Advertisment

ନୀତୀଶଙ୍କ ଧୋକା ପରେ ବିହାରରେ ରାହୁଲଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'

୨୦୨୦ ବିହାର ବିଧାନସଭା ନିର୍ବାଚନ ପ୍ରଚାର ପରେ ରାହୁଲ ଗାନ୍ଧିଙ୍କ ଏହା ପ୍ରଥମ ବିହାର ଗସ୍ତ।

author-image
Madhupriya Mistry
undefined

Rahul Gandhi

ବିହାରରେ ବଦଳି ସାରିଛି ମେଣ୍ଟ। କଂଗ୍ରେସକୁ ସମର୍ଥନ କରୁଥିବା ଜେଡିୟୁ ଏବେ ଏନ୍‌ଡିଏ ନୌକାରେ ବସିଛି। ପୁଣିଥରେ ୟୁ-ଟର୍ଣ୍ଣ ମାରି ସାରିଛନ୍ତି ନୀତୀଶ। ବିରୋଧୀଙ୍କୁ ଦେଇଛନ୍ତି ଧୋକା। ଏହାରି ଭିତରେ ଏବେ ବିହାରରେ ପହଞ୍ଚିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର କିଶାନଗଞ୍ଜ ଦେଇ ବିହାରରେ ପ୍ରବେଶ କରିଛି । କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଅଖିଳେଶ ପ୍ରସାଦ ସିଂହ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ବିହାରରେ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ କରିଛନ୍ତି । ୨୦୨୦ ବିହାର ବିଧାନସଭା ନିର୍ବାଚନ ପ୍ରଚାର ପରେ ରାହୁଲ ଗାନ୍ଧିଙ୍କ ଏହା ପ୍ରଥମ ବିହାର ଗସ୍ତ।

କଂଗ୍ରେସର ଏହି ‘ନ୍ୟାୟ ଯାତ୍ରା’ ଏପରି ଏକ ସମୟରେ ରାଜ୍ୟରେ ପ୍ରବେଶ କରିଛି ​​ଯେଉଁ ସମୟରେ ପୂର୍ବତନ କଂଗ୍ରେସ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଯାଇଛନ୍ତି। ରାହୁଲଙ୍କ ବଦଳରେ ଏବେ ନୀତୀଶ ସାଥୀ ପାଲଟିଛନ୍ତି ବିଜେପି ଓ ଜିତନରାମ୍‌ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ପାର୍ଟି।

Advertisment

କଂଗ୍ରେସ ବିଧାନସଭା ଦଳର ନେତା ସକିଲ ଅହମ୍ମଦ ଖାନ କହିଛନ୍ତି କି ରାହୁଲ ଗାନ୍ଧି କିଶାନଗଞ୍ଜରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ମଙ୍ଗଳବାର ପୁର୍ନିଆ ଜିଲ୍ଲାରେ ଏକ ବିଶାଳ ସମାବେଶ କରିବେ। ଗୋଟିଏ ଦିନ ପରେ କଟିହାରରେ ଆଉ ଏକ ରାଲି ଅନୁଷ୍ଠିତ ହେବ।

କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଅଖିଳେଶ ପ୍ରସାଦ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଗୁରୁବାର ଦିନ ଆରାରିଆ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଯିବେ ଏବଂ କିଛି ଦିନ ପରେ ଝାଡଖଣ୍ଡ ଦେଇ ବିହାରକୁ ପୁଣି ଫେରିବେ। କଂଗ୍ରେସର ରାଜ୍ୟ ୟୁନିଟ୍‌ର ନେତାଙ୍କ ଅନୁଯାୟୀ, ବିହାରରେ ଦଳର ସହଯୋଗୀ ଦଳ ଆରଜେଡି ସଭାପତି ଲାଲୁ ପ୍ରସାଦ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ପୁର୍ନିଆରେ ହେବାକୁ ଥିବା ରାଲିକୁ ନିମନ୍ତ୍ରଣ କରାଯାଇଛି।

Bharat Jodo Nyay Yatra Rahul Gandhi Congress Nitish Kumar