Advertisment

ୱାଏନାଡରୁ ରାହୁଲଙ୍କୁ ଟକ୍କର ଦେବେ ବିଜେପିର କେ ସୁରେନ୍ଦ୍ରନ

ବିଜେପି ଟିକେଟ୍ ଦେଇଥିବା କେ ସୁରେନ୍ଦ୍ରନ କିଏ, ଜାଣନ୍ତୁ...

author-image
Debibandita Barick
Rahul Gandhi vs K Surendran

Rahul Gandhi vs K Surendran

ଏଥର ହାଇ ପ୍ରୋଫାଇଲ୍ ୱାଏନାଡ ଲୋକସଭା ନିର୍ବାଚନମଣ୍ଡଳୀରେ ହେବ ହାଇ ଭୋଲଟେଜ୍ ଲଢେଇ। କଂଗ୍ରେସର ଏହି ଗଡ଼ରୁ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ​​

Advertisment

୨୦୦୯ ମସିହାରୁ କଂଗ୍ରେସ ଏଠାରୁ ଜିତି ଆସୁଛି। ୨୦୧୯ରେ ରାହୁଲ ଗାନ୍ଧୀ ଏହିଠାରୁ ବିଜୟୀ ହୋଇ ଲୋକସଭା ଯାଇଥିଲେ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଆମେଥୀ ଆସନରୁ ପରାସ୍ତ କରିଥିଲେ। ରାହୁଲ ଗାନ୍ଧୀଙ୍କ ସମ୍ମାନ ବଞ୍ଚାଇଥିଲେ ୱାଏନାଡବାସୀ। ଏଥର ୱାଏନାଡରୁ ସୁରେନ୍ଦ୍ରନ ରାହୁଲଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

୨୦୧୯ ସାଧାରଣ ନିର୍ବାଚନରେ ପଥନମଥାଠା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ​​ସୁରେନ୍ଦ୍ରନ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୬ ବିଧାନସଭା ନିର୍ବାଚନରେ ମଧ୍ୟ ​​ମାତ୍ର ୮୯ ଭୋଟରେ ମଞ୍ଜେଶ୍ୱରମ ଆସନରୁ ହାରି ଯାଇଥିଲେ। ୨୦୧୯ ଉପ-ନିର୍ବାଚନରେ ବି ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ ସୁରେନ୍ଦ୍ରନ।

Advertisment

ଏହାପରେ ବିଜେପି ତାଙ୍କୁ ୨୦୨୦ରେ କେରଳ ମୁଖ୍ୟ ଭାବରେ ନିଯୁକ୍ତି ଦେଇଥିଲେ। ୨୦୨୪ ନିର୍ବାଚନରେ ଦଳ ତାଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ଦେଇଛି। କଂଗ୍ରେସର ବଡ଼ ଚେହେରା ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଦଳ ତାଙ୍କୁ ଦେଇଛି ଟିକେଟ୍। ତେବେ ୱାଏନାଡବାସୀ ଏଥର କାହାକୁ ଭରସା କରୁଛନ୍ତି ତା' ଉପରେ ନଜର। 

Rahul Gandhi Lok Sabha Poll Kerala BJP Chief K Surendran Wayanad Poll