Advertisment

ଦୁଇଟି ଜିଲ୍ଲାରେ ରାତି ବିତାଇବେ ରାହୁଲ ଗାନ୍ଧି, ବୀରମିତ୍ରପୁରରେ ସ୍ୱାଗତ କରିବ ରାଜ୍ୟ କଂଗ୍ରେସ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସନ୍ତା ୬ତାରିଖରେ ଓଡ଼ିଶାରେ ପ୍ରବେଶ କରିବ

Rahul Gandhi

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସନ୍ତା ୬ତାରିଖରେ ଓଡ଼ିଶାରେ ପ୍ରବେଶ କରିବ । ବୀରମିତ୍ରପୁରଠାରେ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାହୁଲ ୬ରେ ବୀରମିତ୍ରପୁର ଓ ୭ରେ ଝାରସୁଗୁଡ଼ାରେ ରାତି ବିତାଇବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ଓଡ଼ିଶାର ୪ଟି ଜିଲ୍ଲାରେ ହେବାର ଥିଲେ ମଧ୍ୟ ଏବେ ତାହା କେବଳ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ସୀମିତ ରହିବ ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଭାରତଯୋଡ଼େ ନ୍ୟାୟ ଯାତ୍ରା ବୀରମିତ୍ରପୁର ଦେଇ ଓଡ଼ିଶାରେ ପ୍ରବେଶ କରିବ । ୬ତାରିଖ ସନ୍ଧ୍ୟାରେ ରାହୁଲଙ୍କୁ ବୀରମିତ୍ରପୁରଠାରେ ସ୍ୱାଗତ କରିବା ପାଇଁ ପିସିସି ପକ୍ଷରୁ ଆୟୋଜନ କରାଯାଇଛି । ୬ତାରିଖରେ ରାହୁଲ ବୀରମିତ୍ରପୁରରେ ରାତି ବିତାଇବେ । ତା’ପରଦିନ ସକାଳୁ ରାଉରକେଲାରେ ରୋଡ୍ ଶୋ’ କରାଯିବ । ରାଜଗାଙ୍ଗପୁରରୁ ସୁନ୍ଦରଗଡ଼, ବଡ଼ଗାଁ ଓ ଉତ୍ତରା ହୋଇ ରାହୁଲଙ୍କ ନ୍ୟାୟ ଯାତ୍ରା ଝାରସୁଗୁଡ଼ାରେ ପହଂଚିବ।

୭ତାରିଖ ରାତିରେ ରାହୁଲ ସେଠାରେ ରହଣୀ କରିବେ । ୮ ତାରିଖରେ ରାହୁଲଙ୍କ ଯାତ୍ରା ବ୍ରଜରାଜନଗର, ବେଲପାହାଡ଼ ହୋଇ କନକତରା ଦେଇ ଛତିଶଗଡ଼ ଭିତରେ ପ୍ରବେଶ କରିବେ ବୋଲି ସେ କହିଛନ୍ତି । ପରବର୍ତ୍ତୀ ସମୟରେ ରାହୁଲଙ୍କର ଆହୁରି ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱରରେ ବିଶାଳ ସମାବେଶ ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisment
Rahul Gandhi Sarat Patnaik Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe