Advertisment

ରେଭାନ୍ନା ବାପ-ପୁଅଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧି

ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଇପରେ ପ୍ରଶ୍ନ ଉଠାଇବା ସହ ପୀଡିତାମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧି।

author-image
Debibandita Barick
ଅଦ୍ୟତନ ହୋଇଛି
undefined

Rahul Gandhi

କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା ଉପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧି। ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଇପରେ ପ୍ରଶ୍ନ ଉଠାଇବା ସହ ପୀଡିତାମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ।

Advertisment

ରାହୁଲ ଗାନ୍ଧି କହିଛନ୍ତି, ନ୍ୟାୟ ପାଇଁ ଲଢେଇ କରୁଥିବା ପୀଡିତାମାନେ ଆମ ସହାନୁଭୂତି ଓ ସମର୍ଥନର ହକଦାର। ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ।

ଏଥିସହ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି, ମୁଁ ମୋ ଜୀବନରେ ଏପରି ଜଣେ ବରିଷ୍ଠ ଜନ ପ୍ରତିନିଧିଙ୍କୁ କଦାପି ଦେଖିନଥିଲେ, ଯିଏ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଉପରେ ନିରନ୍ତର ନିରବତା ପ୍ରଦର୍ଶନ କରିଆସିଛନ୍ତି। କେନ୍ଦ୍ର ସରକାର ଜାଣିଶୁଣି ପ୍ରଜ୍ଜ୍ୱଳଙ୍କୁ ଭାରତ ଛାଡି ପଳାଇଯିବାକୁ ଅନୁମତି ଦେଇଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।

Advertisment

ପ୍ରକାଶ ଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି ଦେବଗୌଡାଙ୍କ ପୁଅ ଏଚଡି ରେଭାନ୍ନା ଓ ନାତି ପ୍ରଜ୍ଜ୍ୱଳଙ୍କ ବିରୁଦ୍ଧରେ ଆସିଥିବା ସେକ୍ସ ଭିଡିଓ ସ୍କାଣ୍ଡାଲ ମାମଲା ଦିନକୁ ଦିନ ତୀବ୍ର ହେଉଛି। ରେଭାନ୍ନା ବାପ-ପୁଅଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ଯୋଡି ଚାଲିଛି। 

ନିକଟରେ ପ୍ରଜ୍ଜ୍ୱଳଙ୍କ କିଛି ଅଶ୍ଳିଳ ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ସତ ସାମ୍ନାକୁ ଆସୁଛି। ଏସବୁ ଅଭିଯୋଗ ମଧ୍ୟରେ ପ୍ରଜ୍ଜ୍ୱଳ ଦେଶ ଛାଡି ବିଦେଶ ପଳାଇଛନ୍ତି। ସେ ଏବେ ଜର୍ମାନୀରେ ଥିବା କୁହାଯାଉଛି। ଏସଆଇଟି ପ୍ରଜ୍ଜ୍ୱଳଙ୍କୁ ଲୁକ୍ ଆଉଟ୍ ନୋଟିସ୍ ପଠାଇଛି। ଆଜି ମଧ୍ୟ ଏଚଡି ରେଭାନ୍ନାଙ୍କୁ ଲୁକ୍ ଆଉଟ୍ ନୋଟିସ୍ ପଠାଇବା ସହ ତଦନ୍ତ ପାଇଁ ତାଙ୍କ ଘରକୁ ଯାଇଛି ଏସଆଇଟି। 

Rahul Gandhi Sex Scandal Prajwal Revanna Karnataka CM Obscene Video