Advertisment

'ଓଡ଼ିଶାରେ ପାର୍ଟନରସିପ୍‌ ସରକାର'

ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। କହିଲେ, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍‌ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି ।

author-image
Manoj Swain

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଦ୍ୱିତୀୟ ଦିନ। ରାଉରକେଲା ପାନପୋଷ ଛକରେ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। କହିଲେ, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍‌ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି । ଓଡ଼ିଶାକୁ ୩୦ କୋଟିପତି ଲୁଟିବାକୁ ଆସିଛନ୍ତି। ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଛି, ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଛି, ବେରୋଜଗାରୀ ବଢ଼ିଛି, ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ। 

Advertisment
Odisha Congress Rahul Gandhi Bharat Jodo Nyay Yatra