Advertisment

ଲୋକସଭା ନିର୍ବାଚନ: ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ୱାୟନାଡରୁ ଲଢ଼ିବେ ରାହୁଲ

୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା।

ଅଦ୍ୟତନ ହୋଇଛି
Congress

Congress

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି।

Advertisment

ତେବେ କର୍ଣ୍ଣାଟକାର ୨ଟି ଓ ତେଲଙ୍ଗାନରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ଏହା ଉପରେ ସାମୟିକ ରୋକ ଲଗାଯାଇଛି। ଏହାର କାରଣ ସମ୍ପର୍କରେ କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କିଛି ବି କହି ନାହାନ୍ତି। 

ଦଳରେ ଘୋଷଣା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ୱାୟନାଡରୁ ପ୍ରାର୍ଥୀ ହେବେ। ୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା।

Advertisment

୨୦୨୪ରେ କେବଳ ୱାୟନାଡରୁ ଲଢ଼ିବେ ନା ଆମେଠରୁ ପ୍ରାର୍ଥୀ ହେବେ, ସେକଥା ସ୍ପଷ୍ଟ ହୋଇନି। କାରଣ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। 

କଂଗ୍ରେସ ଆଜି ଛତିଶଗଡ଼ର ୬ଟି, କର୍ଣ୍ଣାଟକାର ୭ଟି, କେରଳର ୧୬ଟି, ମେଘାଳୟର ୨ଟି, ନାଗାଲ୍ୟାଣ୍ଡ ଓ ସିକ୍କିମର ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହାବାଦ ତେଲଙ୍ଗାନାର ୫ଟି ଓ ତ୍ରିପୁରାର ପଶ୍ଚିମ ଆସନରେ କିଏ ପ୍ରାର୍ଥୀ ହେବେ, ତାଙ୍କ ନାଁ ସାର୍ବଜନୀନ କରାଯାଇଛି।

କଂଗ୍ରେସ କେରଳ ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାକି ୪ଟି ଆସନ ସହଯୋଗୀଙ୍କ ପାଇଁ ଛାଡ଼ିଛି। ସେହିପରି ଦକ୍ଷିଣ ଭାରତରେ ବିଜେପି ଦୁର୍ବଳ ଥିବାରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ସେହି ସବୁ ରାଜ୍ୟରେ କେଉଁମାନେ ଲୋକସଭା ନିର୍ବାଚନ ଲଢ଼ିବେ, ସେକଥା ସାର୍ବଜନୀନ କରିଛି। 

କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରୁର ପୁଣିଥରେ ଥିରୁଅନନ୍ତପୁରମ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ଏଠାରୁ ୩ ଥର ଜିତିଥିବା ବେଳେ ୪ର୍ଥ ଥର ପାଇଁ ୨୦୨୪ରେ ଭାଗ୍ୟ ପରୀକ୍ଷା କରିବେ। 

ପ୍ରଥମଥର ପାଇଁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ରାଜନନ୍ଦଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ଏବେ ବଘେଲ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା। ବଘେଲ କିନ୍ତୁ ପାଟନ ଆସନରୁ ବିଜୟୀ ହୋଇଥିଲେ। ୨୦୧୩ରୁ ସେ ଏଠାରେ ବିଧାୟକ ରହି ଆସିଛନ୍ତି। ଏଥର ସେ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। 

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କେରଳର ଆଲଫୁଝା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଶେଷଥର ପାଇଁ ସେ ଏଠାରେ ୨୦୦୯ ଲୋକସଭା ନିର୍ବାଚନରେ ଜିତିଥିଲେ। ଏହାପରେ ୨୦୧୪ ଓ ୨୦୧୯ରେ ତାଙ୍କୁ ହାରିବାକୁ ପଡ଼ିଥିଲା। କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିଛି। 

ସେ ୨୦୧୯ରେ ଦଳର ଏକମାତ୍ର ନେତା ଭାବେ କର୍ଣ୍ଣାଟକାରେ ଲୋକସଭା ନିର୍ବାଚନ ଜିତିଥିଲେ। ତେଣୁ ତାଙ୍କୁ ଦଳ ପୁଣିଥରେ ଗ୍ରାମୀଣ ବେଙ୍ଗାଲୁରୁ ଲଢ଼ିବାକୁ ଟିକେଟ ଦେଇଛି। 

ଏହାବାଦ କେ ମୁରଲୀଧରନ କେରଳର ଥ୍ରସୁର, ତାମ୍ରଧ୍ୱଜ ସାହୁ ଛତିଶଗଡ଼ର ମାହାସାମୁଣ୍ଡ, କୋରବାରୁ ଜୋତ୍ସନା ମହନ୍ତ, ଦୁର୍ଗରୁ ରାଜେନ୍ଦ୍ର ସାହୁ, ଜାଞ୍ଜଗିର-ଚାମ୍ପା ସିଟରୁ ଶିବକୁମାର ଦେହାରିୟା ପ୍ରାର୍ଥୀ ହୋଇଛନ୍ତି। 

କର୍ଣ୍ଣାଟକାର ବିଜୟାପୁରରୁ ଏଚଆର ଅଲଗୁର, ହାଭେରିରୁ ଆନନ୍ଦସ୍ୱାମୀ ଜି ମା, ଶିମୋଗାରୁ ଶିବ ରାଜକୁମାର, ହାସନ ଆସନରୁ ଏମ ଶ୍ରେୟାସ ପଟେଲ, ଟୁମକୁରରୁ ଏସ୍‌ପି ମୁଦ୍ଧାହନୁମେ ଗୌଡା ଓ ମାଣ୍ତ୍ୟାରୁ ଭେଙ୍କଟ ରାମ ଗୌଡ଼ାଙ୍କୁ କଂଗ୍ରେସ ଟିକେଟ ଦେଇଛି। 

Congress Lok Sabha Lok Sabha Elections Lok Sabha Elections 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe