Advertisment

ଆସନ୍ତାମାସରେ ରାହୁଲ ଆସିବେ, ଘୋଷଣା କରିବେ କଂଗ୍ରେସର ଗ୍ୟାରେଣ୍ଟି: ଶରତ

ଆସନ୍ତାମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଟିମ୍ ଖୁବଶୀଘ୍ର ଆସି ଓଡ଼ିଶାରେ ରାହୁଲଙ୍କ ରୁଟ୍ ଚୂଡ଼ାନ୍ତ କରିବ । ତା’ପରେ ତାଙ୍କର ଚୂଡ଼ାନ୍ତ ଗସ୍ତ କାର୍ଯ୍ୟସୂଚୀ ଜାରି ହେବ।

undefined

Rahul Gandhi

Advertisment

ଆସନ୍ତାମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଟିମ୍ ଖୁବଶୀଘ୍ର ଆସି ଓଡ଼ିଶାରେ ରାହୁଲଙ୍କ ରୁଟ୍ ଚୂଡ଼ାନ୍ତ କରିବ । ତା’ପରେ ତାଙ୍କର ଚୂଡ଼ାନ୍ତ ଗସ୍ତ କାର୍ଯ୍ୟସୂଚୀ ଜାରି ହେବ । ଆଉ ଏହି ଗସ୍ତ ସମୟରେ ହିଁ ରାହୁଲ ପ୍ରଦେଶ କଂଗ୍ରେସର ଆଗାମୀ କାର୍ଯ୍ୟକ୍ରମ ଘୋଷଣା କରିବେ । ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟବାସୀଙ୍କୁ କ’ଣ ପ୍ରତିଶ୍ରୁତି ଦେବ ତାହା ରାହୁଲ ଘୋଷଣା କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାହୁଲଙ୍କ ଗସ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ଓ ନେତାମାନେ ଉତ୍ସାହିତ ଅଛନ୍ତି ।  ରାହୁଲ ଗାନ୍ଧି ଆସିବା ପରେ ଓଡ଼ିଶାରେ ନିଶ୍ଚିତ ପରିବର୍ତ୍ତନ ହେବ । ଉଭୟ ବିଧାନସଭା ଓ ଲୋକସଭା ସିଟ୍ ଜିତିବା ପାଇଁ କଂଗ୍ରେସ ତା’ର ରଣନୀତି କରିସାରିଛି । ବୁଥ ଓ ପଂଚାୟତସ୍ତରରେ ‘ଘରେଘରେ ହାତ’ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ସଂଗଠନକୁ ସୁଦୃଢ଼ କରିଛି । କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ଗଢ଼ିବାକୁ ଆଶାବାଦୀ ଅଛି । ଆଗାମୀ ନିର୍ବାଚନରେ କଂଗ୍ରେସର ଯୋଜନାକୁ ରାହୁଲ ଆସିଲେ ଘୋଷଣା କରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ନୂଆ ପ୍ରଭାରୀ ଦୁଇଦିନ ଧରି ଓଡ଼ିଶାରେ ରହି ସାଂଗଠନିକ ସ୍ଥିତିର ସମୀକ୍ଷା କରିବେ । କଂଗ୍ରେସ କିଭଳି ସୁଦୃଢ଼ ହୋଇ ଏକାଠି ଲଢ଼ିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ କଂଗ୍ରେସ କ’ଣ ସବୁ କାର୍ଯ୍ୟକ୍ରମ କରିବ ତାହା ଚୂଡ଼ାନ୍ତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନୂଆ ପ୍ରଭାରୀ ଅଜୟ କୁମାର ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପାଛୋଟି ନିଆଯିବ।

Advertisment

ପୂର୍ବାହ୍ନରେ ସେ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ସହ ଅପରାହ୍ନରେ ଦଳର ରାଜନୀତିକ ବ୍ୟାପାର କମିଟି ଓ ସନ୍ଧ୍ୟାରେ ଦଳର ନିର୍ବାଚିତ ପୌର ଓ ପଂଚାୟତ ପ୍ରତିନିଧିଙ୍କ ସହ ବୈଠକ କରିବେ । ତା’ପରଦିନ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପବ୍ଲିସିଟି କମିଟି ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ସହ ବୈଠକ କରିବେ । ଜିଲ୍ଲା ସଭାପତି ଓ ଦଳର ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ମଧ୍ୟ ସେ ବୈଠକ କରିବେ ବୋଲି ଜଣାପଡ଼ିଛି ।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe