ଆଜି ରାୟଗଡା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏଥିପାଇଁ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ରାହୁଲ ମଧ୍ୟାହ୍ନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ବିରାଟ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ।
ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍.ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ। ଗତକାଲି ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୮ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସି ଓଡ଼ିଶା କଂଗ୍ରେସ ପାଇଁ ନିର୍ବାଚନୀ ବିଗୁଲ ଫୁଙ୍କିଥିଲେ। ସାଲେପୁର ସଭାରେ ନିଜ ଅଭିଭାଷଣ ଆରମ୍ଭରୁ ନବୀନଙ୍କୁ କରିଛନ୍ତି ସିଧା ହାମଲା କରିଥିଲେ। ତେବେ ଆଜି ରାୟଗଡ଼ାରେ ସଭାରେ କର୍ମୀଙ୍କୁ ରାହୁଲ କ’ଣ ଗୁରୁମନ୍ତ୍ର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।