କେନ୍ଦୁଝର-ସୁନ୍ଦରଗଡ଼-ସମ୍ବଲପୁର ଓ ଝାରସୁଗୁଡ଼ାରେ ପଦଯାତ୍ରା କରିବେ ରାହୁଲ ଗାନ୍ଧି

ରାହୁଲ ଏହି ଯାତ୍ରାରେ ୧୫ଟି ରାଜ୍ୟର ପ୍ରାୟ ୧୦୦ଟି ଲୋକସଭା ମଣ୍ଡଳୀ ଦେଇ ନିଜର ପଦଯାତ୍ରା କରିବେ । ରାହୁଲ କେଉଁ ମାର୍ଗରେ ଯିବେ ତାହା ଚୂଡ଼ାନ୍ତ କରିବା ପାଇଁ ଏଆଇସିସି ବୈଠକରେ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧି (file photo)

Ordigital Desk
  • Published: Friday, 05 January 2024
  • Updated: 05 January 2024, 09:31 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ । ଇମ୍ଫାଲରୁ ଜାନୁୟାରୀ ୧୪ରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ଦିନ ଚାଲିବ ଓ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଯାତ୍ରାରେ ରାହୁଲ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ମିଳିଛି ।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜର ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧି ଝାଡ଼ଖଣ୍ଡର ଜାମସେଦପୁର ବାଟ ଦେଇ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିବେ । ସେ ଓଡ଼ିଶାର ୩୪୧ କିମି ରାସ୍ତାକୁ ଅତିକ୍ରମ କରିବେ । ଏଥିରେ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ସେ ଅଧିକ ସମୟ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡ଼ା ଅତିକ୍ରମ କରି ସେ ଛତିଶଗଡ଼ ଭିତରେ ପ୍ରବେଶ କରିବେ ।

Also Read

ରାହୁଲ ଏହି ଯାତ୍ରାରେ ୧୫ଟି ରାଜ୍ୟର ପ୍ରାୟ ୧୦୦ଟି ଲୋକସଭା ମଣ୍ଡଳୀ ଦେଇ ନିଜର ପଦଯାତ୍ରା କରିବେ । ରାହୁଲ କେଉଁ ମାର୍ଗରେ ଯିବେ ତାହା ଚୂଡ଼ାନ୍ତ କରିବା ପାଇଁ ଏଆଇସିସି ବୈଠକରେ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଆଜି ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଆସନ୍ତାମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଟିମ୍ ଖୁବଶୀଘ୍ର ଆସି ଓଡ଼ିଶାରେ ରାହୁଲଙ୍କ ରୁଟ୍ ଚୂଡ଼ାନ୍ତ କରିବ । ତା’ପରେ ତାଙ୍କର ଚୂଡ଼ାନ୍ତ ଗସ୍ତ କାର୍ଯ୍ୟସୂଚୀ ଜାରି ହେବ ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story