Advertisment

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

'ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ'।

author-image
Biswajit Samal
Rahul gandhi

Rahul gandhi

ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଅପରାହ୍ନରେ ସେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଅନ୍ୟ ନେତାମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ।

Advertisment

ବୀରମିତ୍ରପୁରରେ ଅୟୋଜିତ ସଭାରେ ରାହୁଲ ଗାନ୍ଧି କହିଥିଲେ, ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଦିବାସୀ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ବାହାରିଛି ଏହି ଯାତ୍ରା। ଆଗାମୀ ୩ ଦିନ ଯାଏଁ ମୁଁ ଓଡ଼ିଶାରେ ରହିବି ଓ ଲୋକଙ୍କ କଥା ଶୁଣିବି।

ଏହି ସଭାରେ ସେ ବେକାରୀ, ଦରଦାମ ବୃଦ୍ଧି, ସରକାରୀ କମ୍ପାନୀ ଗୁଡ଼ିକର ଘରୋଇ କରଣ ଓ ସାମାଜିକ ଅନ୍ୟାୟ କଥା ଉଠାଇ ଥିଲେ।

Advertisment

ରାହୁଲ ଆଜି ରାତିରେ ବିଜାବାହାଲରେ ରହିବେ। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ରାଉରକେଲା ଉଦିତନଗର (ଏସପି ଅଫିସ) ଠାରୁ ଯାତ୍ରା ଆରମ୍ଭ କରିବେ। ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ପରେ ୨୫ କିଲୋମିଟର ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେବେ । ପରେ ୩୨ କିମି ଦୂର ବାରଗାଁଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୬୦କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ଣ ୪ଟା ୩୦ରେ ପଦଯାତ୍ରା ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧି ରାତ୍ରି ରହଣୀ କରିବେ ।

୮ ତାରିଖ ସକାଳ ୮ଟାରୁ ଝାରସୁଗୁଡ଼ାସ୍ଥିତ ମହାତ୍ମା ଗାନ୍ଧି ଛକ ପୁରୁଣା ବସଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହେବ । ଝାରସୁଗୁଡ଼ା ଟାଉନ ବେହେରାମାଳ କିଷାନ ଛକ ହୋଇ ମଧ୍ୟାହ୍ନ ୧୨ଟାରେ ୪୫ କିମି ଦୂର ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଂଚିବ । ସେଠାରୁ ୭କିମି ଦୂର କୁରେଇମାଳଠାରେ ମଧ୍ୟାହ୍ନଭୋଜନ କରିବେ । ପୁଣି ଅପରାହ୍ଣ ୨ଟାରେ ପଦଯାତ୍ରା ଆରମ୍ଭ ହୋଇ୧୮କିମି ଦୂର ଝାରସୁଗୁଡ଼ାର କନକତୋରା ଠାରେ ପହଂଚିବ । ଅପରାହ୍ଣ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଂଚିବା ପରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତାମାନଙ୍କୁ ପତାକା ହସ୍ତାନ୍ତର କରାଯିବ।

Congress Rahul Gandhi