Advertisment

'ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମିନିଷ୍ଟର'

'ପ୍ରଶ୍ନପତ୍ର ଲିକ୍ ପରେ ରେଳ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି ସରକାର।'

Mamata Banerjee, Ashwini Vaishnaw & Akhilesh Yadav

Mamata Banerjee, Ashwini Vaishnaw & Akhilesh Yadav

Advertisment

ବାହାନଗାରୁ ରାଜଖରସୁଆଁ, ଦେଶରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସରକାର ଟ୍ରେନ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଟାକ୍ଷ କରି କହିଛନ୍ତି।

Advertisment

ଅଖିଳେଶ ଯାଦବ କହିଛନ୍ତି ଯେ, ସେମାନେ ପ୍ରଶ୍ନପତ୍ର ଲିକରେ ରେକର୍ଡ କରିଥିଲେ, ବର୍ତ୍ତମାନ ରେଳ ଦୁର୍ଘଟଣାରେ ରେକର୍ଡ କରୁଛନ୍ତି। ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି। ଲୋକଙ୍କ ଜୀବନ ଯାଉଛି, ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହେବ, ସେଥିପାଇଁ ସରକାଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହିପରି ଆଉ କେତେ ଦିନ ଚାଲିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ରେଳ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି, ଆମେ ଆଉ କେତେ ଦିନ ଏପରି ଦେଖିବୁ? ରେଳ ଦୁର୍ଘଟଣାକୁ ରୋକିବା ପାଇଁ ସରକାର କିଛି ବଡ଼ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ମମତା ବାନାର୍ଜୀ କହିଛନ୍ତି। 

Advertisment

ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷବ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢି ଚାଲିଛି। ଏତେ ଲୋକଙ୍କ ଜୀବନ ଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଉତ୍ତରଦାୟୀ ନ ଥିବାରୁ ମୋତେ ଲାଗୁଛି ଝାଡ଼ଖଣ୍ଡରେ ଘଟିଖିବା ରେଳ ଦୁର୍ଘଟଣାର ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ।

ସରକାର କେବଳ କ୍ଷତିପୂରଣ ଘୋଷଣା କରିଦେବେ, ତଦନ୍ତର ପ୍ରତିଶୃତି ଦେବେ, ତା ପରେ ଅନ୍ୟ ଏକ PR ଇନଷ୍ଟାଗ୍ରାମ ରିଲକୁ ଚାଲିଯିବେ। ରେଳ ମନ୍ତ୍ରୀଙ୍କୁ କଟାକ୍ଷ କରି 'ରିଲ୍ ମିନିଷ୍ଟର' କହିବା ସହ ଲୋକମାନେ ଟ୍ରେନର ଶୌଚାଳୟରେ ଯାତ୍ରା କରୁଥିଲେ ବି ସରକାର ଏଥିପ୍ରତି ଲଜ୍ଜିତ ନୁହଁନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ।  

ପ୍ରକାଶ ଥାଉକି ଆଜି ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଛି। ଏଥିରେ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି। 2023ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏଥିରେ 250ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ଅଧିକାଂଶ ସମୟରେ ରେଳ ଦୁର୍ଘଟଣା ଖବର ଆସୁଛି। 

Railway Minister Jharkhand Rail Accident Rail Accident Ashwini Vaishnav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe