Advertisment

ସଂସଦକୁ ଆସିବା ପରେ ବଦଳିଲା ରାହୁଲ ଗାନ୍ଧିଙ୍କ ବାୟୋ, ବିଜେପି କହିଲା ମନୋରଞ୍ଜନ ଫେରିଲା

ରାହୁଲ ଗାନ୍ଧିଙ୍କ ରିଟର୍ଣ୍ଣସକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆରେ ବେଶ ଉତ୍ସାହ ପ୍ରକାଶ ପାଇଛି। ୧୩୫ ଦିନ ତଳେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା।

Rahul Gandhi

Rahul Gandhi

Advertisment

ଲୋକସଭା ସଦସ୍ୟ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସଂସଦକୁ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ସଂସଦକୁ ଫେରିବା ମାତ୍ରେ ପ୍ରଥମେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଲୋକସଭାରେ ପ୍ରବେଶ କରିଥିଲେ।

Advertisment

ତାଙ୍କୁ ଲୋକସଭା ସଦସ୍ୟ ଭାବେ ମାନ୍ୟତା ମିଳିବା ପରେ ରାହୁଲ ଗାନ୍ଧି ନିଜର ଟ୍ୱିଟର ବାୟୋ(ଏବେ ଏକ୍ସ)କୁ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ନିଜ ଟ୍ୱିଟର ବାୟୋରେ ଅଯୋଗ୍ୟ ଘୋଷିତ ସାଂସଦ ବୋଲି ଲେଖିଥିଲେ। ହେଲେ ଆଜି ସେ ନିଜକୁ ସଂସଦର ସଦସ୍ୟ ବୋଲି ଉଲ୍ଲେଖ କରିଛନ୍ତି।

ରାହୁଲ ଗାନ୍ଧିଙ୍କ ରିଟର୍ଣ୍ଣସକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆରେ ବେଶ ଉତ୍ସାହ ପ୍ରକାଶ ପାଇଛି। ୧୩୫ ଦିନ ତଳେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ମୋଦି ସରନେମ ମାମଲାରେ ରାହୁଲଙ୍କୁ ଗୁଜରାଟର ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Advertisment

ଏଥିଯୋଗୁ ତାଙ୍କ ଲୋକସଭା ସଦସ୍ୟତା ପଦକୁ ରଦ୍ଦ କରାଯାଇଥିଲା। ହେଲେ ଶୁକ୍ରବାର ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ଉପର ସୁପ୍ରିମକୋର୍ଟ ରୋକ ଲଗାଇଥିଲେ। ଏହାରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭା ସଦସ୍ୟ ପଦ ମିଳିଥିବା ଘୋଷଣା କରାଯାଇଥିଲା।

ଏହି ଘୋଷଣା ପରେ ରାହୁଲ ଠିକ ଦିନ ୧୨ଟାରେ ସଂସଦରେ ପହଞ୍ଚିଥିଲେ। ଏହାପରେ ଲୋକସଭା କାର୍ଯ୍ୟରେ ସେ ଯୋଗ ଦେଇଥିଲେ। କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ରାହୁଲଙ୍କ ରିଟର୍ଣ୍ଣସକୁ ନେଇ ମିଠା ବାଣ୍ଟି ଖୁସି ମନାଇଛନ୍ତି। କିନ୍ତୁ ଶାସନ ଗାଦିରେ ବସିଥିବା ବିଜେପି ରାହୁଲଙ୍କ କମବ୍ୟାକ୍‌କୁ କଟାକ୍ଷ କରିଛି।

ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, “ମନୋରଞ୍ଜନ ଏବେ ପୁଣି ଲୋକସଭାକୁ ଆସି ଯାଇଛି। ଆପଣ ଓ ଆମେ ଏହାର ମଜା ନେବା।” ଲୋକସଭାରେ ମଧ୍ୟ ସାଂସଦ ଦୁବେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଗୋଟିଏ ରିପୋର୍ଟକୁ ଆଧାର କରି ଭାରତରେ ଚାଇନାର ପ୍ରଚାର ପ୍ରସଙ୍ଗ କଥା ଉଠାଇଥିଲେ।

ଏହି ସମୟରେ ସେ ରାହୁଲ ଗାନ୍ଧି ଓ କଂଗ୍ରେସକୁ ଟାର୍ଗେଟ କରିବାକୁ ପଛାଇ ନଥିଲେ। ସେ କହିଥିଲେ, “ଚାଇନିଜ ସାମଗ୍ରୀ ଗୁଡ଼ିକ ରାହୁଲ ଗାନ୍ଧିଙ୍କ ଘୃଣାର ଦୋକାନରେ ବିକ୍ରି କରାଯାଛଛି। ନ୍ୟୁୟର୍କ ଟାଇମ୍ସ ଗୋଟି ଚମତ୍କାର ରିପୋର୍ଟ ପ୍ରକାଶ କରିଛି। ନ୍ୟୁଜକ୍ଲିକ ଭଳି ସଂଗଠନ ପ୍ରାୟ ୩୮ କୋଟି ଟଙ୍କା ପାଇଛନ୍ତି। ଚାଇନାର ସମ୍ପର୍କ କଂଗ୍ରେସ ସହ ରହିଛି। ୨୦୦୫ରୁ ୨୦୧୪ ଯାଏ ଭାରତ ଉପରେ ଯେତେବେଳେ ସଙ୍କଟ ଆସୁଥିଲା ସେତେବେଳେ ଚାଇନା ହିଁ କଂଗ୍ରେସକୁ ଟଙ୍କା ଦେଇଥିଲା।”

Bjp Rahul Gandhi Monsoon Session Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe