Advertisment

ବିଜେପି-ଶିବସେନା ମେଣ୍ଟରେ ସାମିଲ ହେବେ ରାଜ ଠାକରେ!

ରାଜ ଠାକରେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ ଭାଇ।

Raj Thackeray

Raj Thackeray

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ବିଜେପି-ଶିବସେନା(ଏକନାଥ ସିନ୍ଦେ ଗୋଷ୍ଠୀ) ମେଣ୍ଟରେ ସାମିଲ ହୋଇପାରନ୍ତି। ମେଣ୍ଟରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା ରାଜ ଠାକରେ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛନ୍ତି।

Advertisment

ପୂର୍ବରୁ ସେଠାରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଉପସ୍ଥିତ ରହିଛନ୍ତି। ମେଣ୍ଟରେ ସାମିଲ ହେବା ପରେ ରାଜ ଠାକେରଙ୍କ ଦଳ ୨ଟି ଲୋକସଭା ଆସନ ମାଗିବ। ଦକ୍ଷିଣ ମୁମ୍ବାଇ ଓ ଶିରଡି ଆସନରେ ପ୍ରାର୍ଥୀ ଦେବାକୁ ରାଜ ଠାକରେଙ୍କ ଦଳ ଚାହୁଁଛି।

ରାଜ ଠାକରେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ ଭାଇ। ବର୍ତ୍ତମାନ ଉଦ୍ଧବ ଠାକରେ ବିରୋଧୀ ଦଳ ଭାବେ ମହାରାଷ୍ଟ୍ରରେ କାମ କରୁଛନ୍ତି। ଶିବସେନାର ପ୍ରତିଷ୍ଠାତା ତଥା ଉଦ୍ଧବଙ୍କ ବାପା ବାଲ ଠାକରେଙ୍କ ପୁତୁରା ଭାବେ ରାଜ ଠାକରେ ପରିଚିତ।

Advertisment

ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ମିଶି ବିଜେପି ଏବଂ ସିନ୍ଧେ ଗୋଷ୍ଠୀଙ୍କୁ ହରାଇବାକୁ ଚାହୁଁଛନ୍ତି। ହେଲେ ଏବେ ରାଜ ଠାକରେ ବିଜେପି ଓ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି।

Bjp Maharashtra Lok Sabha Election 2024 Raj Thackeray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe