Advertisment

ଆଜି ସରୁଛି ପ୍ରଚାର, ଆସିବେ ରାହୁଲ ଗାନ୍ଧି

ଆଜି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବାଲେଶ୍ୱରର ସିମୁଳିଆରେ ରାହୁଲଙ୍କ ନିର୍ବାଚନୀ ସଭା ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
undefined

Rahul Gandhi

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ମୁହୁର୍ତ୍ତରେ ଜନତା ଜନାର୍ଦ୍ଦନଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବାଲେଶ୍ୱରର ସିମୁଳିଆରେ ରାହୁଲଙ୍କ ନିର୍ବାଚନୀ ସଭା ରହିଛି। ଏଥିପାଇଁ ଉତ୍ସାହିତ ଅଛି କଂଗ୍ରେସ କ୍ୟାମ୍ପ ।

Advertisment

ଗତକାଲି ଭଦ୍ରକ ଓ ବାଲେଶ୍ୱରରେ ବିଶାଳ ରାଲି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗଣତନ୍ତ୍ରକୁ ରକ୍ଷା କରିବାକୁ ହେଲେ କଂଗ୍ରେସ ହାତମୁଠାକୁ ଟାଣ କରିବାକୁ ଖଡଗେ ଆହ୍ବାନ ଦେଇଥିଲେ।

ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାରେ ମାରାଥନ ପ୍ରଚାର କରିବା ସହ ନିଜ ପ୍ରଚାର ଅଭିଯାନକୁ ଶେଷ ସ୍ପର୍ଶ ଦେଇଥିଲେ। ମୋଦି ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ।

Advertisment

ଗତକାଲି ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ନିମାପଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିମାପଡା ଗୋଲେଇ ଛକ ଠାରୁ ଜୟଶ୍ରୀ ଛକ ପର୍ଯ୍ୟନ୍ତ ରୋଡ଼ ସୋ କରି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ନବୀନ ଅପିଲ କରିଥିଲେ।

ଏହାବାଦ ଗତକାଲି ବିଜେଡିର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅଭିନେତା ଶ୍ରୀତମ ଦାସ ମଧ୍ୟ ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ ଶୋ’ କରି ଭୋଟରଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରିଥିଲେ।

ଆସନ୍ତା ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏହି ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଲୋକସଭା ସିଟ୍‌ ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଏଥିନିମନ୍ତେ ଆଜି ଅପରାହ୍ନରେ ସରୁଛି ପ୍ରଚାର । ଏହାପରେ ଆସନ୍ତା ଶନିବାର ନିଜ ନେତା ବାଛିବେ ଭୋଟର ।

Congress Rahul Gandhi 2024 General Election Loksabha Election 2024 Odisha Assembly Election 2024