/odisha-reporter/media/post_attachments/uploadimage/library/16_9/16_9_0/IMAGE_1714382160.jpg)
Rahul Gandhi and Priyanka Gandhi
ରାଜ୍ୟରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସପ୍ତାହକ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧି ୩ତାରିଖରେ ରାୟଗଡ଼ା ଓ ପ୍ରିୟଙ୍କା ଗାନ୍ଧି ୯ତାରିଖରେ ନବରଙ୍ଗପୁର ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି ଯେ, ରାହୁଲ ଗାନ୍ଧି ଆସନ୍ତା ମେ’ ୩ତାରିଖରେ ରାୟଗଡ଼ାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ଥ ରେଡ୍ଡୀ ମଧ୍ୟ ଏହି ସଭାରେ ଯୋଗ ଦେବେ । ରାହୁଲଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହେବେ । କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଓ ଦଳର ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ରାୟଗଡ଼ାଠାରେ ରାହୁଲ ପ୍ରଚାର କରିବେ । ପ୍ରଚାର ବ୍ୟତୀତ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ କର୍ମୀମାନଙ୍କ ସହ ମଧ୍ୟ ରାହୁଲ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ।
ସେହିପରି ପ୍ରିୟଙ୍କା ଗାନ୍ଧି ଆସନ୍ତା ମେ’ ୫ କିମ୍ବା ୯ତାରିଖରେ ନବରଙ୍ଗପୁର ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।
ପିସିସି ସୂତ୍ର ଅନୁସାରେ, ପ୍ରିୟଙ୍କା ଗାନ୍ଧିଙ୍କ ନବରଙ୍ଗପୁର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ରହିବାକୁ ନବରଙ୍ଗପୁରର ଦଳୀୟ ନେତାମାନଙ୍କୁ କୁହାଯାଇଛି । ପ୍ରିୟଙ୍କା ମେ’ ୯ତାରିଖରେ ଆସିବେ । ନବରଙ୍ଗପୁର ଆସନରେ ମେ’ ୧୩ତାରିଖରେ ଭୋଟଗ୍ରହଣ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
