାହା କରୁଛି, ଆମେ ସେମିତି କରିପାରିବୁ ନାହିଁ। ଚାଇନା ଲୋକଙ୍କ ସ୍ୱରକୁ ଚାପି ଦେଇ ଏକଛତ୍ରବାଦୀ ଶାସନ ଚଳାଇଛି। ଆମ ପରମ୍ପରା ଏହାକୁ ଆଦୌ ଗ୍ରହଣ କରିବ ନାହିଁ।” 

Rahul Gandhi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe