Advertisment

କାଲି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ ମୋଦି ସରକାର, ବିତର୍କରେ ଭାଗ ନେବେ ରାହୁଲ ଗାନ୍ଧି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୩୫ ଦିନ ପରେ ସାଂସଦ ପଦ ଫେରି ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବେ।

PM Modi

PM Modi

Advertisment

କେନ୍ଦ୍ରର କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଗୃହରେ ବିବୃତି ନ ରଖିବାରୁ ବିରୋଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସନ୍ତକାଲି ଦିନ ୧୨ଟାରୁ ଠାରୁ ୧୦ ତାରିଖ ସନ୍ଧ୍ୟା ୭ଟା ଯାଏ ଏହି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୩୫ ଦିନ ପରେ ସାଂସଦ ପଦ ଫେରି ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବେ। ରାହୁଲ ଗାନ୍ଧି ଜୁନ ମାସରେ ହିଂସା କ୍ଷତିଗ୍ରସ୍ତ ମଣିପୁର ଯାଇଥିଲେ। ତେଣୁ ସେ ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ କ’ଣ ସବୁ କହୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୮ରେ ମଧ୍ୟ ମୋଦି ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ମଧ୍ୟ ରାହୁଲ ଗାନ୍ଧି ମତ ରଖିଥିଲେ। ସେ ସଂସଦ ଭିତରେ ଆଖି ମାରିବା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଟ ନିକଟକୁ ଯାଇ କୁଣ୍ଢାଇ ପକାଇବା ସେତେବେଳେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା।

Advertisment

ଏଥର ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ କିଛି ରୋଚକ ଘଟଣା ଘଟିବାର ସମ୍ଭାବନା ରହିଛି। ମୋଦି ସରନେମ ବିବାଦ ମାମଲାରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଥିଲେ। ତେଣୁ ରାହୁଲ ଗାନ୍ଧି ଆଜି ଠାରୁ ପୁଣି ସଂସଦ ଆସିଛନ୍ତି। ଆଜି ସେ ସଂସଦ ଆସିଥିବା ବେଳେ କାଲି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବେ।

୨୦୧୮ରେ ଏନଡିଏରୁ ଟିଡିପି ଓହରି ଯିବା ସହ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଏହା ଉପରେ ୧୨ ଘଣ୍ଟାର ବିତର୍କ ହୋଇଥିଲା। ସବୁଠାରୁ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଥିଲେ। ଏହାପରେ ଭୋଟ ହୋଇଥିଲା ଓ ଏନଡିଏ ସରକାର ବେଶ ସହଜରରେ ୧୯୯ ଖଣ୍ଡ ଭୋଟ ବ୍ୟବଧାନରେ ଅନାସ୍ଥା ପ୍ରସ୍ତାବକୁ ମାତ ଦେଇଥିଲା। ସରକାରଙ୍କ ସପକ୍ଷରେ ୩୨୫ ସାଂସଦ ଓ ବିପକ୍ଷରେ କେବଳ ୧୨୬ ଭୋଟ ପଡ଼ିଥିଲା।

୨୦୨୩ରେ ସରକାର ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ମାତ ଦେବାକୁ ସକ୍ଷମ ହେବେ। କାରଣ ସରକାରଙ୍କ ସପକ୍ଷରେ ୩୩୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିଛି। ଲୋକସଭାରେ ଆସନ୍ତାକାଲି ଦିନ ୧୨ଟାରୁ ଏହା ଉପରେ ବିତର୍କ ଆରମ୍ଭ ହେବ। ଏହା ସନ୍ଧ୍ୟା ୭ଟା ଯାଏ ଚାଲିବ। ୟ

୯ ତାରିଖ ଓ ୧୦ ତାରିଖରେ ମଧ୍ୟ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୭ଟା ମଧ୍ୟ ବିଭିନ୍ନ ଦଳର ସାଂସଦ ନିଜର ମତ ରଖିବେ। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବେଳେ ବିରୋଧୀ ଉଠାଇବାକୁ ଥିବା ପ୍ରଶ୍ନର ଉତ୍ତର ଦେବେ। ମୋଦିଙ୍କ ବିବୃତି ସମ୍ଭବତଃ ୧୦ ତାରିଖ ଅପରାହ୍ନ ୪ଟାରେ ଆରମ୍ଭ ହେବ। ଅଗଷ୍ଟ ୯ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମତ ରଖିବେ ବୋଲି ଜଣାପଡ଼ିଛି।

PM Modi Rahul Gandhi Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe