Advertisment

ହରିୟାଣାରେ ମେଣ୍ଟ ଚାହୁଁଛି କଂଗ୍ରେସ, ଆପ୍ ରଖିଲା ସର୍ତ୍ତ

ଲୋକସଭା ନିର୍ବାଚନରେ ​​ଆପ୍-କଂଗ୍ରେସ ମେଣ୍ଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ବିଧାନସଭାରେ ଉଭୟ ଏକାଠି ଲଢିବା ନେଇ ଆଲୋଚନା ଚାଲିଛି।

author-image
Debibandita Barick
Rahul Gandhi, Arvind Kejriwal & Hemant Soren

Rahul Gandhi, Arvind Kejriwal & Hemant Soren

ପାଖେଇ ଆସୁଛି ହରିୟାଣା ନିର୍ବାଚନ। ଆସନ୍ତା ଅକ୍ଟୋବର 5ରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆରମ୍ଭ ହୋଇଗଲାଣି ରଣନୀତି। ଲୋକସଭା ନିର୍ବାଚନରେ ​​ଆପ୍-କଂଗ୍ରେସ ମେଣ୍ଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ବିଧାନସଭାରେ ଉଭୟ ଏକାଠି ଲଢିବା ନେଇ ସୂଚନା ମିଳିଛି। 

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହରିୟାଣା ନିର୍ବାଚନରେ ଆପକୁ ସହଯୋଗୀ କରିବାକୁ ଚାହୁଁଥିବା କୁହାଯାଉଛି। ଏନେଇ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନଥିଲେ ମଧ୍ୟ ରାହୁଲ ଗାନ୍ଧି ଆପ୍ ସହ ମେଣ୍ଟ ଚାହୁଁଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିୟାଣାର ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା। କଂଗ୍ରେସ ରାଜ୍ୟରେ 30ରୁ ଅଧିକ ନାମ ଚୂଡାନ୍ତ କରିଛି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ।

Advertisment

କୁହାଯାଉଛି ଯେ, ଏହି ବୈଠକରେ ରାହୁଲ ଗାନ୍ଧି ହରିୟାଣାରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ବାବଦରେ ତାଙ୍କ ଦଳର ନେତାଙ୍କଠାରୁ ମତ ଲୋଡିଛନ୍ତି। କିନ୍ତୁ ଦଳ ଏନେଇ କୌଣସି ଘୋଷଣା କରି ନ ଥିବାବେଳେ ବିଶେଷ ସୂତ୍ରରୁ ସୂଚନା ଅନୁସାରେ, ଆପ୍ 20ଟି ଆସନ ଦାବି କରୁଛି। ଯଦି ଆପ୍ ସହ ଚୁକ୍ତି ହୁଏ, ତେବେ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ-ଆପ୍ ମିଳିତ ଭାବେ ନିର୍ବାଚନ ଲଢିବେ। 

ଉଲ୍ଲେଖଯୋଗ୍ୟ, ଅକ୍ଟୋବର 1ରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଥିଲା। କିନ୍ତୁ ବିଷ୍ଣୋଇ ସମ୍ପ୍ରଦାୟର ଏକ ପାରମ୍ପାରିକ ପୂଜା ଅସୋଜ ଅମାବାସ୍ୟା ଥିବାରୁ ନିର୍ବାଚନକୁ ଅକ୍ଟୋବର 5କୁ ଘୂଞ୍ଚାଇ ଦିଆଯାଇଛି। ଅକ୍ଟୋବର 8ରେ ଫଳାଫଳ ପ୍ରକାଶ ପାଇବ। ଏହି ଦିନ ଜମ୍ମୁ-କଶ୍ମୀର ରେଜଲ୍ଟ ମଧ୍ୟ ଘୋଷଣା ହେବ। 

Congress Rahul Gandhi AAP Haryana Assembly Election