Advertisment

୩ରେ ରାୟଗଡ଼ା ଆସିବେ ରାହୁଲ, ୯ରେ ନବରଙ୍ଗପୁର ପ୍ରିୟଙ୍କାଙ୍କ ସଭା

ରାହୁଲ ଗାନ୍ଧି ଆସନ୍ତା ମେ’ ୩ତାରିଖରେ ରାୟଗଡ଼ାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

undefined

Rahul Gandhi and Priyanka Gandhi

Advertisment

ରାଜ୍ୟରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସପ୍ତାହକ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧି ୩ତାରିଖରେ ରାୟଗଡ଼ା ଓ ପ୍ରିୟଙ୍କା ଗାନ୍ଧି ୯ତାରିଖରେ ନବରଙ୍ଗପୁର ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି ।

Advertisment

ଆଜି ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି ଯେ, ରାହୁଲ ଗାନ୍ଧି ଆସନ୍ତା ମେ’ ୩ତାରିଖରେ ରାୟଗଡ଼ାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ଥ ରେଡ୍ଡୀ ମଧ୍ୟ ଏହି ସଭାରେ ଯୋଗ ଦେବେ । ରାହୁଲଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହେବେ । କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଓ ଦଳର ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ରାୟଗଡ଼ାଠାରେ ରାହୁଲ ପ୍ରଚାର କରିବେ । ପ୍ରଚାର ବ୍ୟତୀତ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ କର୍ମୀମାନଙ୍କ ସହ ମଧ୍ୟ ରାହୁଲ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ।
ସେହିପରି ପ୍ରିୟଙ୍କା ଗାନ୍ଧି ଆସନ୍ତା ମେ’ ୫ କିମ୍ବା ୯ତାରିଖରେ ନବରଙ୍ଗପୁର ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

ପିସିସି ସୂତ୍ର ଅନୁସାରେ, ପ୍ରିୟଙ୍କା ଗାନ୍ଧିଙ୍କ ନବରଙ୍ଗପୁର କାର୍ଯ୍ୟକ୍ରମ ପାଇଁ  ପ୍ରସ୍ତୁତ ରହିବାକୁ ନବରଙ୍ଗପୁରର ଦଳୀୟ ନେତାମାନଙ୍କୁ କୁହାଯାଇଛି । ପ୍ରିୟଙ୍କା ମେ’ ୯ତାରିଖରେ ଆସିବେ । ନବରଙ୍ଗପୁର ଆସନରେ ମେ’ ୧୩ତାରିଖରେ ଭୋଟଗ୍ରହଣ ହେବ ।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe