Advertisment

କେନ୍ଦୁଝର-ସୁନ୍ଦରଗଡ଼-ସମ୍ବଲପୁର ଓ ଝାରସୁଗୁଡ଼ାରେ ପଦଯାତ୍ରା କରିବେ ରାହୁଲ ଗାନ୍ଧି

ରାହୁଲ ଏହି ଯାତ୍ରାରେ ୧୫ଟି ରାଜ୍ୟର ପ୍ରାୟ ୧୦୦ଟି ଲୋକସଭା ମଣ୍ଡଳୀ ଦେଇ ନିଜର ପଦଯାତ୍ରା କରିବେ । ରାହୁଲ କେଉଁ ମାର୍ଗରେ ଯିବେ ତାହା ଚୂଡ଼ାନ୍ତ କରିବା ପାଇଁ ଏଆଇସିସି ବୈଠକରେ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

undefined

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ । ଇମ୍ଫାଲରୁ ଜାନୁୟାରୀ ୧୪ରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ଦିନ ଚାଲିବ ଓ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଯାତ୍ରାରେ ରାହୁଲ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ମିଳିଛି ।

Advertisment

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜର ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧି ଝାଡ଼ଖଣ୍ଡର ଜାମସେଦପୁର ବାଟ ଦେଇ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିବେ । ସେ ଓଡ଼ିଶାର ୩୪୧ କିମି ରାସ୍ତାକୁ ଅତିକ୍ରମ କରିବେ । ଏଥିରେ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ସେ ଅଧିକ ସମୟ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡ଼ା ଅତିକ୍ରମ କରି ସେ ଛତିଶଗଡ଼ ଭିତରେ ପ୍ରବେଶ କରିବେ ।

ରାହୁଲ ଏହି ଯାତ୍ରାରେ ୧୫ଟି ରାଜ୍ୟର ପ୍ରାୟ ୧୦୦ଟି ଲୋକସଭା ମଣ୍ଡଳୀ ଦେଇ ନିଜର ପଦଯାତ୍ରା କରିବେ । ରାହୁଲ କେଉଁ ମାର୍ଗରେ ଯିବେ ତାହା ଚୂଡ଼ାନ୍ତ କରିବା ପାଇଁ ଏଆଇସିସି ବୈଠକରେ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।

Advertisment

ଅନ୍ୟପକ୍ଷରେ ଆଜି ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଆସନ୍ତାମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଟିମ୍ ଖୁବଶୀଘ୍ର ଆସି ଓଡ଼ିଶାରେ ରାହୁଲଙ୍କ ରୁଟ୍ ଚୂଡ଼ାନ୍ତ କରିବ । ତା’ପରେ ତାଙ୍କର ଚୂଡ଼ାନ୍ତ ଗସ୍ତ କାର୍ଯ୍ୟସୂଚୀ ଜାରି ହେବ ବୋଲି ସେ କହିଥିଲେ ।

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe