Advertisment

କାହିଁକି ମୋଦିଙ୍କ ଆଗରେ ନତମସ୍ତକ ହେଉଛନ୍ତି ବାଚସ୍ପତି? ରାହୁଲଙ୍କ ପ୍ରଶ୍ନ, ଓମ ବିର୍ଲାଙ୍କ ଉତ୍ତର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ବେଳେ ବାଚସ୍ପତି କାହିଁକି ସବୁବେଳେ ନତମସ୍ତକ ହୋଇଯାଉଛନ୍ତି ବୋଲି ଆଜି ରାହୁଲ ଗୃହରେ ପ୍ରଶ୍ନ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ଆଜି ସଂସଦରେ କଥା କଟାକଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ବେଳେ ବାଚସ୍ପତି କାହିଁକି ସବୁବେଳେ ନତମସ୍ତକ ହୋଇଯାଉଛନ୍ତି ବୋଲି ଆଜି ରାହୁଲ ଗୃହରେ ପ୍ରଶ୍ନ କରିଛନ୍ତି।

Advertisment

ସେ ଗୃହର ଅଧ୍ୟକ୍ଷତା କରୁଥିବା ବାଚସ୍ପତି ବିର୍ଲାଙ୍କୁ କହିଛନ୍ତି, “ଆପଣ ଯେତେବେଳେ ମୋ ସହ ହାତ ମିଳିଇଥିଲେ ସେତେବେଳେ ମୁଁ କିଛି କଥା ନୋଟିସ କରିଥିଲି। ଆପଣ ମୋ ସହ ହାତ ମିଳାଇବା ବେଳେ ଛାତିକୁ ଉପରକୁ କରି ଛିଡ଼ା ହୋଇଥିଲେ। କିନ୍ତୁ ଯେତେବେଳେ ଆପଣ ମୋଦିଜୀଙ୍କ ସହ ହାତ ମିଳାଇଥିଲେ, ସେତେବେଳେ ତାଙ୍କ ଆଗରେ ନତମସ୍ତକ ହୋଇଯାଇଥିଲେ।”

ରାହୁଲ ଗାନ୍ଧିଙ୍କ ଏପରି ବୟାନ ଶୁଣି ବିରୋଧୀ ବେଞ୍ଚର ସଦସ୍ୟ ହସିବା ସହ ଉତ୍ସାହିତ ହୋଇ ଉଠିଥିଲେ। କିନ୍ତୁ ଏନଡିଏ ସଦସ୍ୟମାନେ ବିରୋଧ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ଆସନରେ ଛିଡ଼ା ହୋଇ ରାହୁଲ ଗାନ୍ଧି ଗୃହର ଅଧ୍ୟକ୍ଷ ବିରୋଧରେ ଏପରି ଅଭିଯୋଗ ଆଣୁଥିବା କହି ବିରୋଧ କରିଥିଲେ।

Advertisment

ରାହୁଲ ଗାନ୍ଧିଙ୍କ କଥାର ଜବାବ ଦେଇ ବାଚସ୍ପତି ବିର୍ଲା କହିଛନ୍ତି, “ସମ୍ମାନୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା। ମୋ ସଂସ୍କୃତି ଓ ସଂସ୍କାର ମୋତେ ଶିକ୍ଷା ଦେଇଛି ଯେ ଯେତେବେଳେ ବଡ଼ମାନଙ୍କୁ ଭେଟିବି, ସେମାନଙ୍କ ଆଗରେ ନତମସ୍ତକ ହେବି।

ଏଥିସହ ମୋ ବୟସର ଲୋକଙ୍କ ସହ ସମାନ ବ୍ୟବହାର କରିବାକୁ ଶିକ୍ଷା ମିଳିଛି। ବଡ଼ ମାନଙ୍କ ଆଗାରେ ନତମସ୍ତକ ହେବା, ଏପରି କି ଦରକାର ପଡ଼ିଲେ ସେମାନଙ୍କ ପାଦ ଛୁଇଁବାର ଶିକ୍ଷା ମୋତେ ମିଳିଛି।”

ତେବେ ଏପରି ବୟାନ ରାହୁଲ ଗାନ୍ଧିଙ୍କୁ ଚୁପ କରାଇ ପାରି ନଥିଲା। ସେ ଆହୁରି କହିଛନ୍ତି, “ମୁଁ ନିଶ୍ଚିତ ଭାବେ ଆପଣଙ୍କ ମତକୁ ସମ୍ମାନର ସହ ଗ୍ରହଣ କରୁଛି ସାର୍‌। କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି ଯେ ଗୃହରେ ବାଚସ୍ପତିଙ୍କ ଠାରୁ ବଡ଼ କେହି ନୁହନ୍ତି।

ଗୃହରେ ବାଚସ୍ପତି ସମସ୍ତଙ୍କ ଠାରୁ ଉପରେ। ଆମେ ସମସ୍ତେ ତାଙ୍କ ପାଖରେ ନତମସ୍ତକ ହେବୁ। ଆପଣ ବାଚସ୍ପତି। ତେଣୁ କାହା ପାଖରେ ନତମସ୍ତକ ହେବା ଠିକ ନୁହେଁ।” ବିରୋଧୀ ଏକଥା ଶୁଣି ପୁଣି ଉତ୍ସାହିତ ହୋଇ ଉଠିଥିଲେ।

Rahul Gandhi Lok Sabha Speaker Om Birla Lok Sabha