Advertisment

ନିର୍ଯାତିତ ହେଉଛନ୍ତି ରାହୁଲ-ପ୍ରିୟଙ୍କା..., କଂଗ୍ରେସକୁ ଟାର୍ଗେଟ କଲେ କଙ୍ଗନା

ଏକ ସାକ୍ଷାତକାରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ବାଣ ମାରିଛନ୍ତି କଙ୍ଗନା। କେବଳ ସେତିକି ନୁହେଁ ସେ କଂଗ୍ରେସ ଦଳ ଓ ଏହାର ବଡ଼ ନେତାଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Rahul Gandhi and Kangana

Rahul Gandhi and Kangana

ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ୱତ। ଲୋକସଭା ନିର୍ବାଚନରେ ସେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ନିର୍ବାଚନ ଲଢ଼ିବେ। ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଏଥିପାଇଁ ସେ ଜୋରସୋର୍‌ରେ ପ୍ରଚାର ପ୍ରଚାର ମଧ୍ୟ କରୁଥିବା ନଜର ଆସିଛନ୍ତି। ଏହାରି ଭିତରେ ସେ କଂଗ୍ରେସକୁ କରିଛନ୍ତି କଡା ଟାର୍ଗେଟ। ଏକ ସାକ୍ଷାତକାରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ବାଣ ମାରିଛନ୍ତି। କେବଳ ସେତିକି ନୁହେଁ ସେ କଂଗ୍ରେସ ଦଳ ଓ ଏହାର ବଡ଼ ନେତାଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି।

Advertisment

କଙ୍ଗନା କହିଛନ୍ତି, ମୋତେ ଲାଗେ ରାହୁଲ ତାଙ୍କ ବ୍ୟକ୍ତିଗତ ଜୀବନରେ ଖୁସିରେ ନାହାନ୍ତି। ସେ ତାଙ୍କ ପରିବାରରେ ନିର୍ଯାତିତ ହେଉଛନ୍ତି। ସେ ରାଜନୀତି ପାଇଁ ତିଆରି ହୋଇ ନାହାନ୍ତି। ସେ ରାଜନୀତି ଛାଡି ଅନ୍ୟ କିଛି ପେସା ଆପଣାଇବା ଉଚିତ। ସେଥିରେ ସେ ସଫଳ ହୋଇପାରିବେ।

କଙ୍ଗନା ଆହୁରି କହିଛନ୍ତି, 'ରାହୁଲ ଗାନ୍ଧିଙ୍କୁ ପ୍ରାୟ ୬୦ ବର୍ଷ ହେବଣି। ଏହା ସତ୍ତ୍ୱେ ବି ତାଙ୍କୁ ବାରମ୍ବାର ଯୁବ ନେତା ବୋଲି କହି ଲଞ୍ଚ କରାଯାଉଛି।' କେବଳ ସେତିକି ନୁହେଁ ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିପ୍ପଣୀ କରି କଙ୍ଗନା କହିଛନ୍ତି, 'ସେ ଯାହାକୁ ପ୍ରେମ କରୁଥିଲେ, ତାଙ୍କୁ ସେ ବିବାହ କରିପାରିଲେ ନାହିଁ। ତାଙ୍କୁ କୌଣସି ବି ଦିଗରୁ ସଫଳତା ମିଳୁ ନାହିଁ। ମୋତେ ଲାଗୁଛି ସେ ବେଶ୍‌ ଏକା ଅଛନ୍ତି। ଏଭଳି କର, ସେଭଳି କର କହି ତାଙ୍କ ଉପରେ ଅଧିକ ଚାପ ପକାଯାଉଛି। ତାଙ୍କୁ ଜବରଦସ୍ତି ରାଜନୀତି କରିବାକୁ କୁହାଯାଉଛି।'

Advertisment

ରାହୁଲ-ପ୍ରିୟଙ୍କା ଉଭୟ ମୋତେ ବେଶ୍‌ ଭଲ ଲାଗନ୍ତି। କିନ୍ତୁ ଉଭୟ ପରିବାରରେ ନିର୍ଯାତିତ ହେଉଛନ୍ତି। ଉଭୟ ପରିସ୍ଥିତିର ଦାସ ପାଲଟି ଯାଇଛନ୍ତି। ତାଙ୍କ ବାପା-ମା' ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ନର୍କରେ ପରିଣତ କରିଦେଇଛନ୍ତି। ଏବେବି ସମୟ ଅଛି ତାଙ୍କ ମା' ତାଙ୍କର ମଲ ମାର୍ଗଦର୍ଶନ କରିପାରିବେ। ଉଭୟଙ୍କୁ ଶାନ୍ତିରେ ଓ ଖୁସି ବଞ୍ଚିବାକୁ ଦିଆଯାଉ ବୋଲି କଙ୍ଗନା କହିଛନ୍ତି।

କହିରଖୁ ଯେ, ବିଲଉଡ ପରେ ଏବେ ରାଜନୀତିରେ ଡେବ୍ୟୁ କରିବାକୁ ଯାଉଛନ୍ତି କଙ୍ଗନା ରଣାଓ୍ୱତ। ପ୍ରଥମ କରି ଏଥର ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ବିଜେପି ଟିକେଟ୍‌ରେ ସେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ୪ଟି ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା କଙ୍ଗନାଙ୍କୁ ଏଥିରେ କେତେ ସଫଳତା ମିଳୁଛି ତାହା ଦେଖିବା ବାକି ରହିଲା। 

Rahul Gandhi Kangana Ranaut Priyanka Gandhi Vadra Loksabha Election 2024