Advertisment

୧୫ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ରାହୁଲ ବାଇକ ରାଲି ସହ ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବେ। ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

undefined

Rahul Gandhi

Advertisment

ପୁଣି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବାକୁ ରାହୁଲ ଗାନ୍ଧି ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ। ଏଠାରେ ସେ କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ।

Advertisment

ରାହୁଲ ବାଇକ ରାଲି ସହ ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବେ। ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ସେହିଦିନ ଅର୍ଥାତ ମେ’ ୧୫ରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଆସୁଛନ୍ତି। ତେଣୁ ରାଜ୍ୟରେ ହେଭିୱେଟ୍‌ଙ୍କ ପ୍ରଚାର ଦେଖିବାକୁ ମିଳିବ।

Advertisment

ରାହୁଲ ଗାନ୍ଧି ଏହାପୂର୍ବରୁ ଏପ୍ରିଲ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ। ସେହିପରି ମେ’ ୩ରେ ମଧ୍ୟ ସେ ରାୟଗଡ଼ା ଆସିବାର ଥିଲା। କିନ୍ତୁ ରାଏବରେଲ ସେଦିନ ରାହୁଲ ନାମାଙ୍କନ ଭରିଥିଲେ।

ତେଣୁ ସେ ରାୟଗଡ଼ା ଆସି ପାରିଥିଲେ। କିନ୍ତୁ ରାୟଗଡ଼ାରେ ଆୟୋଜିତ କଂଗ୍ରେସ ସଭାକୁ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଥିଲେ। ଏବେ ସେ ପୁଣି ୧୫ ତାରିଖରେ ଓଡ଼ିଶା ଆସୁଛନ୍ତି। ବଲଙ୍ଗୀର ଲୋକସଭା ଆସନରେ କଂଗ୍ରେସ ଅଭିନେତାରୁ ନେତା ହୋଇଥିବା ମନୋଜ ମିଶ୍ରଙ୍କୁ ଟିକେଟ ଦେଇଛି।

Rahul Gandhi Congress Lok Sabha Election 2024 Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe