/odisha-reporter/media/post_attachments/uploadimage/library/16_9/16_9_0/Donation__1756294273.jpg)
Donation
ଗୁଜରାଟର ୧୦ ବେନାମୀ ରାଜନୀତିକ ଦଳ ୫ ବର୍ଷରେ ୪୩୦୦ କୋଟି ଟଙ୍କାର ଚାନ୍ଦା ପାଇଛନ୍ତି। ସେମାନେ ଗୁଜରାଟର ଖୁବ କମ ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ଏତେ ଟଙ୍କାର ଚାନ୍ଦା ୨୩ଟି ରାଜ୍ୟରୁ ପାଇଛନ୍ତି। ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଏହି ୧୦ ବେନାମୀ ରାଜନୀତିକ ଦଳ ୪୩୦୦ କୋଟି ଟଙ୍କା ଚାନ୍ଦା ପାଇଛନ୍ତି। କିନ୍ତୁ ନିର୍ବାଚନରେ ୩୯.୦୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଅଡିଟ ରିପୋର୍ଟରେ ରାଜନୀତିକ ଦଳଗୁଡ଼ିକ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାଜନୀତିକ ଦଳଗୁଡ଼ିକ ୩ଟି ନିର୍ବାଚନ(୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୨ ବିଧାନସଭା ନିର୍ବାଚନ)ରେ ମୋଟ ୪୩ ଜଣଙ୍କୁ ଟିକେଟ ଦେଇଥିଲେ। ସେମାନଙ୍କୁ ୫୪,୦୬୯ ଖଣ୍ଡ ଭୋଟ ମିଳିଛି। ତଥାପି ସେମାନେ ଏତେ ଟଙ୍କା କେମିତି ଚାନ୍ଦା ଆକାରରେ ପାଇଲେ ଓ ଟଙ୍କା କୁଆଡ଼େ ଗଲା ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିର୍ବାଚନ କମିଶନଙ୍କୁ ଜବାବ ରଖିବାକୁ କହିଛନ୍ତି। ସେ କହିଛନ୍ତି ଯେ “ଗୁଜରାଟରେ ଏମିତି କିଛି ବେନାମୀ ପାର୍ଟି ଅଛନ୍ତି ଯେଉଁମାନଙ୍କ ନାଁ କେହି ଶୁଣି ନାହାନ୍ତି। କିନ୍ତୁ ସେମାନଙ୍କୁ ୪୩୦୦ କୋଟିର ଚାନ୍ଦା ମିଳିଛି।
ଏହି ଦଳଗୁଡ଼ିକ ବହୁତ କମ ନିର୍ବାଚନ ଲଢ଼ିଛନ୍ତି କିମ୍ବା ବହୁତ କମ ଖର୍ଚ୍ଚ କରିଛନ୍ତି। ତଥାପି ହଜାର ହଜାର କୋଟି ଆସିଲା କେଉଁଠୁ? ସେମାନଙ୍କୁ କିଏ ଚଳାଉଛି? ଟଙ୍କା କୁଆଡ଼େ ଗଲା? କ’ଣ ନିର୍ବାଚନ କମିଶନ ଏହାର ତଦନ୍ତ କରିବେ ନା ସତ୍ୟପାଠ ଦାଖଲ କରିବାକୁ କହିବେ? କିମ୍ବା ପୁଣି ଆଇନ ବଦଳାଇବେ, ଫଳର ତଥ୍ୟ ଲୁଚା ଯାଇ ପାରିବ?”
କର୍ଣ୍ଣାଟକାର ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ହେରଫେର ହୋଇଥିବା ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ। ଏହାର ତଦନ୍ତ କରିବା ବଦଳରେ ନିର୍ବାଚନ କମିଶନ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ତେଣୁ ରାହୁଲ ଗାନ୍ଧି ଆଜି ଏହି ପ୍ରସଙ୍ଗରେ ସତ୍ୟପାଠ ବାଣ ନିର୍ବାଚନ କମିଶନଙ୍କୁ ମାରିଛନ୍ତି।
गुजरात में कुछ ऐसी अनाम पार्टियां हैं जिनका नाम किसी ने नहीं सुना - लेकिन 4300 करोड़ का चंदा मिला!
इन पार्टियों ने बहुत ही कम मौकों पर चुनाव लड़ा है, या उनपर खर्च किया है।
ये हजारों करोड़ आए कहां से? चला कौन रहा है इन्हें? और पैसा गया कहां?
क्या चुनाव आयोग जांच करेगा - या फिर… pic.twitter.com/CuP9elwPaY
— Rahul Gandhi (@RahulGandhi) August 27, 2025
ସ୍କାନରେ ଥିବା ୧୦ ରାଜନୀତିକ ଦଳଗୁଡ଼ିକ ହେଉଛନ୍ତି- ଲୋକଶାହି ସତ୍ତା ପାର୍ଟି, ଭାରତୀୟ ଜାତୀୟ ଜନତା ଦଳ, ସ୍ୱତନ୍ତ୍ର ଅଭିବ୍ୟକ୍ତି ଦଳ, ନୂଆ ଭାରତ ଏକତା ପାର୍ଟି, ସତ୍ୟବାଦୀ ରକ୍ଷା ପାର୍ଟି, ଭାରତୀୟ ଜନପରିଷଦ, ସୌରାଷ୍ଟ୍ର ଜନତା ପକ୍ଷ, ଜନ ମନ ଦଳ, ମାନବାଧିକାର ଜାତୀୟ ପାର୍ଟି ଓ ଗରୀବ କଲ୍ୟାଣ ଦଳ।
ଏହି ଦଳଗୁଡ଼ିକ ମୋଟ ୪୩ ଜଣ ପ୍ରାର୍ଥୀଙ୍କୁ ୩ ନିର୍ବାଚନରେ ପ୍ରାର୍ଥୀ କରିଥିଲେ। ଏହି ଦଳର ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ବି ୧୦ ହଜାରରୁ ଅଧିକ ଭୋଟ ମିଳିନାହିଁ। ଏପରି କି କିଛି ପ୍ରାର୍ଥୀ ୧୫୦ ଭୋଟ ମଧ୍ୟ ପାର କରି ନଥିଲେ। ତଥାପି ୨୩ଟି ରାଜ୍ୟରୁ ସେମାନଙ୍କୁ ଚାନ୍ଦା ମିଳିଥିବା ରିପୋର୍ଟ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
