Advertisment

ରାଏବରେଲୀ ପରେ ୱାୟନାଡରୁ ବି ଜିତିଲେ ରାହୁଲ ଗାନ୍ଧି

ପ୍ରଥମେ ସେ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ଏକତରଫା ବିଜୟ ହାସଲ କରିଥିଲେ। ଏବେ ୱାୟନାଡରୁ ବି ସେ ବାଜିମାରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଡବଲ ବିଜୟ। ପ୍ରଥମେ ସେ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ଏକତରଫା ବିଜୟ ହାସଲ କରିଥିଲେ। ଏବେ ୱାୟନାଡରୁ ବି ସେ ବାଜିମାରିଛନ୍ତି।

Advertisment

ରାହୁଲ ଗାନ୍ଧି ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଯାକ ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ଦୁଇଟି ଯାକ ଆସନରେ ୩ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ୨୦୧୯ରେ ମଧ୍ୟରେ ୱାୟନାଡରୁ ବିଜୟୀ ହୋଇଥିଲେ। ରାହୁଲ ଗାନ୍ଧିଙ୍କୁ ୨୦୨୪ରେ ଏଠାରେ ୬,୪୭,୪୪୫ ଖଣ୍ଡ ଭୋଟ ମିଳିଛି। ତାଙ୍କ ଭୋଟ ଭାଗ ୫୯.୬୯% ରହିଛି।

୨୦୧୯ରେ ସେ ୬୪,୬୭% ଭୋଟ ପାଇଥିଲେ। କିନ୍ତୁ ଏଥର ଭୋଟ ଭାଗ ହ୍ରାସ ପାଇଛି। ସିପିଆଇ ନେତା ଆନି ଜା କେବଳ ୩,୬୪,୪୨୨ ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ସେ ୩.୬୪ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Advertisment

ରାଏବରେଲୀରେ ସୋନିଆ ଗାନ୍ଧି ୨୦୧୯ରେ ଜିତିଥିଲେ। ଏଥର ରାହୁଲ ଗାନ୍ଧି ତାଙ୍କ ରେକର୍ଡକୁ ଭାଙ୍ଗି ୬୭% ଭୋଟ ପାଇଛନ୍ତି। ବିଜେପିର ଦୀନେଶ ପ୍ରତାପ ସିଂହ କେବଳ ୨୮.୬୨% ଭୋଟ ପାଇଛନ୍ତି।

ୱାୟନାଡରେ ରାହୁଲଙ୍କ ସାମ୍ନାରେ ଏନଡିଏ କେ ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଥିଲେ। ସେ ବିଜେପିର କେରଳ ମୁଖ୍ୟ। କିନ୍ତୁ ସେ ତୃତୀୟ ସ୍ଥାନରେ ରହି କେବଳ ୧,୪୧,୦୪୫ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ତା’ର ଭୋଟ ଶେୟାର ୧୩% ବଢ଼ିଛି। ୨୦୧୯ରେ ଦଳ ୭୮,୮୧୬ ଖଣ୍ଡ ଭୋଟ ପାଇଥିଲା।

Rahul Gandhi Election Results LokSabhaElectionResults2024 Lok Sabha Election Results