Advertisment

ରାହୁଲ ଗାନ୍ଧିଙ୍କୁ ତାଗିଦ କଲେ ନିର୍ବାଚନ କମିଶନ

ସାଧାରଣ ସଭାରେ ଭାଷଣ ଦେବା ବେଳେ ରାହୁଲ ନିଜର ଶବ୍ଦ ଉପରେ ଅଧିକ ସତର୍କତା ଓ ଯତ୍ନବାନ ହୁଅନ୍ତୁ ବୋଲି କମିଶନ କହିଛନ୍ତି।

Rahul Gandhi

Rahul Gandhi

Advertisment

ଆଗକୁ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ତାଗିଦ କରିଛନ୍ତି ନିର୍ବାଚନ କମିଶନ। ସାଧାରଣ ସଭାରେ ଭାଷଣ ଦେବା ବେଳେ ରାହୁଲ ନିଜର ଶବ୍ଦ ଉପରେ ଅଧିକ ସତର୍କତା ଓ ଯତ୍ନବାନ ହୁଅନ୍ତୁ ବୋଲି କମିଶନ କହିଛନ୍ତି।

Advertisment

ରାହୁଲ ଗାନ୍ଧି ସାଧାରଣ ସଭାରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପନୌତି ଓ ପକେଟ ମାର ଭଳି ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ତାଙ୍କୁ ସତର୍କ କରାଇ ଦେଇଛନ୍ତି।

ଗତବର୍ଷ ଡିସେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ନିର୍ବାଚନ କମିଶନ ଏପରି ପଦକ୍ଷେପ ନେଇଛନ୍ତି। ରାହୁଲ ଗାନ୍ଧିଙ୍କ ନଭେମ୍ବର ୨୨ ଭାଷଣ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୨୨ରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ପକେଟ ମାର୍‌ ଶବ୍ବ ପ୍ରୟୋଗ କରିଥିଲେ।

Advertisment

କୋର୍ଟ ତାଙ୍କ ରାୟ କହିଥିଲେ ଯେ ଏପରି ଶବ୍ଦ ଆଦୌ ଭଲ ନୁହେଁ। ଇସିଆଇ ୮ ସପ୍ତାହ ମଧ୍ୟରେ ଆଇନ ଅନୁସାରେ ପଦକ୍ଷେପ ନିଅନ୍ତୁ। ସେହି ଅନୁସାରେ ନିର୍ବାଚନ କମିଶନ ରାହୁଲଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି। ଏଥିସହ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କ ପାଇଁ କମିଶନ ଜାରି କରିଥିବା ଆଡଭାଇଜରୀ ପାଳନ କରିବାକୁ ମଧ୍ୟ ରାହୁଲଙ୍କୁ କୁହାଯାଇଛି।

ମାର୍ଚ୍ଚ ୧ରେ ନିର୍ବାଚନ କମିଶନ କହିଥିଲେ ଯେ ସବୁ ରାଜନୀତିକ ଦଳ, ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ଯଦି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Eci Rahul Gandhi PM Modi ECI On Hate Speech
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe