Advertisment

ଇଣ୍ଡିଆ ବନାମ ଭାରତ: ଫ୍ରାନ୍ସରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଯେଉଁମାନେ ଇଣ୍ଡିଆର ଆତ୍ମାକୁ ଆକ୍ରମଣ କରୁଛନ୍ତି, ସେମାନଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Rahul Gandhi

Rahul Gandhi

Advertisment

ଦେଶର ନାଁ ଇଣ୍ଡିଆ ବଦଳରେ କେବଳ ଭାରତ ରଖିବା ନେଇ ଚାଲିଥିବା ବିତର୍କ ଭିତରେ ଆଜି କେନ୍ଦ୍ର ସରକାରଙ୍କୁ ଫ୍ରାନ୍ସରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଯେଉଁମାନେ ଇଣ୍ଡିଆର ଆତ୍ମାକୁ ଆକ୍ରମଣ କରୁଛନ୍ତି, ସେମାନଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ସାଇନ୍ସେସ ପିଓ ବିଶ୍ୱବିଦ୍ୟାଳୟର ଗୋଟିଏ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି କହିଛନ୍ତି, “ଯେଉଁମାନେ ଦେଶର ନାଁ ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କର ଅସଲ ଉଦ୍ଦେଶ୍ୟ ହେଲା ଇତିହାସକୁ ଅସ୍ୱୀକାର କରିବା। ଯଦି କେହି ଇଣ୍ଡିଆର ଆତ୍ମା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି, ସେମାନେ ବୁଝିବା ଦରକାର ଯେ ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।”

ଦେଶକୁ ଇଣ୍ଡିଆ କିମ୍ବା ଭାରତ କହିଲେ କିଛି ବି କ୍ଷତି ନାହିଁ। କିନ୍ତୁ ଏହାକୁ ପରିବର୍ତ୍ତନ କରିବା ପଛର ଉଦ୍ଦେଶ୍ୟକୁ ସମସ୍ତେ ବୁଝିବା ଦରକାର ବୋଲି ରାହୁଲ ମତ ରଖିଛନ୍ତି। ସେ କହିଛନ୍ତି, “ଭାରତୀୟ ସମ୍ବିଧାନରେ ଉଭୟ ଭାରତ ଓ ଇଣ୍ଡିଆର ବ୍ୟବହାର ରହିଛି। ଉଭୟ ଶବ୍ଦ ପୂରା ଠିକ। କିନ୍ତୁ ସରକାର ସମ୍ଭବତଃ ଆମ ମେଣ୍ଟର ନାଁ ଶୁଣି ଚିଡ଼ି ଯାଇଛନ୍ତି। ଆମେ ମେଣ୍ଟର ନାଁ ଇ.ଣ୍ଡି.ଆ। ଏହି କାରଣ ପାଇଁ ସେମାନେ ଦେଶର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।”

Advertisment

ଭାରତରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ଦକ୍ଷିଣପନ୍ଥୀ ସଂଗଠନ ଆରଏସଏସ୍‌ ସଂଖ୍ୟାଲଘୁଙ୍କ ସ୍ୱର ଚାପି ଦେଉଥିବା ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ବିଜେପି ଓ ଆରଏସ୍‌ଏସ୍‌ ପଛୁଆ ବର୍ଗ ଓ ଜାତିର ଲୋକଙ୍କ ସ୍ୱର ଏବଂ ଅଧିକାରୀକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ ଏମିତି ଏକ ଇଣ୍ଡିଆ ଚାହୁଁନାହିଁ, ଯେଉଁଟି ଲୋକଙ୍କୁ ସେମାନେ ସଂଖ୍ୟାଲଘୁ ବୋଲି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିବ। 

ସଂଖ୍ୟାଲଘୁମାନେ ଯଦି ନିଜ ଦେଶରେ ଅଶ୍ୱସ୍ତି ଅନୁଭବ କରିବେ, ତା’ହେଲେ ଏହା ଇଣ୍ଡିଆ ପାଇଁ ଲଜ୍ଜାର ବିଷୟ। ଯଦି ୨୦୦ ମିଲିୟନ ଲୋକ ଇଣ୍ଡିଆରେ ଅଶ୍ୱସ୍ତି ଅନୁଭବ କରିବେ, ଯଦି ଶିଖ ସଂପ୍ରଦାୟର ଲୋକ ଅଶ୍ୱସ୍ତି ଅନୁଭବ କରିବେ, ମହିଳାମାନେ ଯଦି ଏତେ ଅଶ୍ୱସ୍ତି ଅନଭୁବ କରିବେ, ତା’ହେଲେ ଏହା ଆମ ସମସ୍ତଙ୍କ ପାଇଁ ଲଜ୍ଜାର ବିଷୟ। ଏଥିରେ ସୁଧାର ଆବଶ୍ୟକ।”

Bjp Rahul Gandhi Bharat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe