Rahul Gandhi
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍୧-ବି ଭିସା ଫି’କୁ ୧ ଲକ୍ଷ ଡଲାରକୁ ବୃଦ୍ଧି କରିବା ପରେ ବୈଷୟିକ ଜ୍ଞାନକୌଶଳର ଦକ୍ଷ ଭାରତୀୟମାନେ ଗଭୀର ଭାବେ ପ୍ରଭାବିତ ହେବେ। ଆମେରିକାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଏବେ ଏହି ଫି’ ବୃଦ୍ଧି ଅନେକ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ବାଧ୍ୟ କରିବ। ସେମାନଙ୍କୁ ଚାକିରି ମଧ୍ୟ ହରାଇବାକୁ ପଡ଼ିପାରେ।
ଏପରି ସ୍ଥିତିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ନିଜର ଗୋଟିଏ ପୁରୁଣା ପୋଷ୍ଟକୁ ଶେୟାର କରିବା ସହ ମୋଦିଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ କହି କଟାକ୍ଷ କରିଛନ୍ତି।
ରାହୁଲ ଗାନ୍ଧି ୨୦୧୭ରେ କରିଥିବା ଗୋଟିଏ ପୋଷ୍ଟକୁ ଶେୟାର କରିବା ସହ ଲେଖିଛନ୍ତି ଯେ “ମୁଁ ପୁଣି କହୁଛି, ଭାରତ ପାଖରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ରହିଛନ୍ତି।” ଟ୍ରମ୍ପଙ୍କ ଏକାଧିକ ଭାରତୀୟ ବିରୋଧୀ ଆଭିମୁଖ୍ୟର ନ୍ୟୁଜକୁ ଶେୟାର କରି ୨୦୧୭ରେ ରାହୁଲ ଗାନ୍ଧି ଲେଖିଥିଲେ ଯେ “ଭାରତ ପାଖରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ରହିଛନ୍ତି।”
ଏବେ ସେ ପୁଣି ନିଜ କଥାକୁ ଏଚ୍-୧ବି ଭିସେ ଫି’ ବୃଦ୍ଧି ପରେ ଦୋହରାଇଛନ୍ତି। ଟ୍ରମ୍ପ ଭିସା ଫି’ ଭାରତୀୟ ମୁଦ୍ରାରେ ୯୦ ଲକ୍ଷ ବୃଦ୍ଧି କରିବାରୁ ଏହାଦ୍ୱାରା ଲକ୍ଷାଧିକ ଭାରତୀୟ ପ୍ରଭାବିତ ହେବେ ବୋଲି ରାହୁଲ ଆଶଙ୍କା କରିଛନ୍ତି।
ବିଦେଶୀ ନାଗରିକଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଉଥିବା ସଂସ୍ଥାଗୁଡ଼ିକ ଏଚ୍-୧ବି ଭିସା ପାଇଁ ୧ ଲକ୍ଷ ଡଲାର ପୈଠ କରିବା ବାଧ୍ୟତାମୂଳକ ବୋଲି ଆମେରିକା ପ୍ରଶାସନ ଘୋଷଣା କରିଛି। ଏହି ନିଷ୍ପତ୍ତି ଭାରତୀୟ ଆଇଟି ଫ୍ରେଫସନାଲଙ୍କ ଠାରୁ ଆରମ୍ଭ କରି ଆମେରିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଭାବିତ କରିବ।
ଟ୍ରମ୍ପଙ୍କ ଫି’ ବୃଦ୍ଧି ପରେ ଭାରତରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇ ଯାଇଛି। ରାହୁଲ ଗାନ୍ଧିଙ୍କ ଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଜନ୍ମ ଦିନ କଲ ପରେ ଆପଣ(ମୋଦି) ଆପଣ ପାଇଥିବା ରିଟର୍ଣ୍ଣ ଉପହାର ଯୋଗୁ ଭାରତୀୟମାନେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଆପଣଙ୍କ ଅବକି ବାର, ଟ୍ରମ୍ପ ସରକାର ବଦଳରେ ଜନ୍ମଦିନର ରିଟର୍ଣ୍ଣ ଉପହାର ମିଳିଛି।” ଏଥିସହ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶୀ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି।
ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି, “ଭାରତ ସହ ଆମେରିକା ପ୍ରଥମଥର ଏମିତି ବ୍ୟବହାର କରିନାହିଁ। ଆମର ବିଦେଶ ନୀତି କେବଳ ଦୁର୍ବଳ ହୋଇଯାଇଛି। ଆସନ୍ତାକାଲି ଅନ୍ୟ ଦେଶଗୁଡ଼ିକ ଯଦି ଏମିତି କରିବେ, ତା’ହେଲେ ତା’ର ମୁକାବିଲା ପାଇଁ ଆମ ପ୍ରସ୍ତୁତି କ’ଣ? ଆମେ ଅନ୍ୟ ଦେଶଗୁଡ଼ିକ ଉପରେ ନର୍ଭରଶୀଳ ହେବାରେ ଲାଗିଛୁ। ସାର ଠାରୁ ଆରମ୍ଭ କରି ତେଲ ଯାଏ ଆମକୁ ଅନ୍ୟ ଦେଶଗୁଡ଼ିକ ଉପରେ ନର୍ଭର କରିବାକୁ ପଡ଼ୁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1758361969.jpg)